କଳାକାରଙ୍କ ପାଇଁ ଦେବଦୂତ ସାଜିଲେ ଅକ୍ଷୟ

ମୁମ୍ବାଇ: କରୋନା ମହାମାରୀ କେତେଯେ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଇଛି ତା’ର ହିସାବ ନାହିଁ । ଲୋକଙ୍କ ନିକଟରୁ ଖାଦ୍ୟ, ବାସଗୃହ, ରୋଜଗାର ସବୁ ଛଡାଇ ନେଇଛି ଏହି କରୋନା । ଏହି ସମୟରେ କଳାକାରମାନେ ବି କିଛି କମ୍ ସମସ୍ୟାର ସମ୍ମୁଖିନ ହୋଇ ନାହାନ୍ତି । ଏମିତି ରୋଜଗାର ହରାଇଥିବା କଳାକାରଙ୍କ ପାଇଁ ଦେବଦୂତ ସାଜି ଆସିଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । ରୋଜଗାର ହରାଇଥିବା କଳାକାରଙ୍କ ସହାୟତା ପାଇଁ ସେ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହାସହ କଳା ଜଗତର ବଡ ବଡ କଳାକାରଙ୍କୁ ମଧ୍ୟ ଏ ଦିଗରେ ଆଗେଇ ଆସିବାକୁ ସେ କହିଛନ୍ତି । କଳକାରଙ୍କ ସହାୟତା ପାଇଁ ସଂସ୍କାର ଭାରତି ଦ୍ୱାରା ଆରମ୍ଭ କରାଯାଇଥିବା ‘ପିର ପରାଇ ଜାଣେ ରେ’ ଅଭିଯାନକୁ ସମର୍ଥନ କରି ସେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି ସେ କହିଛନ୍ତି, କରୋନା ମହାମାରୀ କଳାକାରଙ୍କ ପାଇଁ ଆର୍ଥିକ ସମସ୍ୟା ଆଣି ଦେଇଛି । ଏଥିପାଇଁ ଗତ ଦୁଇ ବର୍ଷ ହେବ ସେମାନଙ୍କ ପାଖରେ କିଛି କାମ ନାହିଁ । କଳାକାର ସବୁବେଳେ ଦେଶ ପାଇଁ ଠିଆ ହୋଇଥାଏ ସେଥିପାଇଁ ଦେଶର ଆବଶ୍ୟକତା ବେଳେ କଳାକାର ଠିଆ ହୋଇଥାଏ । ଏହି ଭିଡିଓ ଶେଷରେ ସେ କହିଛନ୍ତି କଳାକର ଅଛି ତ କଳା ଅଛି, କଳା ଅଛି ତ ଦେଶ ଅଛି । ତେଣୁ ଏଥିପାଇଁ କେବଳ କଳାକାର ନୁହେଁ ସମାଜ ବି ଆଗେଇ ଆସିବା କଥା । ଅକ୍ଷୟଙ୍କ ବ୍ୟତିତ ମହାଭାରତର ‘ମେ ସମୟ ହୁଁ’ କଣ୍ଠ ପାଇଁ ପ୍ରସିଦ୍ଧ ହିନ୍ଦୀ ଉଦ୍‌ଘୋଷକ ହରିଶ ଭିମାନୀ ବି ୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି । ଏହାସହ କଳା ଜଗତର ଅନ୍ୟ କଳାକାରଙ୍କୁ ଆଗେଇ ଆସିବାକୁ କହିଛନ୍ତି । ଦିଲ୍ଲୀର ଏମ୍‌ପି ତଥା ଲୋକ ଗାୟକ ମନୋଜ ତିୱାରୀ ବି ୧୦ ଲକ୍ଷ ଟଙ୍କା ଦାନ କରିବେ ବୋଲି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri