ଦୁର୍ଗା ପୂଜାରେ ନାଗା ଉପାସନା

ଭାରତବର୍ଷରେ ଶାରଦୀୟ ଦୁର୍ଗାପୂଜା ସମୟରେ ପୁରୀରେ ଏକ ସ୍ବତନ୍ତ୍ର ପରମ୍ପରା ପାଳିତ ହୋଇଆସୁଅଛି। ଏହି ପରମ୍ପରାରେ ଦେବୀମାନଙ୍କୁ ଉପାସନା କରାଯିବା ସହିତ ନାଗାମାନଙ୍କୁ ମଧ୍ୟ ଉପାସନା କରାଯାଏ। ବିଭିନ୍ନ ସାହି ଆଖଡ଼ା ପକ୍ଷରୁ ସ୍ବତନ୍ତ୍ର ଭାବେ ନାଗାଙ୍କ ପୂଜା କରାଯାଇଥାଏ। ସବୁଠୁ ଆଶ୍ଚର୍ଯ୍ୟ କଥା ନାଗା ପୁରୁଷ ହେଲେ ମଧ୍ୟ ବନଦୁର୍ଗା ମନ୍ତ୍ରରେ ଶକ୍ତିସ୍ବରୂପ ମନେ କରି ପୂଜା କରାଯାଏ।
ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ନାଗା ଉପାସନା ୬୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହାର ଐତିହ୍ୟ ଅବଗତ ହେବାକୁ ହେଲେ ଭାରତର ନାଗା ପରମ୍ପରା ଓ ଏହାର ପ୍ରବର୍ତ୍ତକଙ୍କ ଇତିହାସ ଜାଣିବାକୁ ପଡ଼େ। ଶ୍ରୀରାମାନନ୍ଦ ଆଚାର୍ଯ୍ୟ ନାଗା ପରମ୍ପରାର ପ୍ରବର୍ତ୍ତକ। ସେ ସମଗ୍ର ଭାରତରେ ୬ଟି (ଅଯୋଧ୍ୟା, ପୁରୀ, ଚିତ୍ରକୂଟ, ନାଶିକ, ବୃନ୍ଦାବନ ଓ ଉଜ୍ଜୟିନୀ) ସ୍ଥାନରେ ଆଖଡ଼ା ସୃଷ୍ଟି କରି ନାଗାମାନଙ୍କୁ ଭାରତୀୟ ସଂସ୍କୃତି, ଉପାସନା, ମନ୍ଦିର ଓ ଦେବତାଙ୍କର ସୁରକ୍ଷା ପାଇଁ ଶପଥ କରାଉଥିଲେ। ଏହି ୬ଟି ସ୍ଥାନରେ ଦିଗମ୍ବର ଆଖଡ଼ା ନାମରେ ସେ ମଠ ପ୍ରତିଷ୍ଠା କରିଥିଲେ। ଏହି ଦିଗମ୍ବର ଆଖଡ଼ା ମଠ ବଡ଼ଦାଣ୍ଡରେ ବଡ଼ ଆଖଡା ମଠ ରୂପେ ପରିଚିତ ଥିଲା। ପରବର୍ତ୍ତୀ କାଳରେ ପୁରୀରେ ୨୬ଟି ରାମାନନ୍ଦ ସମ୍ପ୍ରଦାୟର ଆଖଡ଼ା ଓ ମଠ ଗଢ଼ିଉଠିଥିଲା। ଏହି ମଠ ଓ ଆଖଡ଼ାର ନାଗାମାନେ ଏକାଠି ହେଲେ ତାଙ୍କୁ ଦିଗମ୍ବର ଅଣି ଆଖଡ଼ା କୁହାଯାଏ। ଅତୀତରେ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ଏହି ସମୟରେ ନାଗା ସାଧୁମାନେ ଶ୍ରୀକ୍ଷେତ୍ରରେ ବହୁ ସଂଖ୍ୟାରେ ରହୁଥିଲେ। ମହାପ୍ରଭୁ ରଥଯାତ୍ରା ଏବଂ ଦୋଳଯାତ୍ରା ସମୟରେ ରନତ୍ସିଂହାସନ ଛାଡ଼ି ବାହାରକୁ ବିଜେ କରିଥାନ୍ତି। ସେତେବେଳେ ଏହି ନାଗା ସାଧୁମାନେ ହିଁ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାନ୍ତି। ସେହି ସମୟରେ ମୋଗଲ ସାମ୍ରାଜ୍ୟର ଶାସନ ଚାଲିଥିଲା। ନାଗା ସାଧୁମାନେ ସୁରକ୍ଷା ବଳୟ ସୃଷ୍ଟି କରି ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷା ଦେଉଥିଲେ। ନାଗାମାନେ ଗୋଟିଏ ସ୍ଥାନରେ ଏକାଠି ହେଲେ ତାଙ୍କର ସମାବେଶକୁ ଜମାତ କୁହାଯାଏ। ଏମାନେ ସମସ୍ତେ ରାମାନନ୍ଦ ସମ୍ପ୍ରଦାୟର ଅନୁଗାମୀ ହୋଇଥିବାରୁ ସେହି ସମ୍ପ୍ରଦାୟର ଚିତା ଓ ତିଳକ ଧାରଣ କରିଥାନ୍ତି। ଶ୍ରୀମନ୍ଦିର ଆକ୍ରମଣ ବେଳେ ମନ୍ଦିର ଚାରିପଟେ ଏହି ସମ୍ପ୍ରଦାୟର ଏକାଧିକ ମଠ (ବଡ଼ଆଖଡା, ଛାଉଣୀ, ପାପୁଡ଼ିଆ ପ୍ରଭୃତି) ରହିଥିଲା। ଏମାନେ ଜୀବନକୁ ବାଜି ଲଗାଇ ସେତେବେଳେ ମୋଗଲ ସୈନ୍ୟବାହିନୀକୁ ପ୍ରତିରୋଧ କରୁଥିଲେ।
ସ୍ମରଣଯୋଗ୍ୟ ଯେ, ସେତେବେଳେ ଗଜପତି ପୁରୀରେ ରହୁ ନ ଥାନ୍ତି। ଆଜିକାଲି ଭଳି ବିଜୁଳି ଆଲୋକ ମଧ୍ୟ ନ ଥିଲା। ତେଣୁ ରାତିରାତି ଦୁହୁଡ଼ି ଜାଳି ମନ୍ଦିର ଚାରିପଟେ ସୁରକ୍ଷା ବଳୟ ସୃଷ୍ଟି କରି ନାଗାସାଧୁ ଅନିଦ୍ରା ହୋଇ ଜଗୁଥିଲେ। ଇତିହାସରୁ ଜଣାଯାଏ ମୁସଲମାନ ଓ ମୋଗଲ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରି ଅସଂଖ୍ୟ ନାଗାସାଧୁ ପ୍ରାଣ ଉତ୍ସର୍ଗ କରିଥିଲେ। ଆକ୍ରମଣ ଯୋଗୁ ଭାରତର ବହୁ ମନ୍ଦିର ଭାଙ୍ଗିଯାଇଥିବାବେଳେ ନାଗା ସାଧୁଙ୍କ ଯୋଗୁ ୮୦୦ ବର୍ଷ ଶ୍ରୀମନ୍ଦିର ଏବେବି ଦଣ୍ଡାୟମାନ ରହିଛି। ତେଣୁ ନାଗାସାଧୁଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଗଜପତି ମହାରାଜା ଶ୍ରୀମନ୍ଦିର ଅଁଳା ବେଢ଼ାରେ ରାମାନନ୍ଦୀ ଚିତାର ଚିହ୍ନ ସେବେଠାରୁ ସ୍ଥାନିତ କରିଥିଲେ। ଏଥିସହ ଗଜପତିଙ୍କ ପୃଷ୍ଠପୋଷକତାରେ ଜାଗା ଆଖଡ଼ାଗୁଡ଼ିକରେ ନାଗା ସାଧୁଙ୍କ ତ୍ୟାଗର ସ୍ମୃତିସ୍ବରୂପ ନାଗା ଉପାସନା ପ୍ରଚଳନ କରିଥିଲେ। ସେମାନଙ୍କୁ ଶକ୍ତିର ସ୍ବରୂପ ରୂପେ ଶକ୍ତି ମନ୍ତ୍ରରେ ପୂଜା କରାଯାଇଆସୁଛି। ସେବେଠାରୁ ମଧ୍ୟ ଗଜପତି ମହାରାଜା ସମ୍ମାନ ସ୍ବରୂପ ନାଗାର୍ଜୁନ ବେଶର ପ୍ରଚଳନ କରିଥିଲେ।
– ହେମନ୍ତ ନାୟକ, ପୁରୀ
ଫଟୋ: ଅନିଲ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri