Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର

କରାଚି,୧୭।୧୨: ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ଏଥିସହ ସେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି) ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ୨୦୧୭ରେ ଭାରତ ବିପକ୍ଷରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରି ପାକିସ୍ତାନ ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ଆମିର। ହେଲେ ଅଚାନକ ତାଙ୍କର ଏଭଳି ନିଷ୍ପତ୍ତି ଅନେକଙ୍କୁ ନିରାଶ କରିଛି।

ଆମିରଙ୍କ ଖେଳ ଜୀବନକୁ ଯଦି ଦେଖାଯାଏ ତେବେ ସେ ମାତ୍ର ୧୭ ବର୍ଷ ବୟସରେ ଡେବ୍ୟୁ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଇଂଲଣ୍ଡରେ ସ୍ପୋର୍ଟ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ପଡ଼ିଥିଲେ। ଏଣୁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ୫ ବର୍ଷ ଯାଏ ବାରଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ସେ ପ୍ରତ୍ୟାବର୍ତ୍ତନ କରି ଅନ୍ତର୍ଜାତୀୟ କ୍ରିକେଟରେ ସଫଳତା ହାସଲ କରିଥିଲେ।

ଇତିମଧ୍ୟରେ ସେ ପାକିସ୍ତାନ ପାଇଁ ୩୬ ଟେଷ୍ଟ, ୬୧ ଦିନିକିଆ, ୫୦ଟି ଟି୨୦ ମ୍ୟାଚ୍‌ରେ ଖେଳି ମୋଟ ୨୫୯ଟି ଉଇକେଟ ନେଇଛନ୍ତି। ସେ ଟେଷ୍ଟରେ ୧୧୯, ଦିନିକିଆରେ ୮୧, ଟି୨୦ରେ ୫୯ ଉଇକେଟ ନେଇଥିଲେ। ୨୦୧୯ ବିଶ୍ୱକପ୍‌ ପରେ ସେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିବା ବେଳେ ଏବେ ନିଜର ଅବସର ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri