ନେପାଳ ଯିବେ ୩ ବର୍ଷୀୟ ସାଇ ଶ୍ରେୟାଂସୁ

ଭଦ୍ରକ ଅଫିସ, ୨୬।୨- ୩ ବର୍ଷ ବୟସରେ ସ୍ବତନ୍ତ୍ର ମଡେଲ ପାଇଁ ଜିଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ଜୁଲାଇରେ ନେପାଳରେ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତା ନିମନ୍ତେ ସର୍ବଭାରତୀୟ ଶିଶୁ ବର୍ଗରୁ ଚୟନ ହୋଇଛନ୍ତି। ଏହି ଶିଶୁ ପ୍ରତିଭା ହେଲେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରିଡ଼ି ଗ୍ରାମର ସାଇ ଶ୍ରେୟାଂସୁ ପଣ୍ଡା(କାହ୍ନା)। ଜନ୍ମଜାତ ଗୁଣ ଓ ଅବିଶ୍ୱସନୀୟ ପରିପ୍ରକାଶ ଶୈଳୀ ଯୋଗୁ ରାଜ୍ୟ ଓ ଦେଶର ଏକମାତ୍ର ଶୈଶବ ଆନ୍ତର୍ଜାତିକ ମଡେଲ ପ୍ରତିଯୋଗୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ଯେଉଁଥିପାଇଁ ଏବେ ଚାରିଆଡ଼େ ତାଙ୍କର ପ୍ରଶଂସା। ମାତ୍ର ଦେଢ଼ ବର୍ଷ ବୟସରୁ ନୃତ୍ୟ, ମଡେଲ କଳା, ଫଟୋ ପୋଜିଂରେ ଆଗ୍ରହ ଦେଖାଇବାରୁ ବାପା ଶ୍ରୀରାମ ପଣ୍ଡା ଓ ମା’ ପୁଷ୍ପାଞ୍ଜଳି ଏଥିପାଇଁ ବ୍ୟବସ୍ଥା ଆରମ୍ଭ କରିଥିଲେ। ଜେଜେବାପା ସୁଶାନ୍ତ ପଣ୍ଡା ଓ ଜେଜେମା’ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କାହ୍ନାକୁ ପ୍ରୋତ୍ସାହିତ କରିଥିଲେ। ଏହାପରେ ବିକଶିତ ହେବାକୁ ଲାଗିଥିଲା ସହଜାତ ପ୍ରତିଭା। ଶ୍ରୀରାମ ବୌଦ୍ଧ ଜିଲାର ରାଜପଥ କାର୍ଯ୍ୟରେ ଯନ୍ତ୍ରୀ ଭାବେ ନିୟୋଜିତ ହୋଇଥିବାରୁ ସେଠାରେ ବସବାସ କରନ୍ତି। ସାଇ ଶ୍ରେୟାଂସୁଙ୍କ ମା’ ପୁଅର ମଡେଲ ପ୍ରତି ଆଗ୍ରହ ଦେଖି ମଡେଲ ଗୁରୁ ପ୍ରସନ୍ନଙ୍କ ତତ୍ତ୍ବାବଧାନରେ ତାଙ୍କୁ ସ୍ବତନ୍ତ୍ର ତାଲିମ ଦେଇଥିଲେ। ଏହି ସମୟରେ ଶ୍ରେୟାଂସୁ ବିଭିନ୍ନ ଜିଲା ଓ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହେବାରେ ଲାଗିଥାନ୍ତି। କୋଭିଡ୍‌ ଲକ୍‌ଡାଉନ ସମୟରେ ସେପ୍ଟେମ୍ବରରେ ମୁମ୍ବାଇର ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାଶନାଲ ଅର୍ଗନାଇଜେଶନ ପକ୍ଷରୁ ଅନ୍‌ଲାଇନରେ କିଟ୍‌ସ ଆଣ୍ଡ ଟିନ୍‌ ୱାଲର୍‌ଡ ଇଭେଣ୍ଟ ୨୦୨୦-୨୧ ମଡେଲ ବିଭାଗରେ ଶିଶୁ ପ୍ରତିଯୋଗିତା ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଯାହାର ସୁଯୋଗ ହାତଛଡ଼ା କରି ନ ଥିଲେ ଶ୍ରେୟାଂସୁଙ୍କ ମା’ ବାପା। ଆଉ ଏହି ପ୍ରତିଯୋଗିତା ଶ୍ରେୟାଂସୁଙ୍କ ପାଇଁ ଆଣିଦେଲା ପରିଚୟ। ୪୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେୟାଂସୁ ବିଜୟୀ ହୋଇଥିଲେ। ନେପାଳରେ ହେବାକୁ ଥିବା ପ୍ରତିଯୋଗିତାରେ ସେ ଯେମିତି ସଫଳ ହୋଇ ଭାରତର ନାମ ରଖିବେ ସେଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri