ପ୍ରାକ୍‌ ବଜେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ଦେଶର ଶିଳ୍ପଜଗତ ନିବେଦନ କରିଛି। ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ପ୍ରାକ୍‌ ବଜେଟ ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଦେଶର ଶିଳ୍ପ ଜଗତ ସରକାରଙ୍କୁ ଏଭଳି ନିବେଦନ କରିଥିବା ଜଣାପଡିଛି। କରୋନା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏହାକୁ ବିଚାରକରି ଆର୍ଥତ୍କ ସୁଧାର ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଶିଳ୍ପ ଏବଂ ଭିତ୍ତିଭୂମିକୁ ଗୁରୁତ୍ୱ ଦିଅନ୍ତୁ ବୋଲି ପ୍ରସ୍ତାବରେ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଟ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ପ୍ରାକ୍‌ ବଜେଟ କନ୍‌ସଲଟେଶନ ପ୍ରକ୍ରିୟାରେ ଯୋଗଦେଇଥିଲେ।
ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ପୁଣି ଥରେ ଏକ ଆର୍ଥତ୍କ ପ୍ୟାକେଜ ଆଣନ୍ତୁ ବୋଲି ଶିଳ୍ପଜଗତ କହିଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ କହିଛି ଯେ, ଅଭିବୃଦ୍ଧି, ବିତ୍ତୀୟ ଶୃଙ୍ଖଳା ଏବଂ ଆର୍ଥତ୍କ କ୍ଷେତ୍ରକୁ ଦୃଢୀକରଣ ଭଳି ୩ ପ୍ରମୁଖ ଦିଗକୁ ବିଚାର କରିପାରିବେ। ଏହା ଦ୍ୱାରା କୋଭିଡ୍‌-୧୯ ପ୍ରଭାବରୁ ଅର୍ଥ ବ୍ୟବସ୍ଥାକୁ ମୁକୁଳାଯାଇପାରିବ ବୋଲି ସଂଘ ଆଶାବାଦୀ ରହିଛି। ନିଯୁକ୍ତି ସୃଷ୍ଟି ଏବଂ ଘରୋଇ ନିବେଶକୁ ସରକାର ଉତ୍ସାହିତ କରନ୍ତୁ ବୋଲି ସିଆଇଆଇ ସଭାପତି ଉଦୟ କୋଟାକ କହିଛନ୍ତି। ଦେଶର ପ୍ରମୁଖ କ୍ଷେତ୍ରଗୁଡିକୁ ଅର୍ଥ ଯୋଗାଣ ଲାଗି ସରକାର ଡେଭଲପମେଣ୍ଟ ଫାଇନାନ୍ସିଆଲ ଇନ୍‌ଷ୍ଟିଚ୍ୟୁଶନ ଗଠନ ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଜିଏସ୍‌ଟିକୁ ସରଳ କରିବା ଏବଂ ସ୍ଲାବ୍‌ ସଂଖ୍ୟା ୩ କୁ ଖସାଇବା ନେଇ ଶିଳ୍ପ ସଂଘ ଫିକି ପ୍ରସ୍ତାବ ଦେଇଛି। ଏଥିରେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି. ସୁବ୍ରମଣ୍ୟନ ଉପସ୍ଥିତ ଥିଲେ। ସେହିଭଳି ଭାରତୀ ଏଣ୍ଟରପ୍ରାଇଜେସ୍‌ର ଉପାଧ୍ୟକ୍ଷ ରାକେଶ ଭାରତୀ ମିତ୍ତଲ,ବାୟୋକନ ଅଧ୍ୟକ୍ଷ କିରନ ମଜୁମଦାର ସ ଏବଂ ଫିକି ଓ ସିଆଇଆଇ ପ୍ରତିନିଧି ଏଥିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri