ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ରେ ଆଇଏନ୍‌ଆଇଏଫ୍‌ଡିର କମାଲ୍‌

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ପ୍ରତିଷ୍ଠା ହେବାର ମାତ୍ର ଏକବର୍ଷ ମଧ୍ୟରେ ଲାକ୍‌ମୀ ଇଣ୍ଡିଆ ଫ୍ୟାଶନ ଓ୍ବିକ୍‌ ଏବଂ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଫ୍ୟାଶନ ଇଭେଣ୍ଟରେ ଅଂଶଗ୍ରହଣ କରି ବିଶେଷ ସଫଳତା ହାସଲ କରିଛି ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଡିଜାଇନିଂ(ଆଇଏନ୍‌ଆଇଏଫ୍‌ଡି)। ନିକଟରେ ଇନ୍‌ଷ୍ଟିଚ୍ୟୁଟର ୫ଜଣ ଛାତ୍ରୀଛାତ୍ର ପ୍ରିୟବ୍ରତ ମହାପାତ୍ର, ରିଶିକା ଜେନା, ପଲ୍ଲବୀ ଷଡ଼ଙ୍ଗୀ, ଦିବ୍ୟାଶା ବିଶ୍ୱାଳ ଓ ଆଦିତି କୁମାର ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ ୨୦୧୯ରେ ନିଜ ଡିଜାଇନ୍‌ର ଶୋ’କେସ୍‌ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଇଏନ୍‌ଆଇଏଫ୍‌ଡି ଫ୍ୟାଶନ ଡିଜାଇନ୍‌ ଡିପାର୍ଟମେଣ୍ଟର ଏହି ଛାତ୍ରୀଛାତ୍ର ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ର ଭାଇବ୍ରାଣ୍ଟ ଇଣ୍ଡିଆ ବିଭାଗରେ ନିଜ ଡିଜାଇନ୍‌ ପ୍ରଦର୍ଶନ କରିଥିଲେ।
ଲଗାତାର ୩ୟ ଥର ପାଇଁ ଆଇଏନ୍‌ଆଇଏଫ୍‌ଡି ଏବଂ ଲଣ୍ଡନ୍‌ ସ୍କୁଲ ଅଫ୍‌ ଟ୍ରେଣ୍ଡ୍‌ସ(ଏଲ୍‌ଏସ୍‌ଟି) ମିଳିତ ଭାବେ ଭାରତୀୟ ଫ୍ୟାଶନକୁ ବିଦେଶ ମାଟିରେ ପହଞ୍ଚାଇବା ସହ ଭାରତୀୟ ହସ୍ତତନ୍ତକୁ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ରେ ପ୍ରଦର୍ଶନ କରିଛନ୍ତି। ଏହାସହ ଯୁବ ଛାତ୍ରୀଛାତ୍ରଙ୍କ ହାତରେ ଥିବା ଯାଦୁକୁ ସମଗ୍ର ବିଶ୍ୱ ସମ୍ମୁଖକୁ ଆଣିବାକୁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇ ଦେଇଛନ୍ତି। ସେଣ୍ଟ୍‌ ମାହ୍ନାଟ୍ଟନ୍‌(Manhattan)ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର ଡେପୁଟି କନ୍‌ସୁଲ୍‌ ଜେନେରାଲ୍‌ ଶତ୍ରୁଘ୍ନ ସିହ୍ନା ଓ ଅନ୍ୟ ଅତିଥିମାନେ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଶୋରେ ଭାରତର ଉତ୍କୃଷ୍ଟ ହସ୍ତତନ୍ତ ଏବଂ ଏହାର ପ୍ରସ୍ତୁତ ପ୍ରଣାଳୀକୁ ପ୍ରଦର୍ଶନ କରାଯାଇଥିଲା। ଆର୍ଟ ଆଣ୍ଡ କ୍ରାଫ୍ଟ, ବ୍ୟାଡ୍‌ ଗର୍ଲସ, ଇଭିନିଙ୍ଗ୍‌ ଓ୍ବେର୍‌ ଏବଂ ଟେଲରିଂ ଏହାର ଚଳିତବର୍ଷ ଥିମ୍‌ ରହିଥିଲା। ସେହିଭଳି ପାରମ୍ପରିକ ଭାରତୀୟ ପୋଷାକରେ ପାଶ୍ଚାତ୍ୟ ଡିଜାଇନ୍‌ର ଛାପ ପ୍ରତିଟି ଡିଜାଇନ୍‌କୁ ଆକର୍ଷଣୀୟ କରିଥିଲା। ଆଗାମୀ ଦିନରେ ଏଭଳି ବିଶ୍ୱସ୍ତରୀୟ ଫ୍ୟାଶନ ଇଭେଣ୍ଟରେ ଅଂଶଗ୍ରହଣ କରିବା ସହ ଆଇଏନ୍‌ଆଇଏଫ୍‌ଡି ନିଜ ଛାତ୍ରୀଛାତ୍ରଙ୍କୁ ଗ୍ଲୋବାଲ୍‌ ମାର୍କେଟ୍‌ରେ ପ୍ରତିଷ୍ଠିତ ହେବାକୁ ସୁଯୋଗ ପ୍ରଦାନ କରିବ ବୋଲି ଶିକ୍ଷାନୁଷ୍ଠାନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri