ବିଜେଡି, ଭାଜପାର ଭୋଟ ହାର ବଢ଼ିଲା, କଂଗ୍ରେସ ଖସିଲା

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ପିପିଲି ଉପନିର୍ବାଚନ ଫଳାଫଳ ଆସିବାର ଦିନକ ପରେ ଆରମ୍ଭ ହୋଇଯାଇଛି ପୋଷ୍ଟମର୍ଟମ। ଉପନିର୍ବାଚନରେ ବିଜେଡି ଓ ଭାଜପାର ଭୋଟ ପ୍ରତିଶତ ଗତ ନିର୍ବାଚନ ତୁଳନାରେ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଅମାନତ ହରାଇଛି। ବିଜେଡି ଉପଯୁକ୍ତ ରଣନୀତି ଏବଂ ଦଳୀୟ ନେତାଙ୍କୁ ପଞ୍ଚାୟତଓ୍ବାରୀ ଦାୟିତ୍ୱ ବାଣ୍ଟିବା ସହ ତାହାର ହିସାବ ଠିକ୍‌ରେ ନେବା ଦ୍ୱାରା ସରକାରୀ ବିରୋଧୀ ପ୍ରଚାରକୁ ପ୍ରତିହତ କରିବାରେ ସଫଳ ହୋଇଛି। ଗତ ନିର୍ବାଚନ ତୁଳନାରେ ବିଜେଡି ନିଜର ୩ ପ୍ରତିଶତ ଭୋଟ ବଢାଇବାରେ ସକ୍ଷମ ହୋଇଛି। ସେହିପରି ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ନିଜ ପୂର୍ବ ଭୋଟ ସୁରକ୍ଷିତ ରଖିବା ସହ କିଛି ମାତ୍ରାରେ ଅଧିକ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି। ଏଭଳି ସ୍ଥିତିରେ ଆଗକୁ ପଞ୍ଚାୟତ ଭୋଟ କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରେ ବିଜେଡିକୁ ୫୦.୬୬ ପ୍ରତିଶତ ଭୋଟ ମିଳିଥିଲା। ୨୦୨୧ ଉପନିର୍ବାଚନରେ ବିଜେଡି ଅଧିକ ୨.୯୪ ପ୍ରତିଶତ ଅର୍ଥାତ୍‌ ୫୩.୬ ପ୍ରତିଶତ ଭୋଟ ପାଇଛି। ସେହିପରି ଭାଜପା ୨୦୧୯ରେ ୪୧.୬୭ ପ୍ରତିଶତ ଭୋଟ ପାଇଥିବା ବେଳେ ଉପନିର୍ବାଚନରେ ୪୨.୦୪ ପ୍ରତିଶତ (୦.୪୨% ଅଧିକ) ଭୋଟ ପାଇଛି। ୨୦୧୯ରେ ୫.୬୩ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ଏଥର ୨.୩୬ ପ୍ରତିଶତ ଭୋଟ ପାଇଛି। କଂଗ୍ରେସକୁ ଗତଥର ଅପେକ୍ଷା ୩.୨୭ ପ୍ରତିଶତ କମ୍‌ ଭୋଟ ମିଳିଛି। ୨୦୧୯ ତୁଳନାରେ ବିଜେଡିକୁ ୮,୪୫୪ ଏବଂ ଭାଜପାକୁ ୩,୩୨୫ ଖଣ୍ଡ ଅଧିକ ଭୋଟ ମିଳିଛି। କଂଗ୍ରେସ କିନ୍ତୁ ଗତଥର ଅପେକ୍ଷା ୫,୫୬୯ ଖଣ୍ଡ କମ୍‌ ଭୋଟ ପାଇଛି। କଂଗ୍ରେସ ଭୋଟ ସ୍ଥାନାନ୍ତର ହେବା ଯୋଗୁ ଉଭୟ ବିଜେଡି ଓ ଭାଜପା ଭୋଟ ବଢୁଥିବା ଆଲୋଚନା ହେଉଛି।
ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଭାଜପା ଭୋଟ ହାର ବଢିବା ସହିତ ଏଥର ୭୬ ହଜାର ଭୋଟ୍‌ରେ ପହଞ୍ଚିଛୁ। ଯେହେତୁ ସେମାନେ ସରକାରୀ ଦଳରେ ଅଛନ୍ତି, ତେଣୁ କଂଗ୍ରେସ ଭୋଟ ନେବା ପାଇଁ ସେମାନେ ବିଭିନ୍ନ କଳବଳ ବ୍ୟବହାର କରିଦେଲେ। ସେଥିଲାଗି ସେମାନେ ବିଜୟୀ ହେଲେ ବୋଲି ଆଶ୍ରିତ କହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି, କଂଗ୍ରେସ ଭୋଟ ବିଜେଡିକୁ ଆସିବା କଥା ଜାଣିନି। ବିଜେଡି ଭୋଟ ଆଗ ଅପେକ୍ଷା ବଢିଛି, ଦଳ ଏଠାରେ ମଜଭୁତ ରହିଥିବା ଜଣାପଡିଛି। ବହୁତ କାମ କରିବାର ଅଛି। ଆଗକୁ ପିପିଲି ଭୋଟ ଏବଂ ଉନ୍ନତୀକରଣ ନେଇ ସମୀକ୍ଷା କରିବେ ବୋଲି ରୁଦ୍ର କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କଂଗ୍ରେସ ଯେଉଁ ଭୋଟ ପାଇଛି ତାହା ସ୍ବାଭିମାନୀ ଲୋକ ଦେଇଛନ୍ତି। ଆମେ ବିଜେଡି, ଭାଜପା ଭଳି ପଇସା ବାଣ୍ଟି ଭୋଟ ନେଇନୁ। ଦଳର ଯେଉଁ ସ୍ଥିତି ଅଛି ସେନେଇ ଆମେ ଚିନ୍ତା କରିବୁ ବୋଲି ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେସମିଟ୍‌ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍‌?

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ...

ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।...

ରାତି ନ ପାହୁଣୁ ପ୍ରେସ୍‌ମିଟ୍‌ ଡକାଇଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ ଏସବୁ କଥା…

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍‌ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି...

ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୮।୫: ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ଏବଂ ତା’ ପରେ ରାୟଗଡା ଭାଜପା...

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri