ସମୁଦ୍ରରେ ମିଶିଯାଉଛି, ଚାଷକୁ ମିଳୁନି

ଯାଜପୁର ଅଫିସ,୨୦।୯: ସରକାର ରାଜ୍ୟବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ସେଚ ସାମର୍ଥ୍ୟ ବୃଦ୍ଧି, କେନାଲ ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ବୃଦ୍ଧି କରାଯାଉଥିବା କୁହାଯାଉଛି। ପ୍ରତିବର୍ଷ ଅଧିକରୁ ଅଧିକ କ୍ଷେତ୍ର ସେଚନାଳୀ ନିର୍ମାଣ, ଗୋଷ୍ଠୀ ଜଳାଶୟ ମରାମତି ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଯାଜପୁର ଜିଲାରେ ଏହିସବୁ କାର୍ଯ୍ୟକ୍ରମ ବିଫଳ ହେଉଛି।
କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜିଲାରେ ୭୪ଟି ନୂତନ ଏମ୍‌ଆଇପି ନିର୍ମାଣ କରିବାକୁ ଦୀର୍ଘ ବର୍ଷ ହେଲା ପ୍ରସ୍ତାବ ରହିଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ଏଥିରେ ବଡ଼ଚଣା ବ୍ଲକର ୧୯ଟି, ବିଞ୍ଝାରପୁରର ୪, ଦାନଗଦିର ୧୦, ଦଶରଥପୁରର ୪, ଧର୍ମଶାଳାର ୬, ଯାଜପୁରର ୫, କୋରେଇର ୮, ରସୁଲପୁରର ଗୋଟିଏ, ସୁକିନ୍ଦାର ୧୭ ଏମ୍‌ଆଇପି ପ୍ରସ୍ତାବ ରହିଛି। ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଜଳସେଚନ ହେବ ବୋଲି ଆଶା କରାଯାଇଛି। କିନ୍ତୁ ଏହା ପ୍ରସ୍ତାବରେ ସୀମିତ ରହିଥିବାରୁ ମରୁଡି ସମୟରେ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ମାତ୍ର ୫୮ ଏମ୍‌ଆଇପିରେ ୪୪୭୯ ହେକ୍ଟର ଜମିରେ ଜଳସେଚନ ହେଉଥିବା ସରକାରୀ ଭାବେ ସୂଚନା ମିଳିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀର ପଙ୍କପାଳଠାରେ ଇଡ୍‌କୋ ପକ୍ଷରୁ ଇନ୍‌ଟେକ୍‌ ୱେଲ୍‌ ଜରିଆରେ ମନଇଚ୍ଛା ପାଣି ଉତ୍ତୋଳନ କରି କଳିଙ୍ଗନଗର ଶିଳ୍ପାଞ୍ଚଳର ୧୨ ଶିଳ୍ପ କାରଖାନାକୁ ଦୈନିକ ବହୁ ଗ୍ୟାଲେନ ପାଣି ଯୋଗାଇ ଦିଆଯାଉଛି। ବୈତରଣୀ ନଦୀର ୯୦ ପ୍ରତିଶତ ଜଳ ସିଧା ସମୁଦ୍ରରେ ମିଶୁଛି। ବିଡମ୍ବନା ଯେ, ଯାଜପୁର ଜିଲା ଦେଇ ପ୍ରବାହିତ ଏହି ଦୁଇ ପ୍ରମୁଖ ନଦୀର ଉପରମୁଣ୍ଡରେ ଜଳସେଚନ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ ା ତେଣୁ ବ୍ରାହ୍ମଣୀ ଓ ବୈତରଣୀ ଚାଷୀଙ୍କ ପାଇଁ ନୁହେଁ, ଶିଳ୍ପ କାରଖାନା ପାଇଁ ଉଦ୍ଦିଷ୍ଟ ବୋଲି କ୍ଷୋଭପ୍ରକାଶ ପାଉଛି।
ଜିଲାର ସମୁଦାୟ ୧,୪୫,୪୫୦ ହେକ୍ଟର ଚାଷ ଜମିରୁ ବୃହତ୍‌ ଓ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ଖରିଫରେ ୬୧,୩୨୨(୪୨.୧୬%) ଓ ରବି ଋତୁରେ ୩୪,୬୦୦ (୨୩.୭୮%) ହେକ୍ଟର ଜମିରେ ଜଳସେଚନ ହେଉଥିବା ସରକାର ଦାବି କରୁଛନ୍ତି। ହେଲେ ବାସ୍ତବରେ ବୈତରଣୀ-ବୁଢ଼ା ଆନ୍ନିକଟଠାରୁ ଜିଲାର ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ପ୍ରାୟ ୧୦ ହଜାର ଏକର ଏବଂ ଜଗତ୍‌ପୁର-ଜେନାପୁର ହାଇଲେଭଲ କେନାଲ ପାଣିରେ ଖରିଫ ଋତୁରେ ଜିଲାର ବଡ଼ଚଣା ଓ ଧର୍ମଶାଳା ବ୍ଲକରେ ୮୩୮୪ ହେକ୍ଟର ଜମିରେ ଜଳସେଚନ ହେଉଥିବା ସୂଚନା ମିଳିଛି। ଅଥଚ ୧୬୪.୦୦୫ କିମି ଦୈର୍ଘ୍ୟ ବିଶିଷ୍ଟ ଏହି କେନାଲ ମଧ୍ୟରୁ ୬୮୦.୮୯ ହେକ୍ଟର ଜମିରେ ପାଣି ମାଡୁନାହିଁ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ହାଇଲେଭଲ କେନାଲ ଅବା ଉଠା ଜଳସେଚନ ପ୍ରକଳ୍ପ ଉପରେ ରାଜନୈତିକ ନେତୃବର୍ଗ ନୀରବ ରହିଛନ୍ତି। କିନ୍ତୁ ମୋଟା ଅଙ୍କର ମାସିକ ଅର୍ଥ ପାଇଁ ନେତୃବର୍ଗ ଭୂ-ସମ୍ପଦ ଲିଜ୍‌ କାରବାରରେ ବେଶି ଆଗ୍ରହ ଦେଖାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଚଳିତବର୍ଷ ଚାଷୀଙ୍କୁ ଚାଷ ଆରମ୍ଭରୁ ଝଟକା ଲାଗିଛି। ଜିଲାରେ ଜୁନରେ ୧୭ ପ୍ରତିଶତ, ଜୁଲାଇରେ ୬୦ ପ୍ରତିଶତ ଏବଂ ଅଗଷ୍ଟରେ ୫୨ ପ୍ରତିଶତ କମ୍‌ ବର୍ଷା ଚାଷୀକୁଳଙ୍କୁ ବ୍ୟଥିତ କରିଥିଲା। ଅନ୍ୟପକ୍ଷେ ସେପ୍ଟେମ୍ବର ୧୩ ଓ ୧୪ରେ ଅତ୍ୟଧିକ ବର୍ଷା ଯୋଗୁ ରବିବାର ସୁଦ୍ଧା ହାରାହାରି ୪୩୪.୫୬ ମିମି ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଚାଷୀ କେତେବେଳେ ବର୍ଷାର ଅଭାବ ତ କେତେବେଳେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇ ନୟାନ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri