ବଇଦଙ୍କ ଗାଁ ଭୋଇସାହି

ନିରାକାରପୁର,୧୧।୧୨(ଡି.ଏନ୍‌.ଏ.): ବିଜ୍ଞାନ ଯୁଗରେ ବି ଲୋକେ ବୈଦ୍ୟଙ୍କ ଉପରେ ନିର୍ଭର କରିବା ସହ ଆୟୁର୍ବେଦ ପଦ୍ଧତିର ଚିକିତ୍ସାକୁ ଭରସା କରୁଛନ୍ତି। ତେଣୁ କେତେଜଣ ବୈଦ୍ୟ ପରିବାର ନିଜର କୌଳିକ ବୃତ୍ତିକୁ ଜାବୋଡି ଧରିଛନ୍ତି। ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡିଆ ପଞ୍ଚାୟତର ‘ଭୋଇସାହି’ ହେଉଛି ଏଭଳି ଗାଁଟିଏ, ଯେଉଁଠି ଅଧିକାଂଶ ପରିବାର ଚେରମୂଳିରୁ ଔଷଧ ପ୍ରସ୍ତୁତ କରିବା ସହ ରୋଗୀଙ୍କ ଉପଚାର କରିଥାନ୍ତି। ଏଥିପାଇଁ ଭୋଇସାହି ଲୋକମୁଖରେ ବୈଦ୍ୟର ଗାଁ ଭାବେ ପରିଚୟ ପାଇଛି।
କବିରାଜ ନାରାୟଣ ମହାନ୍ତିଙ୍କ କିବାନୁଯାୟୀ, ଭୋଇ ବଂଶୀୟ ରାଜାଙ୍କ ଶାସନ ସମୟରେ ରାଜାଙ୍କ ପରିବାରର କେହି ସଦସ୍ୟ ଅର୍ଶ ରୋଗରେ ଆକ୍ରାନ୍ତ ହୋଇଥିଲେ। ଜେଜେଙ୍କ ଜେଜେବାପା ତାଙ୍କୁ ଚିକିତ୍ସା କରି ରୋଗ ଭଲ କରିଥିଲେ। ସେଥିଲାଗି ରାଜା ତାଙ୍କୁ ‘ଭୋଇ’ ଉପାଧି ଦେଇଥିଲେ। ସେବେଠାରୁ ଏହି ଗ୍ରାମ ଭୋଇସାହି ନାମକରଣ ହୋଇଥିଲା। ଏହି ଗ୍ରାମରେ ପ୍ରବେଶ କରୁ କରୁ ଦେଖିବାକୁ ମିଳେ, କିଏ ଗଛର ପତ୍ର ସଂଗ୍ରହ କରୁଛି ତ’ ଆଉ କିଏ ଚେରମୂଳି ଖରାରେ ଶୁଖାଉଛି। ଆଉ କିଏ ହେମଦସ୍ତା ଓ ଢିଙ୍କିରେ ଚେରମୂଳି କୁଟୁଛନ୍ତି। ଏମାନଙ୍କ ପାଖରେ ଉଚ୍ଚଶିକ୍ଷାର ଡିଗ୍ରୀ ନ ଥିଲେ ମଧ୍ୟ ଅନେକ ରୋଗ ନିବାରଣ କରିବାରେ ରହିଛି ପାରଦର୍ଶିତା। ପାରମ୍ପରିକ ଭାବେ ଚେରମୂଳିରୁ ଔଷଧ ପ୍ରସ୍ତୁତ କରିବା ସହ ରୋଗୀଙ୍କ ଉପଚାର କରି ସେଥିରୁ ଉପାର୍ଜିତ ଅର୍ଥରେ କବିରାଜମାନେ ସେମାନଙ୍କର ପରିବାର ଚଳାଇଥାନ୍ତି। ମାତ୍ର ଚେରମୂଳିର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ କିଣି ପରିବାର ଚଳାଇବା କଷ୍ଟକର ହୋଇପଡିଛି। ଫଳରେ ଗ୍ରାମର କେତେଜଣ ଲୋକ ଏହି କୌଳିିକ ବୃତ୍ତିକୁ ଛାଡ଼ି ମୂଲ ଲାଗୁଛନ୍ତି। ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ନ ମିଳିଲେ ଏହି ବୃତ୍ତି ଲୋପ ପାଇଯିବ ବୋଲି ଜୟକୃଷ୍ଣ ମହାନ୍ତି କହିଛନ୍ତି। ପୂର୍ବରୁ ଗ୍ରାମ ନିକଟରେ ଥିବା ଚିତ୍ରକୂଟ ପାହାଡ଼ରୁ କିଛି ଚେରମୂଳି ସଂଗ୍ରହ କରାଯାଉଥିଲା। କିନ୍ତୁ ଏବେ ଆଉ ସମ୍ଭବ ହେଉନାହିଁ। ଯେଉଁ ଚେରମୂଳି ବଜାରରେ ମିଳୁଛି ତାହା ଉଚ୍ଚା ଦରରେ ବିକ୍ରି ହେଉଛି। ଚେରମୂଳି କିଣି ରୋଗୀଙ୍କ ସେବା ସହ ପରିବାର ଚଳାଇବା କଷ୍ଟକର ହୋଇପଡୁଛି ବୋଲି କବିରାଜ ବାଲୁଙ୍କେଶ୍ୱର ମହାନ୍ତି କହିଛନ୍ତି। ପ୍ରତ୍ୟେକ ବର୍ଷ ଏହି ଗ୍ରାମରେ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ଧନ୍ବନ୍ତରୀଙ୍କ ପୂଜା କରାଯାଇଥାଏ। କବିରାଜମାନେ ଉପସ୍ଥିତ ରହି ପୁରାଣ ଶାସ୍ତ୍ର ପାଠ କରିବା ସହ ପାରମ୍ପରିକ ଚିକିତ୍ସା ବିଜ୍ଞାନ ସମ୍ପର୍କରେ ଆଲୋଚନା କରିଥାନ୍ତି। ଏହି ଗ୍ରାମରେ ନୂତନ ଓ ପୁରାତନ ରୋଗର ଆୟୁର୍ବେଦ ପଦ୍ଧତିରେ ସଫଳ ଚିକିତ୍ସା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ପୋଡ଼ାଜଳା ପରେ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri