୨୭ରେ ଭାରତ ବନ୍ଦ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୧୪।୯(ବ୍ୟୁରୋ):  ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ତରଫରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡିଶାରେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗଣ ସଙ୍ଗଠନକୁ ନେଇ ସୋମବାର ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଦାବି ଏବଂ ବନ୍ଦ ସଫଳ ଲାଗି ପ୍ରଚାର ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ମଙ୍ଗଳବାରଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଜିଲା ଓ ବ୍ଲକ୍‌ ସ୍ତରରେ ପ୍ରସ୍ତୁତି ବୈଠକ, କର୍ମୀ ସଭା, ଗାଁ ବୈଠକ, ଶୋଭାଯାତ୍ରା ଏବଂ ପ୍ରଚାରପତ୍ର ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ କରାଯିବ। ସେହିପରି ୨୬ ତାରିଖରେ ମଶାଲ ଶୋଭାଯାତ୍ରା ଆୟୋଜନ ହେବ। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର କରାଯିବା, ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ ରଦ୍ଦ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିମନ୍ତେ ଆଇନଗତ ବ୍ୟବସ୍ଥା କରାଯିବା ସମେତ ମହିଳା, ଛାତ୍ର, ଯୁବକ, କୃଷି ଶ୍ରମିକ, ଆଦିବାସୀ, ଦଳିତ ଆଦି ସବୁ ବର୍ଗଙ୍କ ଦାବି ଏହି ଆନ୍ଦୋଳନରେ ଅନ୍ତର୍ଭୁକ୍ତ ହୋଇଛି।
କୃଷକ ନେତା ଶଶିଭୂଷଣ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ୫୦ରୁ ଉର୍ଦ୍ଧ୍ୱ ଗଣସଙ୍ଗଠନର କର୍ମକର୍ତ୍ତା ସାମିଲ ଥିଲେ। ବନ୍ଦକୁ ସଫଳ କରିବା ନିମନ୍ତେ ସମସ୍ତ ଗଣସଙ୍ଗଠନର ପ୍ରତିନିଧିମାନଙ୍କୁ ନେଇ ‘୨୭ ସେପ୍ଟେମ୍ବର ଭାରତ ବନ୍ଦ ପ୍ରସ୍ତୁତି କମିଟି’ ଗଠନ କରାଯାଇଛି। ଏଥିସହ ୨୧ ଦଫା ଦାବି ସନନ୍ଦ ଗୃହୀତ ହୋଇଛି। କୃଷକ ନେତା ସୁରେଶ ପାଣିଗ୍ରାହୀ ପ୍ରାରମ୍ଭରେ ଦାବି ସନନ୍ଦ ଓ ପ୍ରଚାର କାର୍ଯ୍ୟକ୍ରମର ଏକ ପ୍ରସ୍ତାବବଳୀ ଉପସ୍ଥାପନ କରିଥିଲେ। କୃଷକ ନେତା ଯମେଶ୍ୱର ସାମନ୍ତରାୟ, ଶଙ୍କର ସାହୁ, ପ୍ରତାପ ନାୟକ, ଶେଷଦେବ ନନ୍ଦ, ଅରୁଣ ଜେନା, ବଂଶୀଧର ପରିଡା, ଶ୍ରମିକ ନେତା ବୀରେନ୍ଦ୍ର ପ୍ରସାଦ ଦାସ, ଜୟନ୍ତ ଦାସ, ପୁଷ୍ପା ଦାଶ, ମହେନ୍ଦ୍ର ପରିଡା, ମହିଳା ନେତ୍ରୀ ଛବି ମହାନ୍ତି, ଛାତ୍ର ନେତା ସୁବାସ ନାୟକ, ଜନ ଆନ୍ଦୋଳନ ତରଫରୁ ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri