କରୋନା ଭୂତାଣୁକୁ ବିନାଶ କରିବ ଏଲ୍‌ଇଡି ଲାଇଟ୍

ପ୍ରାୟ ବର୍ଷେ ହେବ ସାରା ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରିଆସୁଛି। ଏହି ଭୂତାଣୁ ଦୂର କରିବା ପାଇଁ ପ୍ରତ୍ୟେକ ଦେଶ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଅନେକ ଦେଶରେ କରୋନା ହେବାର ଆଶଙ୍କା ହ୍ରାସ କରିବାକୁ ଟିକା ପ୍ରସ୍ତୁତି କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ତଥାପି ଏହା କରୋନାଠାରୁ ସୁରକ୍ଷିତ କି ନୁହେଁ ତାହାର ସଫଳତା ଏପର୍ଯ୍ୟନ୍ତ ମିଳିନାହିଁ। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏଲଇଡି ଲାଇଟ୍‌ ସାହାଯ୍ୟରେ କରୋନା ଭୂତାଣୁ ବିଲୋପ ହୋଇପାରିବ।

ଅନୁସନ୍ଧାନ ଅନୁଯାୟୀ, ଏହି ଟେକ୍ନୋଲୋଜି ଏୟାର କଣ୍ଡିଶନର ଏବଂ ଓ୍ବାଟର ସିଷ୍ଟମରେ ସ୍ଥାପନ କରାଯାଇପାରିବ। ଅନୁସନ୍ଧାନକାରୀମାନେ କହିଛନ୍ତି, ଅଲଟ୍ରାଭାଓଲେଟ୍‌ (UV) ଆଲୋକ ନିର୍ଗତ ଡାୟୋଡ (UV-LED) କରୋନା ଭୂତାଣକୁ ସଫଳତାର ସହିତ ଲୋପ କରିପାରିବ। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଏହି ଟେକ୍ନୋଲୋଜି ମଧ୍ୟ ବହୁତ ଶସ୍ତା ହେବ।

ଏକ ଅନୁସନ୍ଧାନ ଅନୁଯାୟୀ, ବୈଜ୍ଞାନିକମାନେ ୟୁଭି ଏଲ୍‌ଇଡି ବିକିରଣର ଡିଜେନ୍ସିଫିକେସନ ଦକ୍ଷତାକୁ ବିଭିନ୍ନ ପ୍ରକାରର ତରଙ୍ଗ ସହିତ କରୋନା ଭୂତାଣୁ ସୃଷ୍ଟି କରୁଥିବା SARS-CoV-2 ମୂଲ୍ୟାଙ୍କନ କରିଛନ୍ତି।

ଇସ୍ରାଏଲର ତେଲ୍‌ ଆଭିଭ ବିଶ୍ୱବିଦ୍ୟାଳୟର ଆମେରିକୀୟ ଅଧ୍ୟୟନର ସହ-ଲେଖକ ହାଡାସ ମମାନେ କହିଛନ୍ତି ଯେ ଭେଣ୍ଟିଲେସନ ସିଷ୍ଟମ ଏବଂ ଏୟାର କଣ୍ଡିସନରରେ ଏଲଇଡି ବଲ୍‌ବ ଉପରେ ଆଧାରିତ ଡିଜେନ୍ସିଫିକେସନ ସିଷ୍ଟମ ସ୍ଥାପନ କରାଯାଇପାରିବ। ସେ କହିଛନ୍ତି ଯେ, ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ଅତିବାଇଗଣୀ ରଶ୍ମୀର ଆଲୋକ ବିସ୍ତାର କରୁଥିବା ଏଲଇଡି ବଲବ ବ୍ୟବହାର କରି କରୋନା ଭୂତାଣୁ ଦୂର ହୋଇପାରିବ।

ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି, ଏହି ସିଷ୍ଟମକୁ ଡିଜାଇନ କରାଯାଇପାରିବ। ସିଷ୍ଟମ ଏପରି ଭାବରେ ଡିଜାଇନ ହେବା ଉଚିତ ଯେ ଜଣେ ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଆଲୋକର ଯେପରି ସମ୍ମୁଖୀନ ନ ହୁଅନ୍ତି। ବିଶେଷଜ୍ଞଙ୍କ ମତରେ ଘର ଭିତରେ ଏହି ଲାଇଟ୍‌ ବ୍ୟବହାର କରିବା ବହୁ ବିପଜ୍ଜନକ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri