ନକଲି ଟିପିରେ ବଢୁଛି ବାଲି ଲୁଟ୍‌

ଯାଜପୁର ଅଫିସ/ପାଣିକୋଇଲି (ଡି.ଏନ.ଏ.), ୨୫ା୧୦: ନଦୀନାଳ ଭରା ଯାଜପୁର ଜିଲାରେ ବେଆଇନ ବାଲି ଉତ୍ତୋଳନ ଚାଲିଥିଲେ ହେଁ ରାଜସ୍ବ ବିଭାଗର ନଜର ନ ପଡ଼ିବା ଦୁର୍ଭାଗ୍ୟର ବିଷୟ ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ଶନିବାର ଯାଜପୁର ତହସିଲଦାର ପାଣିକୋଇଲି ଥାନା ସଠିପୁର ନିକଟରୁ ଓଡି୦୧ଏଏଫ୍‌ ୭୮୭୮ ଏବଂ ଓଡି୦୧କେ୭୮୭୮ ନମ୍ବର ବିଶିଷ୍ଟ ୨ଟିି ବେଆଇନ ବାଲି ବୋଝେଇ ହାଇୱା ଗାଡ଼ି ଜବତ କରିବା ବାଲି ଲୁଟକୁ ପ୍ରମାଣିତ କରୁଛି। ତେବେ ରାଜସ୍ବ ବିଭାଗ ଓ ପୋଲିସ ପ୍ରଶାସନ ନିୟମିତ ଭାବେ ଏଭଳି ବାଲି ଗାଡି ଜବତ କରୁଥିଲେ ହେଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି।
ଯାଜପୁର ଜିଲା ବ୍ୟାସନଗର, ଯାଜପୁର, ଦଶରଥପୁର ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ବାଲିଘାଟରୁ ବାର୍ଷିକ ୨୫ରୁ ୩୫ ହଜାର ଘନମିଟର ବାଲି ଉତ୍ତୋଳନ କରିବାକୁ ଧାର୍ଯ୍ୟ କରାଯାଇଛି। ସେହିପରି ଦାନଗଦି, ଧର୍ମଶାଳା, ରସୁଲପୁର, ବରୀ ତହସିଲ ଅଧୀନ ଖରସ୍ରୋତା ନଦୀରୁ ବାର୍ଷିକ ୨୦ରୁ ୨୫ ହଜାର ଘନମିଟର ବାଲି ଉତ୍ତୋଳନ କରିବାକୁ ଲିଜ୍‌ ପ୍ରଦାନ କରାଯାଇଛି। ଏହାବାଦ ଧର୍ମଶାଳା, ସୁକିନ୍ଦା, ଦାନଗଦି ତହସିଲ ଅଧୀନ ବ୍ରାହ୍ମଣୀ ନଦୀରେ ଏକାଧିକ ବାଲିଘାଟ ଲିଜ୍‌ ପ୍ରଦାନ କରାଯାଇ ବାର୍ଷିକ ୩୦ରୁ ୪୦ ହଜାର ଘନମିଟର ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି। ତଦନୁସାରେ ଜଣେ ଲିଜଧାରୀ ଦିନକୁ ହାରାହାରି ୮୨ ଘନ ମିଟର ବାଲି ଉତ୍ତୋଳନ କରିପାରିବେ। ଏହି ପରିମାଣ ଅନୁପାତରେ ତହସିଲ ଅଫିସ୍‌ର ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ଟିପି (ଟ୍ରାନଜିଟ୍‌ ପାସ୍‌) ଲିଜଧାରୀଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ମକୁନ୍ଦପୁର, ସାଅଁାଳା, ଦୋସିଆମୁହାଁ, କଣ୍ଟାବଣିଆ, ମଧୁରାପୁର, ସାଳବା, ଲିଙ୍ଗେଶ୍ୱର, ରଣପୁର ଆଦି ବାଲିଘାଟରୁ ଧାର୍ଯ୍ୟ ପରିମାଣଠାରୁ ବହୁ ଗୁଣରେ ଅଧିକ ବାଲି ଉତ୍ତୋଳନ କରିବାକୁ ଲିଜଧାରୀମାନେ ନକଲି ଟିପିର ଆଶ୍ରୟ ନେଉଛନ୍ତି। ଏହି ନକଲି ଟିପି ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଛପା ଯାଉଥିବା ଜଣାପଡ଼ିଛି। ଉକ୍ତ ନକଲି ଟିପିର ଅଧିକାଂଶ ସ୍ଥାନ ଖାଲି ରହୁଥିବା ଦେଖିବାକୁ ମିଳିଛି। ତେବେ ଏହି କାରସାଦିରେ ତହସିଲ କର୍ତ୍ତୃପକ୍ଷ, ପୋଲିସ ଓ ପରିବହନ ବିଭାଗୀୟ ଅଧିକାରୀଙ୍କ ଅସାଧୁ ସମ୍ପର୍କ ରହିିଥିବା ଅଭିଯୋଗ ହେଉଛି। ଏହି କାରଣରୁ ଧାର୍ଯ୍ୟ ପରିମାଣଠାରୁ ଓଭରଲୋଡିଂ ପରିବହନ ହେଉଥିଲେ ହେଁ କେହି ଧରିବାକୁ ସାହସ ଜୁଟାଇ ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି। କେତେଜଣ ଅସାଧୁ ଅଫିସରଙ୍କୁ ହାତବାରିସି କରି ସ୍ଥାନୀୟ କେତେଜଣ ମାଫିଆ ପ୍ରତିଦିନ ଟ୍ରାକ୍ଟର, ହାଇୱା ଯୋଗେ ଶତାଧିକ ଟ୍ରିପ ବାଲି ଲୁଟି ନେଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ସମ୍ପୃକ୍ତ ବାଲିଘାଟ ନିକଟସ୍ଥ ଗ୍ରାମର ନଦୀବନ୍ଧ ଦୁର୍ବଳ ହୋଇପଡ଼ିଛି। ଏହାବାଦ୍‌ ଲିଜ୍‌ ନ ଥିବା ନଦୀ ତଟବର୍ତ୍ତୀ ବିଭିନ୍ନ ଅଞ୍ଚଳରୁ ମଧ୍ୟ ବାଲି ଉତ୍ତୋଳନ ଜିଲାରେ ସୀମା ଟପିଛି।
୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରିଭେନଶନ ଅଫ୍‌ ଥେଫ୍ଟ ଅଫ୍‌ ମାଇନର ମିନେରାଲ୍ସ ଆଣ୍ଡ ଆଭିକ୍ସନ ଆକ୍ଟିଭିଟିଜ୍‌ (ପିଟିଏମ୍‌ଏମ୍‌ଇଏ) ନାମରେ ଏକ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବାଲି ଉତ୍ସତ୍ ଚିହ୍ନଟ କରିବାକୁ ଜଳ ସମ୍ପଦ ବିଭାଗର ସହନିର୍ବାହୀ ଯନ୍ତ୍ରୀ କିମ୍ବା ନିର୍ବାହୀ ଯନ୍ତ୍ରୀ ଓ ସମ୍ପୃକ୍ତ ତହସିଲଦାର ଯୁଗ୍ମ ଭାବେ ପଦକ୍ଷେପ ଗ୍ରହଣ କରିବା କଥା। ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ା୧୧ା୨୦୨୦ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁଣି ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ଜଳ ସମ୍ପଦ ବିଭାଗ ବାଲିଘାଟ ଚିହ୍ନଟ, ରାଜସ୍ବ ବିଭାଗ ବୃହତ୍‌ ଲଘୁ ଖଣିଜ ଖାଦାନ ଚିହ୍ନଟ ସହ ବିଧି ଅନୁଯାୟୀ ଲିଜ୍‌ ପ୍ରଦାନ ଓ ନିଷ୍ପତ୍ତିର ଅଗ୍ରଗତି ଉପରେ ସାପ୍ତାହିକ ବୈଠକ ଆୟୋଜନ, ଜଙ୍ଗଲ ବିଭାଗ ପକ୍ଷରୁ ପରିବେଶ ମଞ୍ଜୁରୀ ଇତ୍ୟାଦି ଉପରେ ନିଷ୍ପତ୍ତି ଗ୍ରହଣ ହୋଇଥିଲା। କିନ୍ତୁ ସରକାରଙ୍କ ଏହି ଗାଇଡ୍‌ଲାଇନ୍‌ କିମ୍ବା ଯୋଜନାକୁ କେହି ମାନୁ ନ ଥିବାରୁ ଆଗାମୀ ବର୍ଷାରେ ପୁଣି ଘାଇ ସୃଷ୍ଟି ହୋଇ ଲୋକଙ୍କ ଧନଜୀବନ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଊଛି। ନକଲି ଟିପି ଫର୍ମକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri