ଆବାସ ଦୁର୍ନୀତିକୁ ଆଖିପାଉନି

ଢେଙ୍କାନାଳ ଅଫିସ, ୧୯।୮: ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, କେହି ବାସହୀନ ହୋଇ ରହିବେ ନାହିଁ। ସବୁ ପରିବାରକୁ ମିଳିବ ମୁଣ୍ଡ ଉପରେ ଛାତ। ବସ୍ତିମୁକ୍ତ ହେବ ସହରାଞ୍ଚଳ। ଗଁାର ଝୁମ୍ପୁଡ଼ି ବଦଳିବ ପକ୍କାଘରେ। ଏଥିଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜସ୍ତରରେ ଆରମ୍ଭ କରିଛନ୍ତି ଆବାସ ଯୋଜନା। ହେଲେ ତୃଣମୂଳସ୍ତରରେ ସ୍ବଚ୍ଛତା ଅଭାବ, ବ୍ୟାପକ ପିସି କାରବାର, ଯୋଗ୍ୟ ହିତାଧିକାରୀ ଚୟନ ହେଉ ନ ଥିବାରୁ ଏଭଳି ମହତ୍‌ ଯୋଜନାର ଲକ୍ଷ୍ୟ ଦିଗହରା ହୋଇଛି। ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଗତ ୪ ବର୍ଷରେ ହିତାଧିକାରୀଙ୍କ ଲାଗି ଆସିଥିବା ବାସଗୃହ ଅର୍ଥ ଚଞ୍ଚକତା କରି ୧୧ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନିଲମ୍ବିତ ହୋଇଛନ୍ତି। ସେହିପରି ଟଙ୍କା କାରବାର ବେଳେ ୪ଜଣ ପିଇଓଙ୍କୁ ଭିଜିଲାନ୍ସ ବାନ୍ଧିଛି। ଏହି ତଥ୍ୟକୁ ଦେଖିଲେ ଆବାସ ଦୁର୍ନୀତିର ଚେର କେତେ ଗଭୀରକୁ ଲମ୍ବିଛି ତାହା ଆକଳନ କରିବାକୁ ଆଖିପାଉନି।
ଆବାସ ଯୋଜନା ଦୁର୍ନୀତିରେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ ଜିଲା। ଗ୍ରାମାଞ୍ଚଳରୁ ପ୍ରତିଦିନ ଏଭଳି ଅନିୟମିତତାର ପୁଳା ପୁଳା ଅଭିଯୋଗ ଆସୁଛି, ଯାହା ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏକ ତଥ୍ୟ ଅନୁଯାୟୀ, ୨୦୧୮-୧୯ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଆବାସ ଅନିୟମିତତାରେ ଛନ୍ଦି ହୋଇଛନ୍ତି ୧୧ ପିଇଓ। ଯୋଜନାର ଅର୍ଥ ତୋସରପାତ ଏବଂ ହିତାଧିକାରୀଙ୍କ ପ୍ରାପ୍ୟ ଅର୍ଥ ମଞ୍ଜୁର ଲାଗି ଲାଞ୍ଚ ନେଉଥିବାବେଳେ ୨୦୧୮ରୁ ୨୦୨୧ ଅଗଷ୍ଟ ସୁଦ୍ଧା ୪ଜଣ ପିଇଓ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (ପିଏମ୍‌ଏଓ୍ବାଇ-ଜି)ରେ ସଦର ବ୍ଲକର ଜଣେ, ହିନ୍ଦୋଳ ବ୍ଲକର ୨ଜଣ, ପରଜଙ୍ଗ ବ୍ଲକର ଜଣେ, ୨୦୧୯-୨୦ ବର୍ଷରେ କଙ୍କଡ଼ାହାଡ଼ ବ୍ଲକର ଜଣେ, କାମାକ୍ଷାନଗର ବ୍ଲକରୁ ୨ଜଣ, ପରଜଙ୍ଗ ବ୍ଲକରୁ ଜଣେ, ୨୦୨୦-୨୧ ବର୍ଷରେ ସଦର ବ୍ଲକର ଜଣେ, ପରଜଙ୍ଗ ବ୍ଲକର ଜଣେ ଏବଂ ୨୦୨୧-୨୨ ବର୍ଷରେ ବର୍ତ୍ତମାନ ସୁଦ୍ଧା ଭୁବନ ବ୍ଲକରୁ ଜଣେ ପିଇଓ ନିଲମ୍ବିତ ହୋଇଛନ୍ତି। ସେହିପରି ୨୦୧୮ରେ ଗଁଦିଆ ବ୍ଲକର ଜଣେ, କଙ୍କଡାହାଡ ବ୍ଲକର ଜଣେ, ୨୦୧୯ରେ କଙ୍କଡ଼ାହାଡ଼ ବ୍ଲକର ଜଣେ ଏବଂ ୨୦୨୧ରେ କଙ୍କଡ଼ାହାଡ଼ ବ୍ଲକର ଜଣେ ପିଇଓ ଗ୍ରାମୀଣ ଆବାସ ଯୋଜନା ଓ ସରକାରୀ ଅର୍ଥ ହେରଫେର୍‌ ଘଟଣାରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଥାଏ। ଏହି ଅର୍ଥ ୪ଟି କିସ୍ତିରେ ପ୍ରଦାନ କରାଯାଇଥାଏ। ନିଅଁ ଖୋଳିବା ସମୟରେ ୨୦ ହଜାର, ପ୍ଲିନ୍‌ଥ ଲେଭଲ ସରିବା ପରେ ୩୦ ହଜାର, ଛାତ ପଡ଼ିବା ସମୟରେ ୪୦ ହଜାର ଏବଂ ଘର ନିର୍ମାଣ ସରିବା ପରେ ବଳକା ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ହେଲେ ଶେଷ କିସ୍ତି ପ୍ରଦାନ ଲାଗି ପିଇଓମାନେ ହିତାଧିକାରୀଙ୍କୁ ହଇରାଣ କରୁଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚ ନ ଦେଲେ ଅର୍ଥ ମଞ୍ଜୁର ହେଉ ନ ଥିବା ଅଭିଯୋଗ ହେଉଛି। ଓଡ଼ାପଡ଼ା ବ୍ଲକ ଗଦାଶିଳା, ସିମିନଈ, ଗୁଣୁଦେଈ, ବଳରାମପ୍ରସାଦ ପଞ୍ଚାୟତରେ ଆବାସ ଯୋଜନାରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଗରିବ ଲୋକଙ୍କୁ ବାଦ୍‌ ଦେଇ ସ୍ବଚ୍ଛଳ ପରିବାରକୁ ଏଥିରେ ସାମିଲ କରାଯାଇଛି। ଫଳରେ ଗରିବ ଅସହାୟ, ସ୍ବାମୀ ପରିତ୍ୟକ୍ତା, ସ୍ବାମୀହରା, ଦିବ୍ୟାଙ୍ଗମାନେ ଯୋଜନାର ଲାଭ ପାଇବାରୁ ବଞ୍ଚତ୍ତ ହୋଇଥିବା ନିକଟରେ ଜନପ୍ରତିନିଧି ଏବଂ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରଜଙ୍ଗ ବ୍ଲକର ରାଷ୍ଟ୍ର ନିର୍ମାଣ କ୍ରାନ୍ତିକାରୀ ସଙ୍ଗଠନ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛି, ଯାହା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଲାଞ୍ଚଖୋର ମାନସିକତାକୁ ପଦାରେ ପକାଇଛି।

ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଅର୍ଥଲୋଭରେ ପଡ଼ି ଆର୍ଥିକ ସ୍ବଚ୍ଛଳ ବର୍ଗକୁ ଆବାସ ଯୋଜନାରେ ସାମିଲ କରୁଛନ୍ତି। ଏପରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ହିତାଧିକାରୀଙ୍କ ନାମ ଖବରକାଗଜରେ ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରାଗଲେ ସ୍ବଚ୍ଛତା ବଜାୟ ରହିବ।
-ପଙ୍କଜ ନାୟକ, ସାମାଜିକ କର୍ମୀ, ଢେଙ୍କାନାଳ

ଭିଜିଲାନ୍ସ ତଦନ୍ତ ହେଉ
ଢେଙ୍କାନାଳ ଜିଲାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଚୟନ ହୋଇଥିବା ହିତାଧିକାରୀ ଶେଷ ମୁହୂର୍ତ୍ତରେ ବାଦ୍‌ ପଡୁଛନ୍ତି। ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ସମସ୍ତ ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତିଗ୍ରସ୍ତଙ୍କ ମୁଖା ଖୋଲିପାରନ୍ତା।
-ପ୍ରିୟବ୍ରତ ଗଡ଼ନାୟକ, ସୂଚନା ଅଧିକାରୀ ଅଭିଯାନ ଆବାହକ, ଢେଙ୍କାନାଳ

ଟାକ୍ସଫୋର୍ସ କମିଟି ଗଠନ ହେଉ
ଆବାସ ଯୋଜନାରେ ଅନିୟମିତତା ହେଉଛି। ମଞ୍ଜୁର ଅର୍ଥରୁ ୧୦ରୁ ୨୦ ହଜାର ଟଙ୍କା ଯାଏ ଲାଞ୍ଚ ଦାବି କରାଯାଉଛି। ଏହାକୁ ରୋକିବା ଲାଗି ଜିଲାସ୍ତରରେ ଟାକ୍ସ ଫୋର୍ସ କମିଟି ଗଠନ କରାଯାଉ। ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ତଦନ୍ତ କରାଯିବା ଜରୁରୀ ହୋଇପଡ଼ିଛି।
-ଟଙ୍କଧର ବାରିକ, ଲାଉଲଇ ସମିତିସଭ୍ୟ, ଗଁଦିଆ ବ୍ଲକ

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି
ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଲେ ତଦନ୍ତ କରିବା ଲାଗି ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ବିଡିଓମାନେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ପିଡି ଡିଆର୍‌ଡିଏ


Enter your email to get our daily news in your inbox.

All Right Reserved By Dharitri.Com

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହାଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri