ଆଉ ୪ ବ୍ରିଟେନ୍‌ ଫେରନ୍ତା ମିଳୁନାହାନ୍ତି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଭୁବନେଶ୍ୱରକୁ ଗତ ୨୯ ତାରିଖ ସୁଦ୍ଧା ବ୍ରଟେନ୍‌ରୁ ୬୨ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ବୁଧବାର ସନ୍ଧ୍ୟା ସୁଦ୍ଧା ୫୮ ଜଣଙ୍କ ସହ ଯୋଗାଯୋଗ ହୋଇପାରିଛି। କିନ୍ତୁ ଏବେବି ଆଉ ୪ଜଣଙ୍କ ଠିକଣା ମିଳୁ ନାହିଁ। କ୍ଷେତ୍ରସ୍ତରୀୟ ଯାଞ୍ଚ କରିବାକୁ ଗଠିତ ହୋଇଥିବା ବିଏମ୍‌ସି ଟିମ୍‌ ବ୍ରିଟେନ୍‌ ଫେରନ୍ତାଙ୍କ ଦ୍ୱାରା ପ୍ରଦତ୍ତ ଠିକଣାରେ ପହଞ୍ଚତ୍ପାରିନାହାନ୍ତି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଚିହ୍ନଟ ହୋଇଥିବା ୫୮ ଜଣଙ୍କର ନମୁନା ସଂଗ୍ରହ ହୋଇଥିବାବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଗତ ୨୯ ତାରିଖରେ ବିଏମ୍‌ସି ନିକଟକୁ ଆସିଥିବା ଦ୍ୱିତୀୟ ପର୍ଯ୍ୟାୟ ଫେରନ୍ତାଙ୍କ ତାଲିକାରେ ମୋଟ ୮୮ ଜଣଙ୍କ ନାମ ଉଲ୍ଲେଖ ଥିଲା। କିନ୍ତୁ ଉକ୍ତ ତାଲିକାରେ ୯ ଜଣଙ୍କ ନାମ ଦୁଇଥର ଉଲ୍ଲେଖ ରହିଥିବାବେଳେ ୧୭ଜଣ ଅଣ ବିଏମ୍‌ସି ଅଞ୍ଚଳର ଓ ବାକି ୬୨ଜଣ ଭୁବନେଶ୍ୱରର ଥିଲେ। ଭୁବନେଶ୍ୱରର ଏହି ୬୨ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ୨୪ ଘଣ୍ଟା ମଧ୍ୟରେ ସମ୍ପର୍କ କରାଯିବାକୁ ପ୍ରୟାସ ଜାରି ରହିଛି। ଏନେଇ ଆର୍‌ଆର୍‌ଟି ଟିମ୍‌ ଅଧିକ ସକ୍ରିୟ ଥିବାବେଳେ ଖୁବ୍‌ଶୀଘ୍ର ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବ ବୋଲି କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ବ୍ରିଟେନ୍‌ରୁ ଭୁବନେଶ୍ୱରକୁ ଫେରିଥିବା ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ବନ୍ଦ ଥିବାରୁ ସେମାନଙ୍କୁ ଯୋଗାଯୋଗ ହୋଇପାରି ନ ଥିଲା। ସେମାନଙ୍କୁ ଟ୍ରେସ୍‌ କରିବା ପାଇଁ ବିଏମ୍‌ସି ଜୋନ୍‌ସ୍ତରୀୟ ଟିମ୍‌ ଗଠନ କରି କ୍ଷେତ୍ରସ୍ତରୀୟ ଯାଞ୍ଚ କରିବା ଆରମ୍ଭ କରିଥିଲା। ମଙ୍ଗଳବାର ଏହି ଟିମ୍‌ ମାତ୍ର ୨୪ ଘଣ୍ଟାରେ ଯୋଗାଯୋଗ ହୋଇପାରି ନ ଥିବା ଅଧାରୁ ଅଧିକ ଫେରନ୍ତାଙ୍କୁ ଭେଟି ସେମାନଙ୍କ ନମୁନା ପରୀକ୍ଷା କରାଇଥିଲା। ଏଥିସହ ସେମାନଙ୍କୁ ଘରେ ଏକାକୀ ରହିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri