ରାଜଧାନୀରେ ଡେଲିଭରି ବୟଙ୍କୁ ଅପହରଣ: ସ୍ତ୍ରୀଙ୍କୁ ଶେଷ ଥର କହିଥିଲେ‘ମୋତେ ବହୁତ ଡର ଲାଗୁଛି’

ଭୁବନେଶ୍ୱର, ୨।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରୁ ଶନିବାର ରାତିରେ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ପତିତପାବନ ପୃଷ୍ଟି। ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡ଼ାରେ ରୁହନ୍ତି। ଅନ୍ୟପଟେ ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ, ମନିପର୍ସ ଓ ଗଞ୍ଜି ମିଳିଛି। ପତିତପାବନ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ ମେସେଜ ଯୋଗେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ତାଙ୍କୁ ଅପହରଣ କରାଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଶନିବାର ରାତିରେ ପତିତପାବନ ଘରକୁ ଫେରୁଥିବା ବେଳେ ତାଙ୍କ ବାଇକ ଖରାପ ହୋଇଯାଇଥିବା ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍‌ରେ କହିଥିଲେ। ଓ ତାଙ୍କ ପଛରେ କିଛି ମଦୁଆ ଆସୁଥିବାରୁ ତାଙ୍କୁ ଡର ଲାଗୁଥିବା କଥା ମଧ୍ୟ କହିଥିଲେ। ସ୍ତ୍ରୀଙ୍କ କହିବା ଅନୁଯାୟୀ, ରାତି ୧୦ଟା ୧୫ରେ ତାଙ୍କ ନିକଟକୁ ଏକ ଭଏସ ମେସେଜ ଆସିଥିଲା। ତେବେ ସେ ଏହା ଦେଖି ନଥିଲେ। ରାତି ପ୍ରାୟ ୨ଟା ବେଳେ ସେ ଭଏସ ମେସେଜ ଶୁଣିଥିଲେ। ତାଙ୍କ ସ୍ବାମୀ ଭଏସ ମେସେଜ ପଠାଇ ତାଙ୍କୁ ଅପହରଣ କରାଯାଇଥିବା କହିଥିଲେ। ତାଙ୍କୁ ଏକ ଅଟୋରେ ବସାଇ ପେଟରେ ଛୁରୀ ରଖି ୪ ଜଣ ଲୋକ ନେଇ ଯାଉଥିବା ସେ କହିଥିଲେ।
ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପାଇଁ ବାହାରି ଯାଇ, ଘଟଣା ସମ୍ପର୍କରେ ଧଉଳି ଥାନାରେ ଏତଲା ଦେଇଛନ୍ତି। ପୋଲିସ ପତିତପାବନଙ୍କ ଚପଲ, ବ୍ୟାଗ ଓ ମନିପର୍ସ ଆଦି ଜବତ କରିଛି। ଘଟଣାସ୍ଥଳରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଛି।
ତେବେ ୧୦ ଦିନ ତଳେ ଭୁବନେଶ୍ୱରର ଜୟଦେବ ବିହାରର ବିଜୁୁ ପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରେ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଜଗତସିଂହପୁର ଜିଲା ଲୋକ ହୋଇଥିବା ବେଳେ ପାଣ୍ଡରାରେ ରହି ଡେଲିଭରି ବୟ ଭାବେ କାମ କରୁଥିଲେ। ଡେଲିଭରି ବୟଙ୍କ ଏଭଳି ଦୁଇ ଦୁଇଟି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବେଳେ । ସେମାନଙ୍କ ଉପରେ ବିପଦ ବଢ଼ି ଯାଇଥିବା କୁହାଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri