Posted inଖେଳ

୩୦ ବଲ୍‌ରେ ଲୋଡା ଥିଲା ୩୧ ରନ୍‌: ଘଟିଲା କିଛି ଅପ୍ରତ୍ୟାଶିତ; ଚମକି ଯାଇଥିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଖେଳାଯାଇଛି। ଏଥିରେ କୋଲକାତା ଟିମ୍‌ ଟସ୍‌ ଜିତି ବୋଲିଂ କରିବା ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବ(୫୬) ଏବଂ ରୋହିତ ଶର୍ମା(୪୩)ରନ୍‌ କରିଥିଲେ। ଉଭୟ ବ୍ୟାଟିଂ କରିବା ସମୟରେ ଦଳ ବଡ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ କୋଲକାତା ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଦମ୍‌ଦାର ବୋଲିଂ ଯୋଗୁ ରନ୍‌ ଉପରେ ଅଙ୍କୁଶ ଲାଗିଥିଲା। ରସେଲ ମାତ୍ର ୨ ଓଭରରେ ୧୫ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ଫଳରେ ମୁମ୍ବାଇ ୨୦ ଓଭରରେ ୧୫୨ରନ୍‌ରେ ସୀମିତ ରହିିଥିଲା।

ଜବାବରେ କୋଲକାତା ଟିମ୍‌ ଭଲ ଆରମ୍ଭ କରିଥିଲେ ହେଁ ୭ ଉଇକେଟ ହରାଇ ୧୪୨ରନ୍‌ କରି ପରାସ୍ତ ହୋଇଥିଲା। ନୀତିଶ ରାଣା ଓ ଶୁବମନ ଗିଲଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ନୀତିଶ-ଶୁବମନ ୭୨ରନ୍‌ର ଭାଗିଦାରୀ କରିଥିଲେ। ହେଲେ ମୁମ୍ବାଇର ସ୍ପିନର ରାହୁଲ ଚହର ଉଭୟଙ୍କୁ ଆଉଟ୍‌ କରିଥିଲେ। ଏହାପରେ ସେ ରାହୁଲ ତ୍ରିପାଠୀ(୫), ଅଧିନାୟକ ଇୟୋନ ମୋର୍ଗାନ(୭)ଙ୍କ ଉଇକେଟ ନେଇଥିଳେ। ୧୫ ଓଭର ଶେଷ ହେବା ପର୍ଯ୍ୟନ୍ତ କୋଲକାତା ୪ ଉଇକେଟ ହରାଇ ୧୨୨ରନ୍‌ କରିିଥିଲା।

ପରେ କୋଲକାତା ପାଖରେ ୬ ଉଇକେଟ ଥିବା ବେଳେ ୩୦ ବଲ୍‌ରେ ମାତ୍ର ୩୧ରନ୍‌ କରିବାର ଥିଲା। ପଡ଼ିଆରେ ଶକିବ ଅଲ ହାସନ ଏବଂ ଦୀନେଶ କାର୍ତ୍ତିକ ଥିଲେ। ହେଲେ କୃନାଲ ପାଣ୍ଡ୍ୟା ୧୬ ଓଭର ବୋଲିଂ କରିବାକୁ ଆସି ଶକିବଙ୍କ ଉଇକେଟ ନେଇଥିଲେ। ତାଙ୍କ ପରେ ରସେଲ ଏବଂ କାର୍ତ୍ତିକ ଭଲ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଥିଲା। ଧିରେ ଧିରେ ମ୍ୟାଚ୍‌ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ୬ ବଲ୍‌ରେ ୧୫ ରନ୍‌ର ଆବଶ୍ୟକତା ରହିଥିଲା। ଟ୍ରେଣ୍ଟ ବୋଲ୍ଟ ବୋଲିଂ କରିବାକୁ ଆସିଥିଲେ।

ଶେଷ ଓଭରର ପ୍ରଥମ ବଲ୍‌ରେ ୧ ରନ୍‌, ଦ୍ୱିତୀୟ ବଲ୍‌ରେ ୧ ରନ୍‌, ତୃତୀୟରେ ଉଇକେଟ, ଚତୁର୍ଥରେ ଉଇକେଟ, ପଞ୍ଚମରେ ୨ ରନ୍‌, ଷଷ୍ଠରେ ୦ ରନ୍‌ ହୋଇଥିଲା। ଫଳରେ ୧୦ ରନ୍‌ରେ ମ୍ୟାଚ୍‌ ହାରିଥିଲା କୋଲକତା ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri