Posted inଫୁରସତ

ଓଡ଼ିଶୀ ଶୈଳୀର ବିକାଶ ଦିଗରେ ଏକାମ୍ର ଥିଲା ପରୀକ୍ଷାଗାର

ଆମେ ପୂର୍ବରୁ ଆଲେଖ୍ୟରେ ବିଚାର କରିଥିଲେ ଗୋଟିଏ ଜାତି ପଥର ଶିଳ୍ପକଳାର ଶୀର୍ଷ ସ୍ଥାନରେ ପହଞ୍ଚିବା ଆଗରୁ କେତେ ଯେ ପରୀକ୍ଷା ନିରୀକ୍ଷା ଦେଇ ବିକାଶ ପଥରେ ଆଗେଇଥିବ, କଳ୍ପନା କରିବା ସମ୍ଭବ ନୁହେଁ। ଶିଳ୍ପୀର ସେ ଦୀର୍ଘଯାତ୍ରା ଆଜି ଆମେ ଚର୍ଚ୍ଚା ପରିସରକୁ ଆଣୁଛେ ଏଇଥି ପାଇଁ ଯେ ଯୋଉ ପଣ୍ଡିତମାନେ ଲେଖିଗଲେ ଓଡ଼ିଆ ଶିଳ୍ପୀ ଏପରି ମନ୍ଦିର ଗଢ଼ି ନ ଥିବେ, ଗଢ଼ିବା ସମ୍ଭବ ନୁହେଁ, ସେଇମାନଙ୍କୁ ବିକାଶପଥର ଐତିହ୍ୟର ଏକ ଚିତ୍ର ଦେବା। ନିଜେ ବି ହେଜିବା।
ଦୁର୍ଗାଚରଣ ପଣ୍ଡା ଏକ ନିଚ୍ଛକ ପ୍ରତିଛବି ଶିଳ୍ପୀଙ୍କର ଦୀର୍ଘ ବିକାଶଯାତ୍ରାର ଆଙ୍କିଛନ୍ତି। ସେ ସ୍ପଷ୍ଟ କରିଛନ୍ତି xxx ଖ୍ରୀ.ପୂ. ୨ୟ ଶତାବ୍ଦୀରୁ ଦୀର୍ଘ ୧୫୦୦ ବର୍ଷ ଧାରାବାହିକ ଭାବେ ଏକାମ୍ର କ୍ଷେତ୍ରରେ, ପ୍ରତ୍ୟେକ ଶତାବ୍ଦୀରେ କୌଣସି ନା କୌଣସି ମନ୍ଦିର ନିର୍ମିତ ହୋଇଆସିଛି। xxx ମନ୍ଦିର ନିର୍ମାଣର ଅଙ୍କୁରୋଦ୍‌ଗମଠାରୁ ଚରମ ବିକାଶଧାରାର ଅଧ୍ୟୟନ ନିମନ୍ତେ ମନ୍ଦିରନଗରୀ ଭୁବନେଶ୍ୱର ଏକ ଅପୂର୍ବ ସ୍ଥାନ। (ତତ୍ରୈବ)।
ବାସ୍ତବରେ କେତେ ଯେ ଛୋଟଛୋଟ ମନ୍ଦିର ଗଢ଼ାହୋଇଥିବ, କେତେ ଶାସ୍ତ୍ରୀୟଶୈଳୀ ଆପଣେଇ ନେବାକୁ ପଡ଼ିଥିବ, କେତେ ନୂଆ ଶୈଳୀ, ନୂଆ ମାପ ତା’ ମଧ୍ୟରେ ଯୋଗ ହୋଇଥିବ ତା’ର ଇତିହାସ ନ ମିଳିଲେ ମଧ୍ୟ, ଗୋଟିଏ କଥା ମିଳେ ଶାସ୍ତ୍ରୀୟଧାରାରୁ ମୁକ୍ତ ହୋଇ ଆବଶ୍ୟକ ଅନୁଯାୟୀ ଯେତେବେଳେ ବିଚାର ବିମର୍ଶ କରି ଓଡ଼ିଆ ସ୍ଥପତି ନୂତନ ଶୈଳୀ ଖଞ୍ଜିଥିବେ ସେତେବେଳେ ତାକୁ ତାଳପତ୍ର ପୋଥିରେ ଲେଖିଥିବେ। ତାହା ହିଁ ଓଡ଼ିଶାର ନିଜସ୍ବ ଶିଳ୍ପଶାସ୍ତ୍ର ହୋଇଯାଇଛି। ସେଇ ନୂତନ କୌଶଳ, ନୂତନ ପରିପାଟୀ ହୋଇଯାଇଛି ଓଡ଼ିଶୀ ଶୈଳୀ। କେବେ କଳିଙ୍ଗଶୈଳୀ ରୂପେ ପରିଚିତ ହୋଇଛି ତ କେବେ ଉତ୍କଳ ଶୈଳୀ ରୂପେ। ଏବେ ଆମେ ସାତୋଟିଯାକ ସାମ୍ରାଜ୍ୟର ଶୈଳୀକୁ କହିପାରିବା ‘ଓଡ଼ିଶୀ ଶୈଳୀ’।
ମନ୍ଦିରଟି ଆରମ୍ଭ କରିବାଠାରୁ ଦେବତାଙ୍କୁ ପ୍ରତିଷ୍ଠା କରି ଉପାସନା ଆରମ୍ଭ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼େ। ବଡ଼ମନ୍ଦିରଟିଏ ଗଢ଼ିବା ପୂର୍ବରୁ ତା’ର ପ୍ରତିକୃତି ଛୋଟ ମନ୍ଦିରଟିଏ ପ୍ରଥମେ ଗଢ଼ା ହୋଇଥିବ। ତାହା ହିଁ ହୋଇଥିଲା କୋଣାର୍କଠାରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ହେବା ପୂର୍ବରୁ। ଚାରି ସ୍ଥାନରେ ରହୁଥିଲେ ଶିଳ୍ପୀ। ରହୁଥିବା ସ୍ଥାନରେ ମୁଖ୍ୟମନ୍ଦିରର ବିଭିନ୍ନ ଦୃଷ୍ଟିକୋଣକୁ ବିଚାର କରି ପ୍ରତିକୃତି ମନ୍ଦିର ଗଢ଼ାଯାଇଥିଲା। ଚଉରାଶି ଗ୍ରାମରେ କୋଣାଦିତ୍ୟଠାରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣର ଦେଢ଼ଶହ ବର୍ଷ ପୂର୍ବରୁ ବାରାହୀ ଦେବୀଙ୍କ ମନ୍ଦିର ନିର୍ମାଣ ହୋଇସାରିଥିଲା। ଏଠାରେ ୩୦୦ ମହାରଣା ରହିଥିଲେ। ତେଣୁ ଏହି ମନ୍ଦିର ବଢ଼େଇ ମନ୍ଦିର ଭାବରେ ମଧ୍ୟ ପ୍ରସିଦ୍ଧ ହୋଇଯାଇଥିଲା। ଦୁଇଟି ମନ୍ଦିର ଦେଖିହେଉଛି। ଆଉ ଦୁଇଟି ଅଧାଭଙ୍ଗା ହୋଇ ଧ୍ୱଂସପଥରେ ଆଗେଇ ଚାଲିଛି। ‘ଗୋପ’ ନିକଟରେ ରହିଛି କିଲ୍ଲା ବୟାଳିଶ ବାଟି। ସେଇ ମନ୍ଦିରର ମଧ୍ୟ ମୁଣ୍ଡି ମରାଯାଇଥିଲା କି ନା ଜଣା ପଡ଼ୁନାହିଁ। ଦଧିନଉତି ଉପରକୁ ନାହିଁ। ଏହି ମନ୍ଦିରର ନିର୍ମାଣ ପାଇଁ ଗଙ୍ଗା ମହାପାତ୍ରଙ୍କ ଆଦେଶରେ ପଥରସବୁ ୧୨ଟି ଶଗଡ଼ରେ ବୈୟାଳିଶ ବାଟିକୁ ପ୍ରଥମେ ଆସିଥିଲା। ଭିତ୍ତିଭୂମି ସ୍ଥିର କରି ମାପଚୁପ କରିଥିଲେ ସୂତ୍ରଧର (ସଦାଶିବ ସାମନ୍ତରାୟ ମହାପାତ୍ର)ଙ୍କ ପୁତ୍ର ଧର୍ମ ମହାପାତ୍ର। ସେଇ ଧର୍ମପଦ ଇୟେ; ଯାହାଙ୍କୁ ନେଇ ଅସରନ୍ତି କିମ୍ବଦନ୍ତୀ, ଶେଷହୀନ ଜନଶ୍ରୁତି। ସେ ହାତୀରେ ବସି କୋଣାଦିତ୍ୟରୁ ଆସିଥିଲେ କିଲ୍ଲା ବୟାଳିଶ ବାଟିକୁ। ପୋଥିର ୪୯ ପତ୍ର କଥା ଇୟେ। କିନ୍ତୁ ଆମେ ତାଙ୍କୁ ଜନଶ୍ରୁତିରେ ମାରିଦେଇଛେ।
ମାପଚୁପ ଦେବାପରେ କିଲ୍ଲା ବୟାଳିଶ ବାଟି ଆସ୍ଥାନରେ ତିନିଶହ ବିଶ୍ୱକର୍ମା ଗଢ଼ିଥିଲେ ଦେବୀ ଗଙ୍ଗେଶ୍ୱରୀଙ୍କ ମନ୍ଦିର। ମା’ ଗଙ୍ଗେଶ୍ୱରୀ ଥିଲେ ଶକ୍ତି ପ୍ରଦାୟିନୀ। ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପୂର୍ବରୁ ଗଢ଼ାସରିଥିଲା ଏଇ ମନ୍ଦିର। ଏଇ କିଲ୍ଲାର ଭ୍ରମରବର ହରିଚନ୍ଦନଙ୍କୁ ଆମେ ସ୍ମରଣ କରିବା; ଯାହାଙ୍କୁ ଗଜପତି ଦେଇଥିଲେ ମନ୍ଦିରର ହିସାବ-ନିକାଶ ଦାୟିତ୍ୱ। ଠିକ୍‌ ସେହିପରି ‘ଚଉରାଶି’ରେ ତିନିଶହ ବିଶ୍ୱକର୍ମା ରହିବା ପୂର୍ବରୁ ଗଢ଼ିଉଠିଥିଲା ମା’ ବାରାହୀଙ୍କ ମନ୍ଦିର। ମା’ ଗଙ୍ଗେଶ୍ୱରୀ ଯଜ୍ଞରେ ପ୍ରତିଷ୍ଠା ପାଇଲାପରି ମା’ ବାରାହୀ ମଧ୍ୟ ଯଜ୍ଞରେ ପ୍ରତିଷ୍ଠା ହୋଇଥିଲେ। ତାଙ୍କୁ କୁହାଯାଏ ଯଜ୍ଞବାରାହୀ। ଯଜ୍ଞ ହୋଇ ପବିତ୍ର ହୋଇଥିଲା ଗୋଲରାଗଡ଼। ସେଇଠି ରହୁଥିଲେ ତିନିଶହ ବିଶ୍ୱକର୍ମା। ଯଜ୍ଞ ଅନୁଷ୍ଠାନରେ ସେମାନେ ଯେଉଁ ଶକ୍ତିମୟୀଙ୍କୁ ପ୍ରତିଷ୍ଠା କରିଥିଲେ ସେ ଥିଲେ ଯଜ୍ଞବରୁଣେଇ। ଲିଭି ଲିଭି ଆସୁଛି ସେ ଐତିହ୍ୟ। ତିନିଶହ ବିଶ୍ୱକର୍ମା ଗଡ଼ରୂପାସରେ ରହୁଥିଲେ। ତାଙ୍କର ଉପାସ୍ୟ ଥିଲେ ‘ବଡ଼ତାରା’। ବଡ଼ତାରାଙ୍କଠାରୁ ଗଡ଼ଦେବୀ ମା’ କନକଦୁର୍ଗାଙ୍କୁ ମୁଣ୍ଡିଆ ମାରି ହତିଆର ଧରି ସେମାନେ ବାହାରି ଯାଉଥିଲେ ‘ବଢ଼େଇଗୋହିରି’ ଦେଇ ପଦ୍ମତୋଳା ଗଣ୍ଡ ନିକଟକୁ। ଏହି ଗଡ଼ର ଦଳବେହେରା ଆମ ଜାତିର ନମସ୍ୟ ପୁରୁଷ। ସେହି ‘ବିଶ୍ୱାସପୁରୁଷ’ଙ୍କ ଉପରେ ଥିଲା ନିର୍ମାଣ ପରିଚାଳନା ଦାୟିତ୍ୱ। ଚାରି ଆସ୍ଥାନରୁ ଆସିଲେ ବି ଶେଷରେ ମା’ ଭଗବତୀଙ୍କ ଆଶ୍ରିତ ହୋଇ କାମ ଆରମ୍ଭ କରୁଥିଲେ

ଡ. ସୁରେନ୍ଦ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri