Posted inଜାତୀୟ

ଅଧିବେଶନ ଡାକି କୃଷି ଆଇନ ହଟାଅ

ନୂଆଦିଲ୍ଲୀ,୩ା୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଅନ୍ନଦାତାଙ୍କ ଆଦୌ ସ୍ବାର୍ଥ ଅନୁକୂଳ ନୁହେଁ। ଏଥିରୁ କେହି ଜଣେ ହେଲେ କୃଷକ ଲାଭବାନ ହେବେ ନାହିଁ, ବରଂ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗିଯିବ। ତେଣୁ କୃଷି ସଂସ୍କାର ନାମରେ ଅଣାଯାଇଥିବା ଏହି ବିବାଦୀୟ ଆଇନକୁ ସରକାର ତୁରନ୍ତ ପାର୍ଲମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକି ପ୍ରତ୍ୟାହାର କରନ୍ତୁ ବୋଲି ଦିଲ୍ଲୀ ଓ ଏହାର ସୀମା ସଂଲଗ୍ନ ରାଜ୍ୟଗୁଡ଼ିକରେ ଆନ୍ଦୋଳନରତ ଚାଷୀମାନେ ଦାବି କରିଛନ୍ତି। କୃଷି ଆଇନ, ୨୦୨୦କୁ ନ ହଟାଇଲେ ଦିଲ୍ଲୀର ସମସ୍ତ ରାସ୍ତାକୁ ବନ୍ଦ କରିଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କ୍ରାନ୍ତିକାରୀ କିଷାନ ୟୁନିୟନ୍‌ ଅଧ୍ୟକ୍ଷ ଦର୍ଶନ ପାଲ କହିଛନ୍ତି, କେନ୍ଦ୍ର ସରକାର କୃଷକ ସଙ୍ଗଠନଗୁଡ଼ିକୁ ବିଭାଜନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏପରି ହେବାକୁ ଦିଆଯିବ ନାହିଁ। ୩ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ବିକ୍ଷୋଭରତ ଚାଷୀ ଆନ୍ଦୋଳନରୁ ଓହରିବେ ନାହିଁ। ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକନ୍ତୁ ବୋଲି ପାଲ୍‌ ଦାବି କରିଛନ୍ତି। ଚାଷୀନେତା ଗୁର୍‌ନାମ ସିଂ ଚାନ୍ଦୋନି କହିଛନ୍ତି, ସରକାର ଏହି ଆଇନକୁ ପ୍ରତ୍ୟାହାର ନ କଲେ ଦାବି ପୂରଣ ପାଇଁ ଚାଷୀମାନେ ଆଗକୁ ଅଧିକ ପଦକ୍ଷେପ ନେବେ। ଏହା ପୂର୍ବରୁ ୩୨ଟି କୃଷକ ସଙ୍ଗଠନର ନେତାମାନେ ସିଙ୍ଘୁ ବର୍ଡରରେ ଏକ ବୈଠକ କରିଥିଲେ। ଏଥିରେ ଭାରତୀୟ କିଷାନ ୟୁନିୟନ୍‌ ନେତା ରାକେଶ ଟିକାଏତ୍‌ ମଧ୍ୟ ଉପସ୍ଥିତ ଥିଲେ। ଇତିମଧ୍ୟରେ ଚାଷୀ ଆନ୍ଦୋଳନକୁ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମ୍‌ଟିସି)ର ସମର୍ଥନ ମିଳିଛି। କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନ କଲେ ଡିସେମ୍ବର ୮ ତାରିଖରୁ ସମଗ୍ର ଉତ୍ତର ଭାରତରେ ପରିବହନ ସେବାକୁ ଠପ୍‌ କରିଦିଆଯିବ ବୋଲି ୯୫ ଲକ୍ଷ ଟ୍ରକ୍‌ ମାଲିକଙ୍କ ସର୍ବୋଚ୍ଚ ସଙ୍ଗଠନ ଏଆଇଏମ୍‌ଟିସି ଅଧ୍ୟକ୍ଷ କୁଲତରନ ସିଂ ଅଟଓ୍ବାଲ ଚେତାବନୀ ଦେଇଛନ୍ତି। ସେପଟେ ଦିଲ୍ଲୀରେ କୃଷକ ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚତ୍ବା କାରଣରୁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ନିକଟରେ ବିକ୍ଷୋଭରତ ଚାଷୀଙ୍କୁ ରଖିବା ପାଇଁ ଷ୍ଟାଡିୟମ୍‌ଗୁଡ଼ିକୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବାକୁ ଦିଲ୍ଲୀ ପୋଲିସ ଆମ୍‌ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ ଅନୁରୋଧ କରିଥିଲା। ଦିଲ୍ଲୀ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବାରୁ ଭାଜପା ଶାସିତ କେନ୍ଦ୍ର ସରକାର ତାଙ୍କ ଉପରେ ରାଗିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇବାବେଳେ ତାହା ଅଧା ହୋଇଯାଇଛି। ଏହି ସୁଟ୍‌ବୁଟ୍‌ ସରକାର ଅମଳରେ କେନ୍ଦ୍ରର ବନ୍ଧୁମାନଙ୍କ ଆୟ ଚାରିଗୁଣ ବଢ଼ିଛି। ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗୁରୁବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଖଟ୍ଟାରଙ୍କ ବାସଭବନ ଘେରିଲା କଂଗ୍ରେସ
ପଞ୍ଜାବର ଯୁବ କଂଗ୍ରେସ କର୍ମୀମାନେ ବୁଧବାର ଚଣ୍ଡିଗଡ଼ରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି। ସେମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦ୍ର ଓ ହରିୟାଣା ସରକାର ବିରୋଧରେ ସ୍ଲୋଗାନ ଦେଇଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଓ୍ବାଟର କ୍ୟାନନ୍‌ରୁ ପାଣିମାଡ଼ କରିଛି। ପଞ୍ଜାବ ଯୁବ କଂଗ୍ରେସ ଅଧ୍ୟକ୍ଷ ବରିନ୍ଦର ଧିଲୋନଙ୍କ ସମେତ ଅନେକ କର୍ମୀଙ୍କୁ ଚଣ୍ଡିଗଡ଼ ପୋଲିସ ଅଟକ। ଗତ ୨୬ ଓ ୨୭ରେ ପଞ୍ଜାବର କୃଷକମାନେ ଦିଲ୍ଲୀ ଯାଉଥିବାବେଳେ ହରିୟାଣା ସୀମାରେ ପୋଲିସ ଅଟକାଇ ସେମାନଙ୍କ ଉପରେ ପାଣିବର୍ଷା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ତେଣୁ ହରିୟାଣାର ଖଟ୍ଟାର ସରକାରଙ୍କୁ ଚେତାଇଦେବା ପାଇଁ ଆମେ ଏଠାକୁ ଆସିଛୁ ବୋଲି ଧିଲୋନ କହିଛନ୍ତି। ନ୍ୟାୟ ନ ମିଳିବା ଯାଏ ଲଢ଼େଇ ଜାରି ରହିବ। ସମାଜର ସବୁ ବର୍ଗର ଲୋକ ଏହାକୁ ସମର୍ଥନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri