ଦୁର୍ଦ୍ଦିନରେ କୁମ୍ଭକାର ପରିବାର

ଲଙ୍ଗଳେଶ୍ୱର, ୧୦।୫(ଡି.ଏନ.ଏ.)-ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ଓଡ଼ିଶାରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ଯେପରି ଅଧିକ ନ ବଢ଼ିବ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି। ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକଡାଉନ୍‌ ସମୟରେ ପ୍ରଭାବିତ ହୋଇଛି ଅଧିକାଂଶ ଲୋକଙ୍କ ଜୀବନଜୀବିକା। ଅନ୍ୟ ସମସ୍ତ ଜୀବିକା ଏକପ୍ରକାର ପ୍ରଭାବିତ ହୋଇଥିବା ବେଳେ କୁମ୍ଭକାରମାନେ ରୋଜଗାର ହରାଇ ବସିଛନ୍ତି।
ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଇନ୍ଦପଡ଼ା ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର। ଏମାନେ ମାଟିରେ ତିଆରି ହାଣ୍ଡି, ସରା, ଠେକି, କଳସ, ଦୀପ, କଣ୍ଢେଇ ଆଦି ବିଭିନ୍ନ ପ୍ରକାର ଘରୋଇ ଉପକରଣ ତିଆରି କରି ବଜାରରେ ବିକି ପରିବାର ଚଳାଇଥାନ୍ତି। ପରିବାରର ପ୍ରାୟ ସମସ୍ତ ସଦସ୍ୟ ଏହି କୌଳିକ ବୃତ୍ତି କାର୍ଯ୍ୟ କରିଥାନ୍ତି। ତେବେ ବଜାରରେ ପ୍ଲାଷ୍ଟିକ ସାମଗ୍ରୀର ପ୍ରବେଶ ଯୋଗୁ ଏବେ ମାଟିରେ ନିର୍ମିତ ସାମଗ୍ରୀର ଚାହିଦା ଏକପ୍ରକାର କମିଯାଇଥିବା ବେଳେ ଲକଡାଉନ୍‌ ଜାରି ହେବା ଦିନଠାରୁ ଏମାନଙ୍କ ଦୁଃଖ ଦୁଇଗୁଣା ହୋଇଯାଇଛି। ଲକଡାଉନ୍‌ ଯୋଗୁ ଦୋକାନବଜାର, ହାଟ ସବୁ କିଛି ବନ୍ଦ। ସେମାନେ କୌଣସି ଗାଁକୁ ଯାଇ ବୁଲି ବିକ୍ରି ମଧ୍ୟ କରିପାରୁନାହାନ୍ତି। ଫଳରେ ତିଆରି ହୋଇଥିବା ସାମଗ୍ରୀ ସବୁ ସେମିତି ଗଦା ହୋଇରହିଛି। ଲକଡାଉନ୍‌ ଯୋଗୁ ରୋଜଗାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବାରୁ ଘରେ ଦିନକୁ ଦୁଇଓଳି ଚୁଲି ଜଳିବା ବି କଷ୍ଟ ହୋଇପଡ଼ିଛି। ବାହାଘର, ବ୍ରତଘର ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ମାଟି ତିଆରି ଜିନିଷ ସବୁ ଆବଶ୍ୟକ ପଡ଼ିଥାଏ। ମେଳା, ମହୋତ୍ସବ, ଯାନିଯାତ୍ରା ଇତ୍ୟାଦି ବନ୍ଦ ହୋଇଥିବାରୁ ଏମାନଙ୍କ ଘରକୁ ଜିନିଷ କିଣିବାକୁ ମଧ୍ୟ କେହି ଆସୁନାହାନ୍ତି। ଅନ୍ୟ କୌଣସି ରୋଜଗାର ପନ୍ଥା ନ ଥିବାରୁ ଅର୍ଥାଭାବରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି କୁମ୍ଭକାର ପରିବାର। ଯଦି ସରକାର କୁମ୍ଭକାରମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କିଛି ସହାୟତା କରନ୍ତେ, ତାହେଲେ ନିଜ ପରିବାର ଚଳିବା ସହ ଏହି ବ୍ୟବସାୟକୁ ମଧ୍ୟ ଆହୁରି ଆଗକୁ ନେଇପାରନ୍ତେ ବୋଲି ଇନ୍ଦିପଡ଼ା ଗ୍ରାମର ଅଜିତ ବେହେରା, ସୁଶାନ୍ତ ବେହେରା, ହରେକୃଷ୍ଣ ବେହେରା, ପ୍ରହ୍ଲାଦ ବେହେରା ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri