ଦିନକୁ ୩ ପର୍ଯ୍ୟାୟରେ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୨୩ା୧୨: ଦୀର୍ଘ ୯ମାସର ପ୍ରତୀକ୍ଷା ପରେ ବୁଧବାର ଶ୍ରୀମନ୍ଦିର ଖୋଲିବ। କରୋନା କଟକଣା ଭିତରେ ଦାରୁଦିଅଁଙ୍କ ଦର୍ଶନ ମିଳିବ। ପୁରୀ ଜିଲା ପ୍ରଶାସନ ପକ୍ଷରୁ ଜାରି ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁଯାୟୀ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରର ସଦସ୍ୟଙ୍କୁ ବଡଦେଉଳ ପ୍ରବେଶ ଲାଗି ଅନୁମତି ଦିଆଯିବ। ଏହାପରେ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଏବଂ ଜାନୁୟାରୀ ୩ରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବ୍ୟବସ୍ଥା ହେବ। ସ୍ଥାନୀୟ ଲୋକଙ୍କ ନିମନ୍ତେ ଟୋକନ୍‌ ବ୍ୟବସ୍ଥା କରାଯାଇଛି। ଦିନକୁ ୩ଟି ପର୍ଯ୍ୟାୟରେ ଦର୍ଶନ ବ୍ୟବସ୍ଥା ହେବ। ଏହି କ୍ରମରେ ମଙ୍ଗଳବାର ୱାର୍ଡଓ୍ବାରି ଦର୍ଶନ ତାଲିକା ପ୍ରକାଶିତ ହୋଇଛି।
ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ ସୂଚନା ଦେଇ କହିଛନ୍ତି, ଦିନକୁ ୩ଟି ପର୍ଯ୍ୟାୟରେ ଦର୍ଶନ ବ୍ୟବସ୍ଥା ହେବ। ପ୍ରଥମ ପର୍ଯ୍ୟାୟ ଦର୍ଶନ ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦, ଦ୍ୱିତୀୟ ଦର୍ଶନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଏବଂ ତୃତୀୟ ତଥା ଶେଷ ପର୍ଯ୍ୟାୟ ଦର୍ଶନ ଅପରାହ୍ନ ୪.୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ୬ ଓ ୯ ନମ୍ବର ୱାର୍ଡର ଲୋକେ ୨୬ ତାରିଖ ସକାଳ ଶିଫ୍ଟରେ ମନ୍ଦିର ଯିବେ। ମଧ୍ୟାହ୍ନ ଶିଫ୍ଟରେ ୧୨ ଓ ୧୫ ନମ୍ବର ୱାର୍ଡ ଓ ସନ୍ଧ୍ୟା ଶିଫ୍ଟରେ ୨, ୩ ଓ ୧୧ ନମ୍ବର ୱାର୍ଡର ଲୋକଙ୍କୁ ଅନୁମତି ମିଳିଛି। ୨୭ ତାରିଖ ସକାଳ ଶିଫ୍ଟରେ ୧୩ ନଂ. ୱାର୍ଡ, ଅପରାହ୍ନ ଶିିଫ୍ଟରେ ୧୬ ଓ ୧୮ ନଂ. ୱାର୍ଡ ଓ ସନ୍ଧ୍ୟା ଶିିଫ୍ଟରେ ୧୭, ୪ ଓ ୨୦ ନମ୍ବର ୱାର୍ଡବାସିନ୍ଦା ଶ୍ରୀମନ୍ଦିରକୁ ଯାଇ ପାରିବେ। ୨୮ ତାରିଖ ସକାଳ ଶିଫ୍ଟରେ ୧୦ ଓ ୧୯ ନଂ. ୱାର୍ଡ, ଅପରାହ୍ନ ଶିଫ୍ଟରେ ୮ ଓ ୨୧ ନଂ. ୱାର୍ଡ ଓ ସନ୍ଧ୍ୟା ଶିଫ୍ଟରେ ୫ ନମ୍ବର ୱାର୍ଡ ଲୋକେ ଦର୍ଶନ କରିପାରିବେ। ସେହିଭଳି ୨୯ ତାରିଖ ସକାଳ ଶିିଫ୍ଟରେ ୧୪ ଓ ୩୨ ନଂ. ୱାର୍ଡ, ଅପରାହ୍ନ ଶିଫ୍ଟରେ ୨୨ ଓ ୨୬ ନଂ. ୱାର୍ଡ ଏବଂ ସନ୍ଧ୍ୟା ଶିଫ୍ଟରେ ୧ ନମ୍ବର ୱାର୍ଡ ଲୋକଙ୍କ ପାଇଁ ଦର୍ଶନ ସୁବିଧା ଉପଲବ୍ଧ ରହିବ। ୩୦ ତାରିଖ ସକାଳ ବେଳା ୨୩ ଓ ୨୪ ନଂ. ୱାର୍ଡ, ଅପରାହ୍ନ ଶିଫ୍ଟରେ ୨୫ ଓ ୩୦ ଏବଂ ସନ୍ଧ୍ୟା ଶିଫ୍ଟରେ ୭ ଓ ୨୭ ନଂ. ୱାର୍ଡ ଲୋକଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିଛି। ଶେଷଦିନ ଅର୍ଥାତ୍‌ ୩୧ ତାରିଖ ସକାଳ ଶିଫ୍ଟରେ ୨୮ ନଂ. ୱାର୍ଡ, ଅପରାହ୍ନରେ ୨୯ ଓ ୩୧ ନଂ. ୱାର୍ଡ ବାସିନ୍ଦା ଦର୍ଶନ କରିବେ। ନିର୍ଦ୍ଧାରିତ ସମୟରେ ଶ୍ରଦ୍ଧାଳୁ ପହଞ୍ଚିପାରିଲେ ଦର୍ଶନରେ କୌଣସି ସମସ୍ୟା ହେବ ନାହିଁ। ମନ୍ଦିର ଭିତରେ ଶୃଙ୍ଖଳିତ ଭାବେ ଦର୍ଶନ ବ୍ୟବସ୍ଥା ପାଇଁ ୧୫ଜଣ ସ୍ବେଚ୍ଛାସେବୀ ପ୍ରତିହାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମନ୍ଦିରରେ ଶ୍ରଦ୍ଧାଳୁମାନେ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ତାହା ଉପରେ ସମ୍ପୃୃକ୍ତ ପ୍ରତିହାରୀ ସେବକମାନେ ନଜର ରଖିବେ। ସମ୍ପୃୃକ୍ତ ପ୍ରତିହାରୀ ସେବକମାନେ ସେବାୟତମାନଙ୍କୁ ଚିହ୍ନଟ କରିବେ। ଦର୍ଶନ ପାଇଁ ଆସିଥିବା ସ୍ଥାନୀୟ ଲୋକଙ୍କ ପଞ୍ଜୀକରଣ କରାଇବା ପାଇଁ ପ୍ରଶାସନ ସମସ୍ତଙ୍କ ଫଟୋ ଉଠାଇବ। ୨୬ ତାରିଖ ସୁଦ୍ଧା କାଉଣ୍ଟର ଓ ପଞ୍ଜୀକରଣ ସମେତ ସମସ୍ତ ପ୍ରସ୍ତୁତି ଶେଷ ହୋଇଯିବ ବୋଲି ଜିଲାପାଳ କହିଛନ୍ତି। ଏସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଶ୍ରୀଜଗନ୍ନାଥ କାର୍ଯ୍ୟାଳୟରେ ଜିଲା ପ୍ରଶାସନର ଦୁଇଟି ବୈଠକ ହୋଇଥିଲା। ଗୋଟିଏ ବୈଠକ ପ୍ରତିହାରୀ ନିଯୋଗ ସହ ହୋଇଥିବା ବେଳେ ଅନ୍ୟଟିରେ ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri