ଅଣଓଡ଼ିଆ ଠିକାସଂସ୍ଥା କବ୍‌ଜାରେ ନିଯୁକ୍ତି

ଯାଜପୁର ଅଫିସ,୭।୯: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଓଡ଼ିଆ ଓ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ସ୍ଥାନୀୟ ନିଯୁକ୍ତିକୁ ନେଇ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଏଠାରେ ୧୮୪ ଓଡ଼ିଆ ଠିକାସଂସ୍ଥା ଦ୍ୱାରା ୬,୧୯୫ ଓ ୩୬୪ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ୨୫,୭୧୦ ଜଣ କର୍ମଚାରୀ ଓ ଶ୍ରମିକ ନିୟୋଜିତ ହୋଇଥିବା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟରେ ସ୍ପଷ୍ଟ ହୋଇଛି। ତେବେ ଓଡ଼ିଆଙ୍କ ତୁଳନାରେ ଅଣଓଡ଼ିଆ ଠିକାସଂସ୍ଥା ପାଖାପାଖି ୨ ଗୁଣ ହୋଇଥିବାରୁ ସେମାନଙ୍କ ମନମାନି କ୍ରମଶଃ ଏଠାରେ ବୃଦ୍ଧି ପାଇବାରେ ଲାଗିଛି। ଅଣଓଡ଼ିଆ ଠିକାସଂସ୍ଥାର କର୍ମକର୍ତ୍ତାମାନେ ଓଡ଼ିଆ କର୍ମଚାରୀ ଓ ଶ୍ରମିକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଉଠିଛି। ଫଳରେ ସେମାନେ ଚାକିରି ଛାଡ଼ି ଘରକୁ ପଳାଉଥିବା ଭଳି ଘଟଣା ନଜିର ରହିଛି। ଅଣଓଡ଼ିଆ ଠିକାସଂସ୍ଥାକୁ କ୍ଷମତାଶାଳୀ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ସୁରକ୍ଷା ଦେଉଥିବାରୁ ଏନେଇ ପ୍ରତିବାଦ କଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଶୂନ ହେଉଥିବା ମତପ୍ରକାଶ ପାଇଛି।
ଜିଲାରେ ଗଢ଼ି ଉଠିଥିବା ଇସ୍ପାତ କାରଖାନାର ନିଯୁକ୍ତିର ଚିତ୍ରକୁ ଅବଲୋକନ କଲେ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ବିସ୍ଥାପିତଙ୍କ ଅବଦାନ ବୃଥା ହୋଇଥିବା କୁହାଯାଇପାରେ। ଯାଜପୁର ରୋଡ ଯୁଗ୍ମ ଶ୍ରମ କମିଶନ କାର୍ଯ୍ୟାଳୟରୁ ମିଳିଥିବା ଆର୍‌ଟିଆଇ ତଥ୍ୟରେ ଟାଟା ଷ୍ଟିଲ ଲିଃରେ ୮୩ ଓଡ଼ିଆ ଠିକାସଂସ୍ଥା ମାଧ୍ୟମରେ ୪୦୫ ଜଣ କର୍ମଚାରୀ ଓ ୩୨୮୮ ଜଣ ଶ୍ରମିକ କାମ କରୁଛନ୍ତି। ସେହିପରି ୨୦୫ଟି ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ୩୦୧୫ କର୍ମଚାରୀ ଓ ୧୭,୮୪୫ ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ତେବେ କମ୍ପାନୀ ପକ୍ଷରୁ ସମ୍ପୃକ୍ତ ଠିକାସଂସ୍ଥାକୁ ଦରମା ବାବଦରେ ମିଳୁଥିବା ଅର୍ଥର ପ୍ରାୟ ୫୦ ପ୍ରତିଶତ ମାତ୍ର କର୍ମଚାରୀ ଓ ଶ୍ରମିକଙ୍କୁ ଦିଆଯାଇଥାଏ। ବ୍ୟକ୍ତିଗତ ଜରୁରୀ ସମୟରେ ଠିକା ଶ୍ରମିକ କିମ୍ବା କର୍ମଚାରୀଙ୍କୁ ଛୁଟି ମଧ୍ୟ ମିଳି ନଥାଏ ବୋଲି ଠିକାସଂସ୍ଥାରେ ନିୟୋଜିତ ଜଣେ ମେକାନିକାଲ ଇଞ୍ଜିନିୟର ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହି କମ୍ପାନୀର କେତେକ ଅଧିକାରୀଙ୍କ ସହାୟତାରେ ସମ୍ପୃକ୍ତ ଠିକାସଂସ୍ଥା କର୍ମକର୍ତ୍ତାଙ୍କ ଦ୍ୱାରା ବାହାରକୁ ଯାଉଥିବା ଉପତ୍ାଦିତ ସାମଗ୍ରୀ ଓଜନ ପ୍ରକିୟାରେ ମଧ୍ୟ ବ୍ୟାପକ ଅନିୟମିତତା କରାଯାଇଥାଏ। ଏଥିରେ ସମ୍ପୃକ୍ତ ଅଧିକାରୀ ଓ ଠିକାସଂସ୍ଥା ମାଲାମାଲ ହେଉଛନ୍ତି। ଏନେଇ ଠିକା ଶ୍ରମିକ କିମ୍ବା କର୍ମଚାରୀ ସ୍ବର ଉତ୍ତୋଳନ କଲେ ତାଙ୍କର କ୍ୟାରିୟରକୁ କଳା ତାଲିକାଭୁକ୍ତ କରି ଦିଆଯିବ ବୋଲି ଧମକ ମଧ୍ୟ ମିଳିଥାଏ। ଜିନ୍ଦଲ ଷ୍ଟେନ୍‌ଲେସ ଲିଃରେ ୪୫ ଓଡ଼ିଆ ଠିକାସଂସ୍ଥା ଦ୍ୱାରା ୧୨୬ କର୍ମଚାରୀ ଓ ୧୨୫୬ ଶ୍ରମିକ ଏବଂ ୧୦୯ ଅଣଓଡ଼ିଆ ଠିକାସଂସ୍ଥା ମାଧ୍ୟମରେ ୬୦୦ କର୍ମଚାରୀ ଓ ୨୯୮୪ ଶ୍ରମିକ କାର୍ଯ୍ୟ କରୁଛନ୍ତି। ବିଆର୍‌ପିଏଲ୍‌ରେ ୧୦ ଓଡ଼ିଆ ଠିକାସଂସ୍ଥା ଜରିଆରେ ୪୦ କର୍ମଚାରୀ ଓ ୧୨୧ ଶ୍ରମିକ ଏବଂ ୧୨ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ୮୦ କର୍ମଚାରୀ ଓ ୩୯୦ ଜଣ ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ଭିସା ଷ୍ଟିଲ ଲିଃରେ ୧୫ ଓଡ଼ିଆ ଠିକାସଂସ୍ଥା ମାଧ୍ୟମରେ ୪୫ କର୍ମଚାରୀ ଓ ୨୭୮ ଶ୍ରମିକ ଏବଂ ୨୫ ଅଣଓଡ଼ିଆ ସଂସ୍ଥା ଜରିଆରେ ୩୨ କର୍ମଚାରୀ ଓ ୨୧୫ ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ରୋହିତ ଫେରୋଟେକ କାରଖାନାରେ ୨୧ ଓଡ଼ିଆ ଠିକାସଂସ୍ଥା ଦ୍ୱାରା ୧୨ କର୍ମଚାରୀ ଓ ୪୦୦ ଶ୍ରମିକ ଏବଂ ୫ ଅଣଓଡ଼ିଆ ସଂସ୍ଥା ମାଧ୍ୟମରେ ୧୨ କର୍ମଚାରୀ ଓ ୧୨୨ ଜଣ ଶ୍ରମିକ ନିଯୁକ୍ତି ପାଇଛନ୍ତି। ୟାଜଦାନୀରେ ୧୦ ଓଡ଼ିଆ ସଂସ୍ଥା ଦ୍ୱାରା ୧୨ କର୍ମଚାରୀ ଓ ୨୧୨ ଶ୍ରମିକ ଏବଂ ୮ ଅଣଓଡ଼ିଆ ସଂସ୍ଥା ଜରିଆରେ ୧୫ କର୍ମଚାରୀ ଓ ୪୦୦ ଶ୍ରମିକ କାମ କରୁଛନ୍ତି।
ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ନିଯୁକ୍ତି ପାଇଥିବା ପ୍ରାୟ ୮୦% କର୍ମଚାରୀ ଓ ଶ୍ରମିକ ମଧ୍ୟ ରାଜ୍ୟ ବାହାରର। ଉଲ୍ଲେଖଯୋଗ୍ୟ ଯେ, ଶିଳ୍ପାନୁଷ୍ଠାନଗୁଡ଼ିକରେ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ। ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନେ ଯୋଗାଇଥିବା ତଥ୍ୟକୁ ଯାଞ୍ଚ କରିବା ପାଇଁ ଶ୍ରମ ଓ ନିୟୋଜନ ବିଭାଗକୁ ଅନୁମତି ଦିଅନ୍ତି ନାହିଁ। ନିଯୁକ୍ତି ନାମରେ ଶିଳ୍ପାନୁଷ୍ଠାନଗୁଡ଼ିକ ମନମୁଖି କାରବାର ଚଳାଇଛନ୍ତି। ଯାଜପୁର ଜିଲାରେ କୌଣସି ଶିଳ୍ପାନୁଷ୍ଠାନ ନିଯୁକ୍ତି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରୁ ନାମ ମାଗିନାହାନ୍ତି। ଜିଲାର କୌଣସି ଶିଳ୍ପ ପ୍ରତିଷ୍ଠାନ ବିଜ୍ଞାପନ ଜରିଆରେ ନିଯୁକ୍ତି ଆହ୍ବାନ କରିନାହାନ୍ତି। ରାଜ୍ୟର ବିଭିନ୍ନ ବିଭାଗର କେତେଜଣ ଅମଲାତନ୍ତ୍ରୀ ଓ ପ୍ରଭାବଶାଳୀ ନେତାଙ୍କ ସୁପାରିସରେ ଓଡ଼ିଆ ଯୁବତୀଯୁବକଙ୍କ ନିଯୁକ୍ତି ସୀମିତ ରହିଛି। ନିଜର ଦକ୍ଷତା ଅନୁସାରେ ନିଯୁକ୍ତି ପାଇଥିବା ଓଡ଼ିଆଙ୍କ ସଂଖ୍ୟା ନଗଣ୍ୟ। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଶିଳ୍ପ ସମୀକ୍ଷା ବୈଠକରେ କାରଖାନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ତାଗିଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri