ନିର୍ମାଣ ହେବ ଭାସମାନ ସହର, ଜାତିସଂଘ ଯୋଗାଇବ ସହାୟତା…

ସିଓଲ,୨୦।୧୧: ପ୍ରାୟ ଦୁଇ ବର୍ଷ ପୂର୍ବେ ବିଲଡର୍ସ, ଇଞ୍ଜିନିୟର୍‌ ଏବଂ ସ୍ଥପତିମାନଙ୍କର ଏକ ଗୋଷ୍ଠୀ ମିଳିତ ଜାତିସଂଘରେ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଏକ ଭାସମାନ ସହର ନିର୍ମାଣ ବିଷୟରେ ଥିଲା। ଯାହା ଜଳ ଉପରେ ନିର୍ମିତ ହେବ। ବନ୍ୟା, ସୁନାମି ଏବଂ ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ସମ୍ପୂର୍ଣ୍ଣ ସୁରକ୍ଷିତ ହେବ। ଯଦିଓ ଏକ ’ଭାସମାନ ସହର’ର ପରିଯୋଜନା ନୂଆ ନୁହେଁ। ଲୋକମାନେ କୃତ୍ରିମ ଦ୍ୱୀପପୁଞ୍ଜ କିମ୍ବା ଜଳ ଉପରେ ଭାସୁଥିବା ସହର ନିର୍ମାଣ କରିବାର ସ୍ବପ୍ନ ଦେଖୁଛନ୍ତି।

ଏପରିକି ହୋମରଙ୍କ ଭଳି ଶତାବ୍ଦୀର ପ୍ରାଚୀନ ଲେଖକ ଏକ ପୌରାଣିକ ଭାସମାନ ସହରକୁ କଳ୍ପନା କରିଥିଲେ। ତଥାପି, ସେହି କଳ୍ପନାକୁ ବାସ୍ତବରେ ପରିଣତ କରିବା ସହଜ ନ ଥିଲା କାରଣ ସ୍ଥାନୀୟ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରି ନ ଥିଲେ। ଜମିର ଉତ୍ତମ ବ୍ୟବହାର ବିଷୟରେ ତାଙ୍କର ଚିନ୍ତା ଥିଲା କିନ୍ତୁ ବର୍ତ୍ତମାନ ସେହି କଳ୍ପନାଗୁଡ଼ିକ ବାସ୍ତବତାର ରୂପ ନେବାକୁ ଯାଉଛି।

ଜାତିସଂଘ ସହାୟତାରେ ଦକ୍ଷିଣ କୋରିଆରେ ଏଭଳି ଭାସମାନ ନିର୍ମାଣ ପରିଯୋଜନାକୁ ଅନୁମୋଦନ ମିଳିଛି। ଦକ୍ଷିଣ କୋରିଆର ବୁସନ ସହର ଏହି ପରିଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛି। ପ୍ରୋଜେକ୍ଟ ଡିଜାଇନର୍‌ ଓସିନିକ୍ସ୍‌ ଏବଂ ମିଳିତ ଜାତିସଂଘର ମାନବ ବସତି କାର୍ଯ୍ୟକ୍ରମ (ୟୁଏନ-ହାବିଟାଟ) ର ସହଯୋଗରେ ଭାସମାନ ସହର ନିର୍ମାଣ କରାଯିବ।

ଏହି ସହରରେ ସମୁଦ୍ର ପତ୍ତନ ବୃଦ୍ଧିର ବିପଦ ଆଉ ରହିବ ନାହିଁ। ଅନ୍ୟାନ୍ୟ ଉପକୂଳବର୍ତ୍ତୀ ସହର ପରି ସମୁଦ୍ର ପତ୍ତନ ବୃଦ୍ଧି ହେତୁ ବୁସାନ ସହର ଉପରେ ବିପଦରେ ଘନେଇବାରେ ଲାଗିଛି। ଇନସାଇଡର୍‌ ସହିତ କଥାବାର୍ତ୍ତା କରି ଓସିନିକ୍ସ୍‌ ର ସହ-ପ୍ରତିଷ୍ଠାତା ଇଟାଇ ମ୍ୟାଡାମୋମ୍ବେ କହିଛନ୍ତି ଯେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବୁସାନ ହେଉଛି ସର୍ବୋତ୍ତମ ସ୍ଥାନ। ସମୁଦ୍ର ପତ୍ତନ ବୃଦ୍ଧି ହେବାର ଆହ୍ବନର ସମ୍ମୁଖୀନ ହେଉଥିବା ବିଶ୍ୱର ସମସ୍ତ ଉପକୂଳବର୍ତ୍ତୀ ସହର ଏହା ପ୍ରୟୋଗ କରିବେ ବୋଲି ଆମର ଆଶା ରହିଛି ବୋଲି ସେ କହିଛନ୍ତି।

ଏହି ସହର ନିଜର ଖାଦ୍ୟ, ଜଳ ଆବଶ୍ୟକତା ନିଜେ ପୂରଣ କରିବ। ବୁସାନରେ ନିର୍ମାଣ ହେବାକୁ ଥିବା ଭାସମାନ ସହର ପ୍ରକୃତରେ ଜଳ ଉପରେ ଭାସୁଥିବା େହେକ୍ସାଗୋନାଲ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମଗୁଡିକ ଏକ ଚୂନ ପଥରର ଆବରଣ ସହିତ ନିର୍ମିତ ହେବ। ଯାହା କଂକ୍ରିଟ ଠାରୁ ଦୁଇରୁ ତିନି ଗୁଣ କଠିନ। ଏହି ପ୍ରକଳ୍ପଟି ଏକ ସହର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଯାହା ସମ୍ପୂର୍ଣ୍ଣ ବନ୍ୟାରୁ ସୁରକ୍ଷିତ ହେବ। ସେହିପରି ସମୁଦ୍ର ପତ୍ତନ ବୃଦ୍ଧି ପାଇବାର ପ୍ରଭାବ ଏହା ଉପରେ ପଡ଼ିବ ନାହିଁ। ସହର ଦିଜସ୍ବ ଖାଦ୍ୟ, ଶକ୍ତି ଏବଂ ମଧୁର ଜଳ ଉତ୍ପାଦନ କରିପାରିବ। କମ୍ପାନୀ ଏପର୍ଯ୍ୟନ୍ତ ସହରର ଆକାର ସ୍ଥିର କରି ନାହିଁ। ସହରର ନିର୍ମାଣର ବ୍ୟୟ ଅଟକଳ ୨୦୦ ନିୟୁତ ପର୍ଯ୍ୟନ୍ତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri