ମାଣିକପାଟଣା ଗଲେନି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ବ୍ୟୁରୋ)/ ପାରଳାଖେମୁଣ୍ଡି, (ଡି.ଏନ୍‌.ଏ.) ୧୩ା୯:ଥମୁନାହିଁ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ। ଏହାକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ତା’ର ମନମାନି ଚଳାଇଛି। କୋରାପୁଟ ପଟ୍ଟାଙ୍ଗୀ ବ୍ଲକ ଅଧୀନ ୩ ଗ୍ରାମପୁଞ୍ଜ (ଫାଟୁ ସେନେରି, ଫଗୁଣ ସେନେରି, ତଳଗଞ୍ଜେଇପଦର)ରେ ଆନ୍ଧ୍ର ବଳପୂର୍ବକ ନିଜର ବୋଲି ଦର୍ଶାଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାବେଳେ ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପଟଣା ଗାଁକୁ ମଧ୍ୟ ନିଜ ଦଖଲରେ ନେବାକୁ ଚେଷ୍ଟା କରୁଛି। ଓଡ଼ିଶାର ପ୍ରଶାସନିକସ୍ତରରେ କାର୍ଯ୍ୟାନୁଷ୍ଠାନ ପ୍ରଭାବୀ ହେଉ ନ ଥିବାରୁ ବିଭିନ୍ନ ସମୟରେ ଆନ୍ଧ୍ର ବଳପୂର୍ବକ କାର୍ଯ୍ୟ କରିବାକୁ ସାହସ ପାଉଛି। ବିଶେଷ କରି ଶନିବାର ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ସୁଦ୍ଧା ମାଣିକପାଟଣା ଗସ୍ତ ନ କରିବା ଏବଂ ଆନ୍ଧ୍ର ନେତାଙ୍କ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ବିରୋଧରେ କୌଣସି ମତାମତ ନ ଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ମାଣିକପାଟଣା ଗ୍ରାମରେ ଆନ୍ଧ୍ରପ୍ରଦେଶର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଏସ୍‌. ଆପଲାରାଜୁ ଗୁରୁବାର ଗଜପତି ଜିଲାର କେତେଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଶୋଭନୀୟ ବ୍ୟବହାର ଦେଖାଇଛନ୍ତି। ଏପରି କି ଓଡ଼ିଶା ପ୍ରଶାସନ ବନ୍ଦ କରିଥିବା ଆନ୍ଧ୍ରର ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଜୋରଜବରଦସ୍ତ ଖୋଲି ପିଲାଙ୍କୁ ଅଣ୍ଡା ବାଣ୍ଟିବା ସହ ସ୍ଥାନୀୟ ପ୍ରଶାସନ ସହ ଯୁକ୍ତିତର୍କ କରିଥିଲେ। ଏବେ ସେଠାରେ ଆନ୍ଧ୍ର ପୋଲିସ ପଇଁତରା ମାରୁଛି। ଅପରପକ୍ଷରେ କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନ ହେବା ପାଇଁ ଓଡ଼ିଶା ପୋଲିସ ମଧ୍ୟ ପାଟ୍ରୋଲିଂ କରୁଛି। ଗତ ୧୫ ବର୍ଷ ହେଲା ଆନ୍ଧ୍ର ବିଭିନ୍ନ ସମୟରେ ମାଣିକପାଟଣାକୁ ଦଖଲ କରିବାକୁ ଷଡ଼ଯନ୍ତ୍ର କରିଆସୁଛି। ଓଡ଼ିଶା ସରକାର ଏଥିପ୍ରତି ଉଚିତ୍‌ ପଦକ୍ଷେପ ନ ନେବାରୁ ଆନ୍ଧ୍ର ପ୍ରଶାସନର ମନମୁଖି କାର୍ଯ୍ୟକଳାପ ବଢ଼ିଚାଲିଛି, ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ମାଣିକପାଟଣା ଗ୍ରାମ ସମେତ ଗଙ୍ଗାବାଡ଼ ଏବଂ କେରାଣ୍ଡି ପଞ୍ଚାୟତର କେତେଜଣ ଗ୍ରାମବାସୀ କହିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ଗଜପତି ଜିଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ମହେନ୍ଦ୍ରଗିରି ଶିଖର ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହ ପର୍ଯ୍ୟଟକଙ୍କ ପାଇଁ ଏହା କିଭଳି ଆକର୍ଷଣୀୟ ହୋଇପାରିବ ସେନେଇ ମହାପାତ୍ର ସମୀକ୍ଷା କରିଥିଲେ। ହେଲେ ମାଣିକପାଟଣା ସୀମା ବିବାଦ ନେଇ କିଛି ଆଲୋଚନା କରି ନାହାନ୍ତି। ଏପରି କି ଏହି ପ୍ରସଙ୍ଗରେ ପଚରାଯିବାବେଳେ କୌଣସି ଉତ୍ତର ଦେଇ ନ ଥିଲେ, ଯାହାକୁ ନେଇ ଭାଜପା ଏବଂ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ଭାଜପା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ମୁଖ୍ୟ ଶାସନ ସଚିବ ଗଜପତି ଜିଲା ଗସ୍ତରେ ଯାଇଥିଲେ ସୁଦ୍ଧା ମାଣିକପାଟଣାକୁ ଗଲେ ନାହିଁ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ କଥା ମଧ୍ୟ ହେଲେ ନାହିଁ ବୋଲି ବକ୍ସିପାତ୍ର କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଆନ୍ଧ୍ରର ଜଣେ ମନ୍ତ୍ରୀ ଗଜପତି ଜିଲାରେ ଘରେ ପଶି ଧମକାଉଛନ୍ତି। ତଥାପି ଏ ପର୍ଯ୍ୟନ୍ତ ଏମାନଙ୍କ ପାଟି ଖୋଲୁ ନାହିଁ। ରାଜ୍ୟକୁ ଝାଡଖଣ୍ଡ ପଶିଲାଣି ଏବଂ ଆନ୍ଧ୍ର ଧମକାଇଲାଣି, କ’ଣ କରୁଚ ଏ ପର୍ଯ୍ୟନ୍ତ। ଯଦି ମୁଖ୍ୟ ଶାସନ ସଚିବ ମହେନ୍ଦ୍ରଗିରି ଗଲେ ତେବେ ସେଠାକୁ କାହିଁକି ଗଲେ ନାହିଁ ବୋଲି ସୁରେଶ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ କହିଛନ୍ତି, ଜିଲା ପ୍ରଶାସନିକ ଅଧିକାରୀମାନେ ସେହି ସ୍ଥାନକୁ ବାରମ୍ବାର ଯାଉଛନ୍ତି। ସରକାର ଯେଉଁ କାର୍ଯ୍ୟକ୍ରମ କରିବା କଥା କରି ଚାଲିଛନ୍ତି। ଆନ୍ଧ୍ର ଯଦି ଦାଦାଗିରି କଲା ବୋଲି ଓଡ଼ିଶା ସେମିତି କରିବ ତେବେ ଗଣତନ୍ତ୍ର ଭିତରେ ଭିନ୍ନତା କ’ଣ ରହିବ। ତେଣୁ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ଓଡ଼ିଶାର ସୀମାନ୍ତ ଗାଁ ଅଞ୍ଚଳରେ ରାସ୍ତା ଓ ଗମନାଗମନ ମୁଖ୍ୟ ସମସ୍ୟା। ମାଣିକପାଟଣାରେ ୪୪ ପରିବାର ବସବାସ କରନ୍ତି। ସମସ୍ତ ଅଞ୍ଚଳର ଲୋକେ ଆଦିବାସୀ ସମ୍ପ୍ରଦାୟର। ଚାଷ, ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ସ୍ବାସ୍ଥ୍ୟ ସେବା ଓ ବ୍ଲକ ମହକୁମା ରାୟଗଡକୁ ଯିବାକୁ ହେଲେ ଆନ୍ଧ୍ରର ମଞ୍ଜୁଷା ଦେଇ ପୁଣି ଗଜପତି ଜିଲାର ଗାରାବନ୍ଧ ଗ୍ରାମ ବାଟେ ଆସିବାକୁ ପଡ଼େ। ଦୁର୍ଗମ ବନାଞ୍ଚଳ ଓ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ବୋଲି ଗ୍ରାମବାସୀ କହିଛନ୍ତି। ଗଙ୍ଗାବାଡ଼ରୁ ସିଧା ବ୍ଲକ ମହକୁମାକୁ ରାସ୍ତା ପାଇଁ ଗତ ୧୫ ବର୍ଷ ମଧ୍ୟରେ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ଓଡ଼ିଶା ସରକାର ଏଥିପ୍ରତି ଗୁରୁତ୍ୱ ଦେଇନାହାନ୍ତି । ତେଣୁ ସେମାନେ ଆନ୍ଧ୍ର ଦେଇ ଯିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଆନ୍ଧ୍ର ମନ୍ତ୍ରୀ, ନେତା,ଅଧିକାରୀମାନେ ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନ ବେଳେ ପ୍ରଚାର କରି ଭୋଟ ଦେବା ପାଇଁ ପ୍ରଲୋଭିତ କରୁଛନ୍ତି। ସମସ୍ତ ପ୍ରଲୋଭନକୁ ଏଡାଇ ଆସୁଛୁ ବୋଲି ଗ୍ରାମବାସୀ କହିଛନ୍ତି। ଓଡ଼ିଶାରୁ ଆଦାୟ କରୁଥିବା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟାରେ ଆନ୍ଧ୍ର ବ୍ୟବସାୟୀମାନେ ଠକି ଚାଲିଛନ୍ତି । ବର୍ତ୍ତମାନ ସେମାନେ ଆନ୍ଧ୍ର ବ୍ୟବସାୟୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ନ କରି ଓଡ଼ିଶାରେ ବିକ୍ରିି କରୁଥିବା କହିଛନ୍ତି। ଏଥିରେ କ୍ଷୁବ୍ଧ ଆନ୍ଧ୍ର ବ୍ୟବସାୟୀମାନେ ବିଭିନ୍ନ ରାଜନେତା, ସରକାରୀ ଅଧିକାରୀ, ଦଲାଲମାନଙ୍କୁ ଅର୍ଥ ଦ୍ୱାରା ଆୟତ୍ତ କରି ଓଡ଼ିଶାର ଗ୍ରାମଗୁଡିକରେ ଏଭଳି ଅରାଜକତା ସୃଷ୍ଟି କରି ଆସୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଗଜପତି ଜିଲାର ପ୍ରଶାସନିକ ଅଧିକାରୀଙ୍କୁ ଆନ୍ଧ୍ରର ମନ୍ତ୍ରୀଙ୍କ ଅଶୋଭନୀୟ ଆଚରଣକୁ ନେଇ ଓଡ଼ିଶା ସରକାର ଉଚିତ ପଦକ୍ଷେପ ନେବେ। ସେହି ଅଞ୍ଚଳରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ତାହାକୁ ଦୃଷ୍ଟିରେ ରଖି ସେଠାରେ ଗାରାବନ୍ଧ ପୋଲିସ ପଇଁତରା ମାରୁଛିି ବୋଲି ଜିଲାପାଳ ଲିଙ୍ଗରାଜ ପଣ୍ଡା ସୂଚନା ଦେଇଛନ୍ତି। ମାଣିକପାଟଣା ଓଡ଼ିଶାର। ସେଠାରେ ଆନ୍ଧ୍ରପ୍ରଦେଶର କୌଣସି ଫାଣ୍ଡି ହୋଇନାହିଁ। ଖୁବ୍‌ଶୀଘ୍ର ସେଠାରେ ଓଡ଼ିଶା ପୋଲିସର ଏକ ଆଉଟପୋଷ୍ଟ କରାଯିବ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri