ଆଗରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୩।୧୨: ଅନୁଗୋଳକୁ କରାଯିବ ମଡେଲ୍‌ ସିଟି। ରାଜ୍ୟର ପ୍ରଥମ ହେଲ୍‌ଥ କରିଡର ଏଠାରେ ନିର୍ମାଣ ହେବ। ଏଥିସହ ସହରକୁ ଏପରି ନବରୂପ ଦିଆଯିବ ଯେ ଅନ୍ୟମାନେ ଏହାକୁ ଅନୁସରଣ କରିବେ। ଅନୁଗୋଳର ଏପରି ସୌନ୍ଦର୍ଯ୍ୟକରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାସେ ତଳୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ ସହ ସର୍ଭେ ଜାରି ରହିଛି। ସମନ୍ବୟ ରଖି କାର୍ଯ୍ୟ ଆଗେଇ ନେବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।
ଅନୁଗୋଳ ସହରର ନବକଳେବର ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସୌନ୍ଦର୍ଯ୍ୟରେ ଏହା ଯେପରି ଆଗରେ ରହିବ ସେଥିପାଇଁ ଜିଲା ଓ ପୌର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କେଉଁ ସ୍ଥାନରେ କି ପ୍ରକାର ଉନ୍ନତୀକରଣ କାର୍ଯ୍ୟ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ବେଳେ ରାଜ୍ୟରେ ପ୍ରଥମ କରି ହେବାକୁ ଯାଉଥିବା ହେଲ୍‌ଥ କରିଡରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସହରର ବିଜୁ ମଇଦାନଠାରୁ ବିଇଡି ଛକ ଦେଇ ମିଶ୍ରପଡ଼ାଯାଏ ଲମ୍ବିବ ଏହି ହେଲ୍‌ଥ କରିଡର। ପାଖାପାଖି ଦେଢ଼ କିଲୋମିଟରର ଏହି କରିଡରକୁ ସବୁଠାରୁ ଆକର୍ଷଣୀୟ କରାଯିବ। ଶିଶୁଙ୍କଠାରୁ ବୟସ୍କଙ୍କ ଯାଏ ସମସ୍ତେ ଯେପରି ଏଠାରୁ ଲାଭ ଉଠାଇପାରିବେ ସେ ନେଇ ବ୍ୟବସ୍ଥା ରହିବ। ସ୍ବତନ୍ତ୍ର କ୍ଲଷ୍ଟର ସହ ଫୁଡ୍‌କୋର୍ଟ ନିର୍ମାଣ କରାଯିବ। ଯୋଗ ପାଇଁ ଭିନ୍ନ ସ୍ଥାନ ନିର୍ଦ୍ଧାରଣ ରହିବ। ସେହିପରି ରାଜା ଛକ ଠାରୁ ଆରମ୍ଭ କରି ବିଜୁ ମଇଦାନ, ମିଶ୍ରପଡ଼ାରୁ ହରିମହୁରୀ ଛକ, ଶୈଳଶ୍ରୀକ୍ଷେତ୍ରରୁ ବିଇଡି ଛକର ସୌନ୍ଦର୍ଯ୍ୟକରଣ ହେବ। ଅତ୍ୟାଧୁନିକ ଲାଇବ୍ରେରି, ପାର୍କ ନିର୍ମାଣ ସହ ବିଭିନ୍ନ ପୋଖରୀର ପୁନରୁଦ୍ଧାର କରାଯିବ। ଏହି ଉନ୍ନତୀକରଣ ପାଇଁ କେଉଁଠୁ ବିଜୁଳି ଖୁଣ୍ଟ ଉଠାଯିବ ତ ଆଉ କେଉଁଠି ରାସ୍ତା ଖୋଳାଯିବ ଓ ଡ୍ରେନ୍‌ ନିର୍ମାଣ ହେବ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହିଲେ ହିଁ ଏହି କାର୍ଯ୍ୟ ଭଲଭାବେ ସମ୍ପନ୍ନ କରାଯାଇପାରିବ। ସେଥିପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା। ଏଥିରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ, ତହସିଲଦାର, ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲା ମତ୍ସ୍ୟ ଓ କ୍ରୀଡ଼ା ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିବା ସୂଚନା ମିଳିଛି।

ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯିବ
ଅନୁଗୋଳ ସହରରେ ଉନ୍ନୟନ କାର୍ଯ୍ୟ ଏକପ୍ରକାର ଆରମ୍ଭ ହୋଇଛି। ଏଥିପାଇଁ ବିଭିନ୍ନ ବିଭାଗର ସମନ୍ବୟ ଆବଶ୍ୟକ। କେଉଁ ସ୍ଥାନର କିପରି ସୌନ୍ଦର୍ଯ୍ୟକରଣ କରାଯିବ ସେ ନେଇ ପୂର୍ବରୁ ବ୍ଲୁ ପ୍ରିଣ୍ଟ ସରିଥିବାବେଳେ ସର୍ଭେ କାର୍ଯ୍ୟ ଚାଲିଛି। ଏହାପରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ମଡେଲ ସହରର ପରିଚୟ ମିଳିବ
ଅନୁଗୋଳକୁ ମଡେଲ ସହରରେ ପରିଣତ କରାଯିବ। ଏହାପରେ ବଡ଼ ବଡ଼ ସହର ଅନୁଗୋଳକୁ ଅନୁସରଣ କରିବେ। କାରଣ ରାଜ୍ୟର ପ୍ରଥମ ହେଲ୍‌ଥ କରିଡର ଏଠାରେ ହେବାକୁ ଯାଉଛି। ସେହିପରି ସହରର ବିଭିନ୍ନ ସ୍ଥାନକୁ ନୂଆ ରୂପ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ

ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ରହୁ
ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟାରମ୍ଭକୁ ସମସ୍ତେ ସ୍ବାଗତ କରୁଛନ୍ତି। କିନ୍ତୁ କେବଳ ସହର ସୁନ୍ଦର ଦିଶିଲେ ହେବନାହିଁ, ସହରବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ଦରକାର। ବିଶେଷକରି ଲୋକଙ୍କୁ କିପରି ଉନ୍ନତ ସ୍ବାସ୍ଥ୍ୟସେବା ଆବଶ୍ୟକ ସମୟରେ ମିଳିପାରିବ ସେ ଦିଗରେ ଦୃଷ୍ଟି ଦିଆଯିବା ଜରୁରୀ।
-ଆଦ୍ୟଶ୍ଲୋକ ମିଶ୍ର, ଅନୁଗୋଳ

ଦୀର୍ଘ ମିଆଦୀ ଯୋଜନା ଜରୁରୀ
ଅନୁଗୋଳକୁ ମଡେଲ ସହର କରିବା ଏକ ଭଲ ଯୋଜନା। ହେଲେ ଦୂରଦୃଷ୍ଟି ରଖି କାର୍ଯ୍ୟ କରା ନ ଗଲେ ସୌନ୍ଦର୍ଯ୍ୟକରଣର ମୂଲ୍ୟ କିଛି ବର୍ଷ ପରେ ହୁଏତ ମିଳି ନ ପାରେ। କାରଣ କେଉଁଠି ଦୁର୍ନୀତି ପଶିଯାଇପାରେ ତ ଆଉ କେଉଁଠି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସୁନ୍ଦରତା ନଷ୍ଟ ହୋଇଯାଇପାରେ।
-ସୂର୍ଯ୍ୟ ନାରାୟଣ ନାଥ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri