Posted inଜାତୀୟ

ଆତଙ୍କ ସୃଷ୍ଟିରେ ନିୟୋଜିତ ହୋଇଥିଲେ ଜେଏନ୍‌ୟୁ୍‌ ଛାତ୍ର

ମୁମ୍ବାଇ, ୨୪।୮(ଆଇଏଏନ୍‌ଏସ୍‌): ଭୀମା-କୋରେଗାଁଓ ଏବଂ ଏଲ୍‌ଗାର ପରିଷଦ ମାମଲାରେ ଅଭିଯୁକ୍ତମାନେ ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ମହାରାଷ୍ଟ୍ର ଏବ ଦେଶରେ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରିଥିଲେ। ଉକ୍ତ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହା ଜାଣିବାକୁ ପାଇଛି। ୪ ବର୍ଷ ହେଲା ଭାରତୀୟ ରାଜନୀତିକୁ ପ୍ରଭାବିତ କରିଥିବା ଏହି ସମ୍ବେଦନଶୀଳ ମାମଲାରେ ୧୬ ଜଣ ଗିରଫ ହୋଇଥିବାବେଳେ ଅନ୍ୟ ୬ ଜଣ ଫେରାର ଅଛନ୍ତି। ଏନ୍‌ଆଇଏ ଚିଠା ଅଭିଯୋଗ ଫର୍ଦ୍ଦରେ ଉପରୋକ୍ତ ମନ୍ତବ୍ୟ ଦେଇଛି। ଏହି ଡ୍ରାଫ୍ଟ ଚାର୍ଜଶିଟ୍‌ ଏନ୍‌ଆଇଏ ସ୍ବତନ୍ତ୍ର ଅଦାଲତର ବିଚାରପତି ଡି.ଇ. କୋଥାଲିକରଙ୍କ ନିକଟରେ ଗତ ସପ୍ତାହରେ ଦାଖଲ କରାଯାଇଛି। ଉକ୍ତ ଚାର୍ଜଶିଟ୍‌ ଅନୁଯାୟୀ ଦେଶର ଦୁଇ ମର୍ଯ୍ୟାଦାସମ୍ପନ୍ନ ଶିକ୍ଷାନୁଷ୍ଠାନ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଏବଂ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (ଟିଆଇଏସ୍‌ଏସ୍‌) ସମେତ ଅନ୍ୟ ବିଶ୍ୱବିଦ୍ୟାଳୟରୁ ଅଭିଯୁକ୍ତମାନେ ଛାତ୍ରଙ୍କୁ ଆତଙ୍କବାଦୀ କାର୍ଯ୍ୟ ଲାଗି ନିଯୁକ୍ତ କରିଥିଲେ। ସେମାନେ ବେଆଇନ ସଂଗଠନର ନୀତି ଓ କାର୍ଯ୍ୟକ୍ରମର ପ୍ରସାର କରାଉଥିଲେ। ଭାରତ ସରକାର ଓ ମହାରାଷ୍ଟ୍ର ସରକାରରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଅଭିଯୁକ୍ତମାନେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ବ୍ୟବହାର ଉପରେ ତାଲିମ ଦେଉଥିଲେ। ଏହି ଲକ୍ଷ୍ୟ ହାସଲ ଲାଗି ସେମାନେ ବେଆଇନ ସଂଗଠନ ଓ ଏହାର ଏହାର ଛାମୁଆ ସଂସ୍ଥାଗୁଡ଼ିକ ମାଧ୍ୟମରେ ବର୍ଷକୁ ୮ କୋଟି ଟଙ୍କା ସଂଗ୍ରହ କରୁଥିଲେ, ଯେଉଁଥିରେ ସେମାନେ ଅତ୍ୟାଧୁନିକ ଏମ୍‌-୪ ଅସ୍ତ୍ର, ୪ ଲକ୍ଷ ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଣିପୁର ଏବଂ ନେପାଳରୁ କିଣୁଥିଲେ ବୋଲି ଏନ୍‌ଆଇଏ କହିଛି।
ଉକ୍ତ ମାମଲାରେ ଗିରଫ ଅଭିଯୁକ୍ତମାନେ ହେଲେ ସୁଧୀର ପି. ଧଓ୍ବାଲେ, ବେର୍ନନ ଏସ୍‌. ଗୋନ୍‌ସାଲଭେସ, ଅରୁଣ ଟି. ଫେରେଇରା, ରୋନା ଜେ. ଓ୍ବିଲସନ, ଗୌତମ ନଭଲଖା, ସୁରେନ୍ଦ୍ର ପି. ଗାଡଲିଙ୍ଗ,୍‌ ଶୋମା କେ. ସେନ୍‌, ମହେଶ ଏସ୍‌. ରାଉତ୍‌, ପି. ଓ୍ବାରାଓ୍ବାରା ରାଓ, ସୁଧା ଭରଦ୍ୱାଜ, ଆନନ୍ଦ ବି. ତେଲତୁମ୍ବଡେ, ହନିବାବୁ ଏମ୍‌. ଥାରାୟିଲ, ସାଗର ଗୋର୍‌ଖେ, ରମେଶ ଗୈଚୋର ଏବଂ ଷ୍ଟାନ୍‌ ସ୍ବାମୀ। ହାଜତରେ ଥିବା ଷ୍ଟାନ୍‌ ସ୍ବାମୀଙ୍କର ଗତ ଜୁଲାଇ ୫ରେ ମୃତ୍ୟୁ ହୋଇଯାଇଛି। ଏହାବ୍ୟତୀତ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମିଲିନ୍ଦ ତେଲତୁମ୍ବଡେ, ସହ୍ୟାତ୍ରି, ପ୍ରକାଶ ଗୋସ୍ବାମୀ, ରିତୁପନ ଗୋସ୍ବାମୀ, କିଷାନ ବୋଷ, ମୁପାଲ୍ଲା ଲକ୍ଷ୍ମଣ ରାଓ, ଚନ୍ଦ୍ରଶେଖର, ମଙ୍ଗଲୁ ଏବଂ ଦୀପୁ। ଏମାନେ ସମସ୍ତେ ବେଆଇନ ଘୋଷିତ ସିପିଆଇ ମାଓବାଦୀ ସଂଗଠନର ସକ୍ରିୟ ସଦସ୍ୟ ବୋଲି ଏନ୍‌ଆଇଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ...

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ...

ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଗଲା ପୁଅ, ମା’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଝିଅ ଘରଲୋକେ

ନୂଆଦିଲ୍ଲୀ,୩।୫: ପୁଅର କାରନାମା ପାଇଁ ମା’ ସହିଲେ ଅପବାଦ, ରାସ୍ତାରେ ବାନ୍ଧି ବାଡେଇଲେ ଲୋକେ। ଏଭଳି ଏକ ଅସାମାଜିକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ...

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ, ଗିରଫ ହୋଇଥିବା ଯୁବକ ଯୋଗୀ ୟୁଥ ବ୍ରିଗେଡର ମେମ୍ବର

ଆଗ୍ରା,୩।୫: ଫତେହାବାଦର ସତୀ ମନ୍ଦିରରେ ଶୋଶିତ ସମାଜ ପାର୍ଟି ପ୍ରାର୍ଥୀ ହୋତମ ସିଂଙ୍କ ସମର୍ଥନ ସଭାରେ ପହଞ୍ଚିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ...

କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ଏମପି। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥର ବାରାଣାସୀରୁ ପ୍ରାର୍ଥୀ କରିଛନ୍ତି।...

ଓ୍ବାୟନାଡ, ରାଏବରେଲି ଦୁଇଟି ଆସନରେ ଜିତିଲେବି ଫସିଯିବେ ରାହୁଲ! ଏନି ରାଜା କହିଲେ ଏହା ଅନ୍ୟାୟ ହେବ

ନୂଆଦିଲ୍ଲୀ,୩।୫: ଅନେକ ଦିନ ଅପେକ୍ଷା କରିବା ପରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ କରିଛି। ଗାନ୍ଧୀ ପରିବାରର ପାରମ୍ପାରିକ ଆସନ ହୋଇଥିବାରୁ ରାହୁଲଙ୍କୁ ଏହି...

ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୩।୫:ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ଯାହାକି ୨୦୨୪ ଲୋକ ସଭା ନିର୍ବାଚନର ସବୁଠାରୁ ହଟ...

‘ନିର୍ବାଚନକୁ ଦୃଷ୍ଟିରେ ରଖି ଜାମିନ ବିଚାର କରାଯାଇପାରେ’, କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିଙ୍କୁ କହିଛନ୍ତି ଯେ ନିର୍ବାଚନ କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri