ମୋବାଇଲ ଗେମ୍‌ ପାଇଁ ଘର ଛାଡିଲେ ପୁଅ, ପୋଷ୍ଟର ଧରି ଖୋଜିଛନ୍ତି ମା’ ବାପା

ଭଦ୍ରକ ଅଫିସ,୧୯।୧୨: ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳି ଜଣେ ଯୁବକ ତାଙ୍କ ବାପାଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି। ଆଉ ଗାଳି ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଦେହୁଡ଼ି ଆନନ୍ଦପୁରର ହାତିବାଡ଼ି ଗଁାରେ।
ସୂଚନା ଅନୁଯାୟୀ, ଗ୍ରାମର ଖଗେଶ୍ୱର ନାୟକ(୧୯) ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳି ତାଙ୍କ ବାପା ପଦ୍ମନାଭ ନାୟକଙ୍କ ଆକାଉଣ୍ଟରୁ ୨୩, ୭୭୫ ଟଙ୍କା ହରାଇଛନ୍ତି। ପଦ୍ମନାଭଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫୋନ ପେ’ ସହ ଲିଙ୍କ୍‌ କରାଇ ସେ ଏଭଳି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ୩ ଦିନ ହେଲା ସେ କେଉଁଆଡ଼େ ଚାଲି ଯାଇଛନ୍ତି। ଏପଟେ ଚାଷବାସ କରି କଷ୍ଟ ଉପାର୍ଜିତ ଟଙ୍କା ହରାଇଥିବା ବେଳେ ଅନ୍ୟପଟେ ପୁଅର ପତ୍ତା ମିଳୁ ନ ଥିବାରୁ ମା’ ବାପା ଭାଙ୍ଗି ପଡ଼ିଛନ୍ତି।

ପୁଅର ଫଟୋ ପୋଷ୍ଟର ଧରି ସେମାନେ ଚାରିଆଡ଼େ ଘୂରି ବୁଲୁଛନ୍ତି। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅକୁ ପାଉ ନାହାନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ଖଗେଶ୍ୱର ଏକ ଦୋକାନରେ ରହି କାମ କରୁଥିଲେ। ଘରେ ଜିଦ୍‌ ଧରିବାରୁ ଅଳ୍ପ ସଞ୍ଚୟରୁ ପଦ୍ମନାଭ ତାଙ୍କୁ ସ୍ମାର୍ଟଫୋନ୍‌ କିଣି ଦେଇଥିଲେ। କିଛିଦିନ ତଳେ ଏଭଳି ଗେମ୍‌ ଖେଳି ବାପାଙ୍କ ଆକାଉଣ୍ଟରୁ କିଛି ଟଙ୍କା ଚାଲିଯିବାରୁ ସମସ୍ତେ ତାଙ୍କୁ ତାଗିଦ୍‌ କରିଥିଲେ। ତଥାପି ତାଙ୍କର ଅନ୍‌ଲାଇନ ଗେମ୍‌ ନିଶା ଯାଇ ନ ଥିଲା। ସେ ଗେମ୍‌ ଖେଳିବା ଜାରି ରଖିଥିଲେ। ପ୍ରାୟ ମାସେ ଧରି ଏଭଳି ଗେମ୍‌ ଖେଳି ତାଙ୍କ ବାପାଙ୍କ ଆକାଉଣ୍ଟରୁ ଟଙ୍କା ସାରି ଦେଇଛନ୍ତି। ପଦ୍ମନାଭ ବ୍ୟାଙ୍କ ପାଶ୍‌ବୁକ ଅପ୍‌ଡେଟ କରିବାରୁ ଏହି ବିଷୟରେ ଜାଣିବାକୁ ପାଇଥିଲେ। ଏପରିକି ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କଠାରୁ ମଧ୍ୟ ଟଙ୍କା ଆଣିଥିବା ଜଣାପଡ଼ିଛି। ଆଉ ଏତେ ଟଙ୍କା ହରାଇବା ପରେ ଖଗେଶ୍ୱର ଘରେ ମୋବାଇଲ ରଖି କେଉଁଆଡ଼େ ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri