Posted inଖେଳ

କାହିଁକି ଅଲୋଡ଼ା ରହିଲେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ

ଚେନ୍ନାଇ, ୧୯।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଶେଷ ହୋଇସାରିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ୫୭ ଖେଳାଳିଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଥିଲାବେଳେ ଅଲୋଡ଼ା ହୋଇଯାଇଥିଲେ ଭଳି ବହୁ ଅନ୍ତର୍ଜାତୀୟ ତାରକା ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ଏହାର କାରଣ ଜାଣିବା ପାଇଁ ପଢ଼ନ୍ତୁ…

ପ୍ରଥମତଃ ପ୍ରାୟ ଫ୍ରାଞ୍ଚାଇଜ ନିଜର ଟପ ଅର୍ଡର ବ୍ୟାଟିଂ ଲାଇନ ଅଫ୍‌ରେ କୌଣସି ପରବର୍ତ୍ତନ ହିଁ କରି ନ ଥିଲେ। ଏଣୁ ପ୍ରତ୍ୟେକ ଫ୍ରାଞ୍ଚାଇଜର ଆବଶ୍ୟକତା ଥିଲା ପେସ ବୋଲର ନ ହେଲେ ଫିନିଶର। ମାତ୍ର ସେହି ଦକ୍ଷତା ଥିବା ଖେଳାଳି ଖୁବ୍‌ କମ୍‌ ଅକ୍‌ଶନରେ ଉପଲବ୍ଧ ଥିଲେ। ଏହି କାରଣରୁ ଜଣେ ଖେଳାଳିଙ୍କ ପଛରେ ପଡ଼ିଥିଲେ ୩ରୁ ୪ ଫ୍ରାଞ୍ଚାଇଜ। ଏଥିଯୋଗୁ ଢ଼େର ବୃଦ୍ଧି ପାଇଥିଲା ଫିନିଶର ଓ ପେସ ବୋଲରଙ୍କ ମୂଲ୍ୟ। ଉଦ୍‌ହାରଣ ସ୍ବରୂପ ଫିନିଶର ଦକ୍ଷତା ଥିବା କେଳାଳି ହେଲେ ଗ୍ଲେନ ମ୍ୟାକ୍ସଓ୍ବେଲ। ତାଙ୍କ ବ୍ୟତୀତ ଅକ୍‌ଶନରେ ସେଭଳି ଅଭିଜ୍ଞ ଫିନିଶର ହିଁ ନ ଥିଲେ। ଏହାସତ୍ତ୍ୱେ ବୋଲିଂ ସାଙ୍ଗକୁ ନିମ୍ନକ୍ରମରେ ବଡ଼ ଶଟ୍‌ ଲଗାଇ ପାରୁଥିବା ଖେଳାଳି ଡାନିଏଲ ଖ୍ରିଷ୍ଟିଆନ, ଝେ ରିଚାର୍ଡସନ, କ୍ରିସ ମୋରିସ, କ୍ରିଷ୍ଣପା ଗୋଥାମ, ବେନ କଟିଂ, ମୋଇସେସ ହେନରିକ୍ସ, ମୋଇନ ଅଲୀଙ୍କ ପ୍ରତି ଫ୍ରାଞ୍ଚାଇଜମାନେ ଆକୃଷ୍ଟ ହୋଇଥିଲେ। ଆଉ ଆବଶ୍ୟକୀୟ ଦକ୍ଷତା ନ ଥିବାରୁ ଅଲୋଡ଼ା ହୋଇଯାଇଥିଲେ ଫିଞ୍ଚ, ରୟ, ଆଲେକ୍ସ ହେଲ୍ସ, ମାର୍ନସ ଲାବୁଶେନଙ୍କ ଭଳି ବହୁ ଅନ୍ତର୍ଜାତୀୟ ତାରକା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri