ଟିକା ନେବା ପରେ ଚିକିତ୍ସାଳୟ ଯିବା ଦରକାର ନାହିଁ

ଭୁବନେଶ୍ୱର,୨୯ା୧୧: ସାରା ଦେଶରେ କୋଭିଡ୍‌-୧୯ର ଭୟ ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ଚକିତ କରି ରଖିଛି। ଏହି ମହାମାରୀକୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି। ହେଲେ ଟିକା ନେବା ପରେ ଆଉ ଚିକିତ୍ସାଳୟ ଯିବା ଠିକ୍‌ ନୁହେଁ। ଏହିି ଭୟାନକ ସଂକ୍ରମଣ କେତେବେଳେ ଯେ ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଯାଏ ତାହା କହିହେବ ନାହିଁ। ଟିକା ନେଇସାରିବା ପରେ ଏହା ଆଉ ସଂକ୍ରମିତ ହେବନାହିଁ। ଏପରିକି ଟିକା ନେବା ପରେ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ। କରୋନା ଟିକା ପ୍ରସ୍ତୁତ କରୁଥିବା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଏ ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ନାମ କୋଭିଶିଲ୍ଡ ରହିଛି। ଏହି ଟିକା ନେବା ପରେ ମୃତ୍ୟୁ ହାର ମଧ୍ୟ କମିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ସେହିଭଳି ହସ୍ପିଟାଲ ଯିବା ସଂଖ୍ୟା ଶୂନ ପ୍ରତିଶତ ହେବା ସମ୍ଭାବନା ରହିଛି। ସେହିପରି ଭାଇରସ୍‌ର ପ୍ରଭାବ ୬୦% କମିବ। କୋଭିଶିଲ୍ଡର ପରୀକ୍ଷା ହେବା ବେଳେ ଏହିସବୁ ପରିଣାମ ଆସିଛି ବୋଲି କମ୍ପାନୀର ସିଇଓ ସୂଚନା ଦେଇଛନ୍ତି। ଉକ୍ତ ଟିକା ସହ ଜଡିତ ସମସ୍ତ ସୂଚନା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି। ଟିକା ପ୍ରସ୍ତୁତିକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଛି। ଶନିବାର ମୋଦି ସେରମ୍‌ ଲାବରେଟୋରି ପରିଦର୍ଶନକରି ଆସିବା ପରେ ପୁନାୱାଲା ଏହା କହିଛନ୍ତି। ପୁନାୱାଲା ଆହୁରି କହିଛନ୍ତି, ସରକାର କେତେ ଡୋଜ କିଣିବେ ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି। ୨୦୨୧ ଜୁଲାଇ ସୁଦ୍ଧା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୩୦୦ ରୁ ୪୦୦ ନିୟୁତ ଡୋଜ୍‌ ଅର୍ଡର କରିବା ନେଇ ବିଚାର କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri