୩୨୦୬.୮୮ କୋଟି ଜିଏସ୍‌ଟି କ୍ଷତିପୂରଣ ମିଳିନି

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ବାବଦରେ କେନ୍ଦ୍ର ନିକଟରେ ୮୬୮୮.୧୯ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ସେଥିମଧ୍ୟରୁ ରାଜ୍ୟ ସରକାର ୧୬୫୯.୩୧ କୋଟିର କ୍ଷତିପୂରଣ ପାଇଥିବା ବେଳେ ବ୍ୟାକ୍‌ ଟୁ ବ୍ୟାକ୍‌ ଋଣ ବାବଦକୁ ୩୮୨୨.୦୦ କୋଟି ପାଇଛନ୍ତି। ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ୩୨୦୬.୮୮ କୋଟି କ୍ଷତିପୂରଣ ବାବଦକୁ ପାଇବାର ଅଛି ବୋଲି ସୋମବାର ବିଧାନସଭା ପ୍ରଶ୍ନକାଳରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।
ବିଜେଡି ସଭ୍ୟ ଅମର ଶତପଥୀ ମୂଳ ପ୍ରଶ୍ନ ୧୨୨ରେ ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ରାଜ୍ୟ ସରକାର କ୍ଷତିପୂରଣ ବାବଦକୁ କେତେ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ପାଇଛନ୍ତି। ବାକି ଅର୍ଥ ପାଇଁ କେନ୍ଦ୍ର ସରକାର କେଉଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି ବୋଲି ପଚାରିଥିଲେ।
ମନ୍ତ୍ରୀ କହିଛନ୍ତ,୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ, ୨୦୧୬ ଅନୁସାରେ ଜିଏସ୍‌ଟି ପ୍ରଚଳନ ଫଳରେ ରାଜ୍ୟର ରାଜସ୍ବ ଆଦାୟରେ କ୍ଷତି ଘଟିଲେ ୫ ବର୍ଷ ପାଇଁ କ୍ଷତିପୂରଣ ଦିଆଯିବ। ଏଥି ନିମନ୍ତେ ଦ୍ରବ୍ୟ ଓ ସେବା ଟିକସ (ରାଜ୍ୟକୁ କ୍ଷତିପୂରଣ ) ଆଇନ-୨୦୧୭ କାର୍ଯ୍ୟକାରୀ ହୋଇଛି। କ୍ଷତିପୂରଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହୀତ ଟିକସ ପରିମାଣକୁ ମୂଳ ବର୍ଷର ଟିକସ ରୂପେ ଗ୍ରହଣ କରାଯାଇଛି। ୧୪ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର ନିଆଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଟିକସ ବାବଦକୁ ୧୧୦୪୯.୩୪ କୋଟି ଟଙ୍କା ପାଇଥିଲେ। ସୁନିଶ୍ଚିତ ରାଜସ୍ବରୁ ବାସ୍ତବରେ ସଂଗୃହୀତ ରାଜସ୍ବକୁ ବିୟୋଗ କରି ଅବଶିଷ୍ଟ ପରିମାଣକୁ କ୍ଷତିଭରଣା ଭାବେ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି। କ୍ଷତିଭରଣା ପ୍ରତ୍ୟେକ ତ୍ରୈମାସିକ କିସ୍ତିରେ ମିଳୁଛି। ମୂଳ ଆର୍ଥିକ ବର୍ଷରେ (୨୦୧୫-୧୬) ସଂଗୃହୀତ ରାଜସ୍ବରେ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧି ହାର ପ୍ରୟୋଗ କରାଯାଇ ୨୦୧୭-୧୮ ( ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ୍ଚ ) ପର୍ଯ୍ୟନ୍ତ ୧୦୭୬୯.୭୯ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ (ପ୍ରୋଟେକ୍ଟେଡ ରେଭିନ୍ୟୁ) ଆକଳନ ହୋଇଥିଲା। ସୁନିଶ୍ଚିତ ରାଜସ୍ବରୁ ବାସ୍ତବରେ ସଂଗୃହୀତ ରାଜସ୍ବକୁ ବିୟୋଗ କରି ଅବଶିଷ୍ଟ ପରିମାଣକୁ କ୍ଷତିଭରଣା ଭାବେ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଓଜିଏସ୍‌ଟି ଏବଂ ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଅନ୍ୟାନ୍ୟ ଟିକସ ବାବଦକୁ ୮୪୨୧.୭୧ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୨୩୪୮.୦୮ କୋଟି ଟଙ୍କାର କ୍ଷତିପୂରଣ ପାଇଛନ୍ତି। ୨୦୧୯-୨୦ରେ ୧୮୬୬୧.୮୯ କୋଟି ଟଙ୍କା ରାଜସ୍ବ ଧାର୍ଯ୍ୟ ହୋଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୫୩୩୧.୯୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ ଓ ତାହା ରାଜ୍ୟକୁ ମିଳିସାରିଛି।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୨୧୨୭୪.୫୬ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ ଧାର୍ଯ୍ୟ ହୋଇଥିଲା। ଏହି ସମୟ ସୀମା ମଧ୍ୟରେ ଆମ ରାଜ୍ୟରେ ଓଜିଏସ୍‌ଟି ଏବଂ ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଅନ୍ୟାନ୍ୟ ଟିକସ ବାବଦକୁ ୧୨୫୮୬.୩୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ରାଜ୍ୟ ସରକାର ଉକ୍ତ ଆର୍ଥିକ ବର୍ଷ ପାଇଁ ୩୨୦୬.୮୮ କୋଟି ଟଙ୍କା କ୍ଷତିପୂରଣ ପାଇବାକୁ ବାକି ରହିଛି। ସେହିପରି ଚଳିତ ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ୮୦୮୪.୩୩ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ ମଧ୍ୟରୁ ରାଜ୍ୟର କ୍ଷତିଭରଣା ବାବଦକୁ ପ୍ରାୟ ୩୧୯୨.୫୭ କୋଟି ଟଙ୍କା ଆକଳନ ହୋଇଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ୩୦୩୩.୧୦ କୋଟି ଟଙ୍କା ( ବ୍ୟାକ୍‌ ଟୁ ବ୍ୟାକ୍‌ ଋଣ ) କ୍ଷତିପୂରଣ ବାବଦରେ ପ୍ରଦାନ କରିଛନ୍ତି। ତଥାପି ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ୧୫୯.୪୭ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପାଇବାର ଅଛି।
ସେହିପରି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୬,୩୭୦.୦୮ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ ଧାର୍ଯ୍ୟ ହୋଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୪୨୪୧.୦୮ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ରାଜ୍ୟ ସରକାର ୪୨୪୧.୦୮ କୋଟି ଟଙ୍କାର କ୍ଷତିପୂରଣ ପାଇସାରିଛନ୍ତି।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୮୬୬୧.୮୯ କୋଟି ଟଙ୍କା ରାଜସ୍ବ ଧାର୍ଯ୍ୟ ହୋଇଥିଲା। ରାଜ୍ୟ ସରକାର ଉକ୍ତ ବର୍ଷ ପାଇଁ ୫୩୩୧.୯୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ସମ୍ପୂର୍ଣ୍ଣ କ୍ଷତିପୂରଣ ପାଇସାରିଛନ୍ତି।
୨୦୧୫-୧୬ ଆର୍ଥିକ ବର୍ଷରେ ୮ଗୋଟି ସ୍କିମ୍‌ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଥିବା ହେତୁ ବାର୍ଷିକ ଅନୁଦାନ ପ୍ରାୟ ୧୮୫୪ କୋଟି ଟଙ୍କା ହ୍ରାସ ପାଇଥିଲା। ସେହିପରି ସ୍ବାଭାବିକ କେନ୍ଦ୍ରୀୟ ଅନୁଦାନ ଆକାରରେ ମିଳୁଥିବା କେନ୍ଦ୍ରୀୟ ସହାୟତା ମଧ୍ୟ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଥିବାରୁ ବାର୍ଷିକ ପ୍ରାୟ ୬୧୦ କୋଟି ଟଙ୍କା ହ୍ରାସ ପାଇଥିଲା।
ଏହାଛଡ଼ା କେନ୍ଦ୍ର ସରକାର ଅନେକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟକୁ ମିଳୁଥିବା କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶର ଅନୁପାତ ୬୦:୪୦ କରିବା ଦ୍ବାରା ରାଜ୍ୟ ଅଂଶ ବୃଦ୍ଧି ପାଇଲା।
ରାଜ୍ୟକୁ କେତେ ଜିଏସ୍‌ଟି କ୍ଷତିପୂରଣ ମିଳିଛି ଓ କେନ୍ଦୁପତ୍ର ଉପରେ ଜିଏସ୍‌ଟି ଛାଡ଼ କରିବା ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ ଅର୍ଥମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ସମ୍ପୂର୍ଣ୍ଣ ମିଳୁ ନାହିଁ। କେନ୍ଦୁପତ୍ର ଉପରେ ଜିଏସ୍‌ଟି ଛାଡ କରିବା ନେଇ ରାଜ୍ୟ ସରକାର ବହୁବାର ଜିଏସ୍‌ଟି କାଉନସିଲରେ ଦାବି କରିଛନ୍ତି। ତେବେ ଏ ନେଇ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri