ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଭୋଟକା ପଞ୍ଚାୟତ ସେରପୁର ଗ୍ରାମର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉକ୍ତ ପଞ୍ଚାୟତ ସାନରମ୍ପେଇ ଗ୍ରାମର ସୁଧାକର ଦାସ ୪ବର୍ଷ ହେଲା ସେରପୁର ଗ୍ରାମର ଆବାଦଯୋଗ୍ୟ ଅନାବାଦୀ ଖାତା ନଂ.-୨୫୯, ପ୍ଲଟ ନଂ-୭୩୦ର ୧୩ ଡିସିମିଲି ଜମି ଜବରଦଖଲ କରିଥିଲେ। ସେଠାରେ ସେ ଏକ ଆଜ୍‌ବେଷ୍ଟସ୍‌ ଘର କରିଥିଲେ। ଉକ୍ତ ଘରକୁ ତହସିଲ ପ୍ରଶାସନ ଜେସିବି ଲଗାଇ ଭାଙ୍ଗି ଦେଇଛି। ଉଚ୍ଛେଦବେଳେ ଘରୁ କିଛି କାଠ ଓ ଲୁଗା ବୁଣାରେ ବ୍ୟବହୃତ ତନ୍ତ ଥିବା ଦେଖାଯାଇଥିଲା।
ଜମି ଜବରଦଖଲ ନେଇ ଗ୍ରାମବାସୀଙ୍କ ପକ୍ଷରୁ ନରସିଂହପୁର ରାଜସ୍ବ ନିରୀକ୍ଷକଙ୍କୁ ଅବଗତ କରାଯାଇଥିଲା। ୬ମାସ ତଳେ ରାଜସ୍ବ ନିରୀକ୍ଷକ ଦୁର୍ଜେୟ ଷଡ଼ଙ୍ଗୀ ତଦନ୍ତ କରି ଜବରଦଖଲ ହୋଇଥିବା ନେଇ ତହସିଲ କାର୍ଯ୍ୟାଳୟରେ ରିପୋର୍ଟ କରିଥିଲେ। ରିପୋର୍ଟ ମୁତାବକ ତହସିଲ ପକ୍ଷରୁ ସୁଧାକରଙ୍କୁ ନୋଟିସ କରାଯାଇଥିଲା। ନୋଟିସ ପାଇବା ସତ୍ତ୍ୱେ ସେ ତହସିଲଦାରଙ୍କ ନିକଟରେ କୌଣସି ତଥ୍ୟ ରଖି ନ ଥିଲେ। ତେଣୁ ୩ମାସ ତଳେ ତହସିଲଦାରଙ୍କ ପକ୍ଷରୁ ଘର ଭାଙ୍ଗିବାକୁ ନୋଟିସ ଜାରି କରାଯାଇଥିଲା। ସୁଧାକର ପୁଣି ସମୟ ମାଗିଥିଲେ। ମାତ୍ର ସମୟ ଅବଧି ମଧ୍ୟରେ ନିଜର ପକ୍ଷ ରଖିବାରେ ବିଫଳ ହୋଇଥିଲେ। ଶେଷରେ ଘର ଭାଙ୍ଗିବା ପାଇଁ ତହସିଲ ପକ୍ଷରୁ ୩ ଦିନିଆ ନୋଟିସ ଦିଆଯାଇଥିଲା।
ଶୁକ୍ରବାର ଅତିରିକ୍ତ ତହସିଲଦାର ମୋହନ ଜେନାଙ୍କ ନେତୃତ୍ୱରେ ନରସିଂହପୁର ରାଜସ୍ବ ନିରୀକ୍ଷକ ଦୁର୍ଯେୟ ଷଡ଼ଙ୍ଗୀ, ଆଦମପୁର ରାଜସ୍ବ ନିରୀକ୍ଷକ ମନୋଜ କବି, ପହଁଗା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁ, ଭାରପ୍ରାପ୍ତ ସୁପରଭାଇଜର ସନ୍ତୋଷ ପରିଡ଼ା ପ୍ରମୁଖ ପହଞ୍ଚତ୍ ଉଚ୍ଛେଦ କାର୍ଯ୍ୟରେ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୁଆଖିଆ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା। ତେବେ ତହସିଲ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ସୁଧାକର ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭୋଟକା ପଞ୍ଚାୟତର ଅଧିକାଂଶ ସ୍ଥାନରେ ସରକାରୀ ଜମି ଜବରଦଖଲରେ ରହିଛି। ତାହାକୁ ପ୍ରଶାସନ ଉଚ୍ଛେଦ କରୁନାହିଁ। ଜଣେ ଗରିବ, ନିରୀହ ପରିବାର ହୋଇଥିବାରୁ ତହସିଲ ପ୍ରଶାସନ ତାଙ୍କ ପରିବାର ପ୍ରତି ଅନ୍ୟାୟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri