ରାତାରାତି ବ୍ୟବଚ୍ଛେଦକୁ ନେଇ ବିବାଦ

କଟକ ଅଫିସ, ୧୦ା୯:ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଓ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଡାକ୍ତର ଚିକିତ୍ସା ନ କରାଇ ଘରକୁ ଫେରାଇ ଦେବା ଘଟଣାରେ ଅତିଷ୍ଠ ହୋଇ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୁଧବାର ବିଧାନସଭା ନିକଟରେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ସରକାରୀ ବ୍ୟବସ୍ଥାରେ ଅବହେଳାକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠିଛି। ସନ୍ଧ୍ୟା ପ୍ରାୟ ୭ଟାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ତରବରିଆ ଭାବେ ରାତିରେ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବା ଘଟଣା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସାଧାରଣଭାବେ ରାତିରେ ବ୍ୟବଚ୍ଛେଦ କରିବାର ନିୟମ ନ ଥିଲେ ସୁଦ୍ଧା ଦୁଷ୍ମନ୍ତଙ୍କ ବ୍ୟବଚ୍ଛେଦ କିପରି କରାଗଲା ସେନେଇ ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କୁ ପଚାରିବାରେ ସେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାତିରେ ବ୍ୟବଚ୍ଛେଦ କରାଯାଇଥିବା କହୁଛନ୍ତି। ସେପଟେ ଗୁରୁବାର ବିଧାନସଭାରେ ବିରୋଧୀ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ଗୃହ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିବାବେଳେ ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯଦି କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଆୟୁଷ୍ମାନ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଦୁଷ୍ମନ୍ତଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ି ନ ଥାନ୍ତା ବୋଲି ମହାଲିଙ୍ଗ କହିଛନ୍ତି।
ଆର୍ଥିକ ବୋଝ ସହ ପରିବାରର ଭାର ମୁଣ୍ଡ ଉପରେ ଥିବାବେଳେ ଚିକିତ୍ସା ନ ପାଇ ଭାରସାମ୍ୟ ହରାଇ ଦୁଷ୍ମନ୍ତ ବିଧାନସଭା ନିକଟରେ ହାତ କାଟି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିବା ଗୋଇନ୍ଦା ବିଭାଗର ବିଫଳତାକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବିଧାନସଭା ଅଧିବେଶନ ଚାଲିଥିବାରୁ ଗୋଇନ୍ଦା ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ଏହାସତ୍ତ୍ୱେ ଜଣେ ଯୁବକ ବିଧାନ ସଭା ନିକଟରେ ନିଜ ହାତ କାଟି ବିଷପାନ କରିଥିଲେ ସୁଦ୍ଧା ଗୋଇନ୍ଦା ବିଭାଗ ପୂର୍ବରୁ ନ ଜାଣିପାରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଗୋଇନ୍ଦା ବିଭାଗ ପୂର୍ବ ସୂଚନା ଦେଇଥାନ୍ତା ହୁଏତ ଦୁଷ୍ମନ୍ତଙ୍କ ଜୀବନ ବଞ୍ଚତ୍ ଯାଇପାରିଥାନ୍ତା। ଗୋଇନ୍ଦା ବିଭାଗର ବିଫଳତା ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ଅପରପକ୍ଷରେ ଗୁରୁବାର ଏହି ଘଟଣାରେ ଏସ୍‌ସିବି କର୍ତ୍ତୃପକ୍ଷ ନିଜର ସଫେଇ ଦେଇଛନ୍ତି। ଦୁଷ୍ମନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ତଦନ୍ତ କମିଟି ଆବଶ୍ୟକ ପରାମର୍ଶ କରିଛନ୍ତି। ଏପରି କି ଚିକିତ୍ସାର ସମସ୍ତ ପ୍ରମାଣ ସଂଗ୍ରହ କରିଛନ୍ତି। ୨୦୨୦ ମାର୍ଚ୍ଚ ୨୨ରେ ଦୁଷ୍ମନ୍ତ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରଦିନ ଏସ୍‌ସିବିରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ବାମ ଆଣ୍ଠୁ ଉପରେ ସୃଷ୍ଟ କ୍ଷତର ନିରାକରଣ ସହିତ ପ୍ଲାଷ୍ଟିକ୍‌ ସର୍ଜରି ପରାମର୍ଶ ପାଇଁ ରେଫର୍‌ କରାଯାଇଥିଲା। ଏଥିସହିତ ସେ ଗୁରୁତର ରେନାଲ୍‌ ଟ୍ୟୁବୁଲାର୍‌ ଏସିଡୋସିସ୍‌ (ଆରଟିଏ)ରେ ପୀଡିତ ଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦୁର୍ଘଟଣାର ୧୨ଘଣ୍ଟା ପରେ ସେ ଡାକ୍ତରଖାନାକୁ ଆସିଥିଲେ, ଯାହା ତାଙ୍କ ଅଙ୍ଗକୁ ବଞ୍ଚାଇବାରେ ବହୁତ ବିଳମ୍ବ ହୋଇଥିଲା। ତାଙ୍କୁ ଆଠ ଘଣ୍ଟା ପାଇଁ ଅର୍ଥୋପେଡିକ୍‌ ଏବଂ ପ୍ଲାଷ୍ଟିକ୍‌ ସର୍ଜନଙ୍କ ଏକ ଟିମ୍‌ ଦ୍ୱାରା ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ୨ଟି ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଥମଟି ସ୍ନାୟୁ ଚିକିତ୍ସା ଏବଂ ପରେ ଚର୍ମ ଗ୍ରାଫ୍ଟିଙ୍ଗ୍‌ କରାଯାଇଥିଲା। ଦୁଷ୍ମନ୍ତଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଇ ନାହିଁ, ତାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇଛି ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri