Odisha Elections 2024

ବିଜେଡିର ହାତ ଧରିଲେ ଧନୁର୍ଜୟ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସହିତ ଭାଜପା ଓବିସି ମୋର୍ଚ୍ଚାର ସଭାପତି ମିତ୍ରଭାନୁ ମହାକୁଡ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ସାହୁ, ଯୁଗ୍ମ ସମ୍ପାଦକ ଶେଷଦେବ ବିଶ୍ୱାଳଙ୍କ ସମେତ ବହୁ ନେତା ମିଶି ଥିବା ଧନୁର୍ଜୟ କହିଛନ୍ତି। ବିଜେଡିର ଜିଲା ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ଅଶୋକ ବଳ, ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଉପସ୍ଥିତିରେ ସେ ଯୋଗଦେଇଥିବା ସୂଚନା ଦେଇଛନ୍ତି।

କେବଳ ଦଳୀୟ ପ୍ଲାଟଫର୍ମ ବଦଳିଛି। ଆଉ କିଛି ବଦଳିନାହିଁ ଯେଉଁ ଦଳରେ ଥାଆନ୍ତୁ ନା କାହିଁକି ଏବେ ମଧ୍ୟ ତେଲକୋଇ ନିର୍ବାଚନ ମଣ୍ଡଳୀର ଜୁଆଙ୍ଗ, ଭୂୟାଁ, ଗଣ୍ଡ, ବାଧୁଡି ଆଦି ଆଦିବାସୀଙ୍କ ସହିତ ରହି ତାଙ୍କ ପାଇଁ କାମ କରିବେ ବୋଲି ସେ କହିଛନ୍ତି। ଜିଲାର ବିକାଶ ପାଇଁ କଂଗ୍ରେସ ବା ଭାଜପା ଦଳ ଚାହୁଁ ନାହିଁ। ବିଜେଡି ଦଳରେ ରହି ଲୋକଙ୍କ ବିକାଶ ପାଇଁ କାମ କରିବେ ବୋଲି ସେ କହିଛନ୍ତି। ଧନୁର୍ଜୟ ୨୦୦୪ରେ କଂଗ୍ରେସ ଟିକଟରେ ଲଢି ଚମ୍ପୁଆରୁ ବିଧାୟକ ହୋଇଥିଲେ। ୨୦୦୯ ଓ ୨୦୧୪ ମସିହାରେ କଂଗ୍ରେସ ଦଳରୁ ତେଲକୋଇରୁ ନିର୍ବାଚନ ଲଢି ହାରିଯାଇଥିଲେ। ଭାଜପାରେ ଯୋଗ ଦେଇ ୨୦୧୯ ମସିହାରେ ତେଲକୋଇ ନିର୍ବାଚନ ମଣ୍ଡଳୀରୁ ଲଢି କମ ବ୍ୟବଧାନରେ ହାରି ଯାଇଥିଲେ। ତେବେ ଲୋକଙ୍କ ପାଇଁ ତାଙ୍କର କାମ ଜାରି ରଖିଥିବାବେଳେ ଗତ ନଭେମ୍ବରରେ ଭାଜପାରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ପୋଲିସ ଜିଲାରେ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସପି ଜଗମୋହନ ମିନା...

ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଭୁବନେଶ୍ୱର,୨୯।୫: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ସମୟରେ ଦୀର୍ଘ ସମୟ ଧରି ଅଟକି ରହିଲା ଆମ୍ବୁଲାନ୍ସ। ଏହି ଘଟଣା ବାଲେଶ୍ୱର ଜିଲାରେ ଦେଖିବାକୁ...

କେନ୍ଦ୍ରର ପୋଲ୍‌ ଖୋଲିଦେଲେ ପାଣ୍ଡିଆନ

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଚାର ଜୋରଦାର ଚାଲିଛି। ଉଭୟ ଭାଜପା ଏବଂ ବିଜେଡି ନେତାମାନେ ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖାଯାଇଛି। ବୁଧବାର ଏକ...

ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ...

ଡିଏସ କୁଟ୍ଟେଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ, ପ୍ରେସମିଟ୍‌ କରି କହିଦେଲେ ଭିତିରି କଥା

ଭୁବନେଶ୍ୱର,୨୯।୫: IPS ଅଫିସର ଡିଏସ କୁଟ୍ଟେଙ୍କ ନିଲମ୍ବନ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସକାଳୁ ସକାଳୁ ପ୍ରେସମିଟ୍‌ କରି ସେ କହିଛନ୍ତି,...

ଦାଣ୍ଡେ ଦାଣ୍ଡେ ପୂଜାପାଉଛନ୍ତି ମା’ ଫୁଲସୁନ୍ଦରୀ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ଦୁଇଜଣ ଗୋପାଳ ସମ୍ପ୍ରଦାୟର ବ୍ୟକ୍ତି ମା’ ଫୁଲସୁନ୍ଦରୀ...

ମୋ ବସ୍‌ ଡ୍ରାଇଭରଙ୍କୁ ହାଣିଦେଲେ ଦୁର୍ବୃତ୍ତ

ଚୌଦ୍ୱାର,୨୯ା୫(ଆଶୁତୋଷ ଦାସ):ଚୌଦ୍ୱାର ଅଞ୍ଚଳରେ ମୋ ବସ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ସୁକାନ୍ତ ଦାସଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି...

ଏସ୍‌ସିବିରେ ଅବ୍ୟବସ୍ଥା, ରୋଗୀ ଅସନ୍ତୁଷ୍ଟ

କଟକ,୨୯ା୫(ଶିଳ୍ପା ପ୍ରିୟଦର୍ଶିନୀ):କଟକ ଏସ୍‌ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମେଡିକାଲର କେତେକ ସ୍ଥାନରେ ଫ୍ୟାନ୍‌ ବ୍ୟବସ୍ଥା ନ ଥିବାବେଳ ଆଉ କେତେକ ସ୍ଥାନରେ ଲାଗିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri