ଭିନ୍ନ ମତ ରଖିଲେ ପୂଜା କମିଟି ସଦସ୍ୟ

କଟକ ଅଫିସ, ୧୮।୯: ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ପରଦା ଆଢୁଆଳରେ ପୂଜା କରିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସ୍‌ରେ କଟକ ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପୂଜାକମିଟି ସଦସ୍ୟ ଯୋଗଦେଇ ଭିନ୍ନଭିନ୍ନ ମତ ରଖିଥିଲେ। ଏମ୍‌ପି ଭର୍ତ୍ତୃହରି ମହତାବ ଯୋଗଦେଇ କହିଛନ୍ତି, ଉଭୟ ଶାନ୍ତ କମିଟି ଯାହା ନିଷ୍ପତ୍ତି ନେବ ତାହାକୁ ସମସ୍ତ କମିଟି ସଦସ୍ୟ ଗ୍ରହଣ କରିବେ। ହେଲେ ସରକାରଙ୍କ ୪ଫୁଟ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତି ସହ କେବେ ସହମତ ହୋଇପାରିବି ନାହିଁ ା ଆଶା ଓ ଆଶଙ୍କା ମଧ୍ୟରେ କଟକବାସୀ ଆଉ ରହିବାକୁ ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି ା ବୈଠକ ଶେଷ ନ ହେବା ପୂର୍ବରୁ ଉଭୟ ଶାନ୍ତି କମିଟି ସଭ୍ୟମାନେ ଉକ୍ତ ସ୍ଥାନ ଛାଡି ପଳାଇ ଯାଇଥିଲେ ା ଫଳରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ଏନେଇ ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରୀ ଦାସ କହିଛନ୍ତି, ବୈଠକରେ ନିଷ୍କର୍ଷ ବାହାରିଲା ନାହିଁ। ହାଇକୋର୍ଟ ବାଲୁବଜାର ପୂଜା କମିଟିକୁ ଦେଇଥିବା ରାୟ ନେଇ ଆମେ ତର୍ଜମା କରୁଛୁ ା ଏନେଇ ଶନିବାର ଆମେ ନିଷ୍ପତ୍ତି ଶୁଣାଇବୁ ବୋଲି ସେ କହିଛନ୍ତି। ଉକ୍ତ ବୈଠକରେ କଂଗ୍ରେସ ନେତା ସୁରେଶ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସମୀର ଦେ, ନଗର କଂଗ୍ରସ ସଭାପତି ଗିରିବାଳା ବେହେରା, ମହାନଗର ଶାନ୍ତି କମିଟି ସଭାପତି ପ୍ରଭାତ ତ୍ରିପାଠୀ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମଣ୍ଡପରେ ୪ଫୁଟର ମୂର୍ତ୍ତି ନିର୍ମାଣ ଓ ପରଦା ଆଢୁଆଳରେ ପୂଜା କରିବା ପାଇଁ ନିଆଯାଇଥିବା ସରକାରୀ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କଟକ ମହାନଗର ଓ ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। ୧୬ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଏହି ଚିଠିର ଉତ୍ତର ଦେବେ ବୋଲି ଆଶା କରାଯାଇଥିଲା। ହେଲେ ଏହି ସମୟ ମଧ୍ୟରେ ଚିଠିର ଉତ୍ତର ନ ଆସିବାରୁ ଉକ୍ତ ବୈଠକ ଡକାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା...

ବିଜୟ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର,୪।୫: କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ। ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।...

ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁରକୁ କରୁଥିଲେ ଗଞ୍ଜେଇ ଚାଲାଣ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ-୧)ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri