ପ୍ରଶଂସକଙ୍କ ପାଇଁ ସମସ୍ତଙ୍କ ଆଗରେ ଶାହରୁଖ ଖାାନ୍‌ଙ୍କୁ ଫୋନ କଲେ ଅକ୍ଷୟ କୁମାର; ଆଉ ତା’ପରେ

ଅନେକ ଥର ପ୍ରଶଂସକମାନେ ଅଭିନେତା/ଅଭିନେତ୍ରୀଙ୍କ ନିକଟରେ ଅଜବ ଦାବି କରନ୍ତି। ଏହା ଶୁଣି ଅଭିନେତା/ଅଭିନେତ୍ରୀମାନେ ମଧ୍ୟ ତାହା ପୂରଣ କରିବାକୁ ଚେଷ୍ଟା କରନ୍ତି। ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ସହ ସମାନ ଘଟଣା ଘଟିଛି। ନିକଟରେ ଅକ୍ଷୟ ‘ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇ ଥିଲେ। ଏହି ଶୋ’ରେ ଜଣେ ମହିଳା ପ୍ରଶଂସକ ତାଙ୍କ ପ୍ରିୟ ତାରକା ଶାହରୁଖ ଖାନଙ୍କ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ପ୍ରଶଂସକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଅକ୍ଷୟ ଶାହାରୁଖଙ୍କୁ ଫୋନ କରିଥିଲେ। ଅକ୍ଷୟ କୁମାର ଶାହାରୁଖଙ୍କ ନମ୍ବରକୁ କଲ୍‌ କଲାବେଳେ ସ୍ପିକର ଅନ୍‌ ରଖିଥିଲେ। କିନ୍ତୁ ନମ୍ବର ସୁଇଚ ଅଫ୍‌ ଆସୁଥିଲା। ତା’ପରେ ପ୍ରଶଂସକ କହିଥିଲେ ଯେ ସାର୍‌ ଅନ୍ୟ ଏକ ନମ୍ବରରେ କଲ କରନ୍ତି। ଏହା ଉପରେ ଶୋ’ର ହୋଷ୍ଟ କପିଲ ଶର୍ମା ଥଟ୍ଟା କରି କହିଥିଲେ, ଶାହାରୁଖ ଖାନ ପିସିଓରେ କାମ କରନ୍ତି? ତା’ପରେ ଅକ୍ଷୟ କୁହନ୍ତି, ମୁଁ ଶାହାରୁଖଙ୍କ ଦ୍ୱିତୀୟ ନମ୍ବର ଚେଷ୍ଟା କରେ। ତା’ପରେ ମହିଳା ପ୍ରଶଂସକ କୁହନ୍ତି, ସାର୍‌, ତାଙ୍କ ସ୍ତ୍ରୀ ଗୌରୀ ଖାନଙ୍କୁ ଡାକନ୍ତୁ। ଏହା ଶୁଣି ସମସ୍ତେ ଜୋରରେ ହସିବାକୁ ଲାଗିଲେ।
ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବେଲବଟମ’ର ପ୍ରମୋଶନ ପାଇଁ ‘ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହ ସହ-ତାରକା ବାଣୀ କପୁର, ହୁମା କ୍ୟୁରେଶି ଏବଂ ନିର୍ମାତା ଜ୍ୟାକି ଭଗନାନୀ ଯୋଗ ଦେଇଥିଲେ। ଅକ୍ଷୟ ‘ଦି କପିଲ ଶର୍ମା ଶୋ’ର ନୂଆ ସିଜନରେ ସେ ପ୍ରଥମ ଅତିଥି ହୋଇଥିଲେ। ଅକ୍ଷୟଙ୍କ ଫିଲ୍ମ ଅଗଷ୍ଟ ୧୯ରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଦର୍ଶକ ଏବଂ ସମୀକ୍ଷକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri