ପଞ୍ଜାବ ପାଇଁ କର ଅବା ମର

ଶାରଜା, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ପଞ୍ଜାବ ଏପର୍ଯ୍ୟନ୍ତ ଖେଳିଥିବା ୭ ମ୍ୟାଚରୁ ୬ ପରାଜୟଲାଭ କରି ମାତ୍ର ୨ ପଏଣ୍ଟ ପାଇଛି। ତେଣୁ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିବାକୁ ହେଲେ ଦଳକୁ ଅବଶିଷ୍ଟ ୭ ମ୍ୟାଚରେ ବିଜୟ ଲାଭ କରିବାକୁ ପଡ଼ିବ। ତେଣୁ ଏଣିକି ପ୍ରତି ମ୍ୟାଚ ଦଳପାଇଁ କର ଅବା ମର ସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆର୍‌ସିବି ୭ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ସାରିଛି। ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିଜୟ ହାସଲ କରିଥିବାବେଳେ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜିତ ହୋଇଛି। ଏବେ ବିରାଟ କୋହଲିଙ୍କ ଦଳପାଇଁ ପଞ୍ଜାବ ବିପକ୍ଷ ରିଟର୍ନ ମ୍ୟାଚରେ ପରାଜୟର ମଧୁର ପ୍ରତିଶୋଧ ନେବା ସୁଯୋଗ ଆସିଛି। ଦଳ କ୍ରମାଗତ ୨ଟି ମ୍ୟାଚ ଜିତି ସାରିଥିବାରୁ ବିଜୟରେ ହ୍ୟାଟ୍ରିକ କରିବା ଅପେକ୍ଷରେ ଅଛି।
ଗେଲ୍‌ ଖେଳିବେ
ଏଥର ପଞ୍ଜାବର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏପରି କେତେକ ମ୍ୟାଚରେ ଦଳ ବିଜୟ ଦ୍ୱାରରେ ପହଞ୍ଚତ୍ଥିଲେ ହେଁ ଫିନିଶିଂ କରି ନ ପାରି ପରାଜୟ ସ୍ବାଦ ଚାଖିଛି। ଆର୍‌ସିବି ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଖେଳିବେ ବୋଲି ସୂଚନା ମିଳି ସାରିଛି। ଏପର୍ଯ୍ୟନ୍ତ ପଞ୍ଜାବର ଅଭିଯାନରେ ଗେଲ୍‌ ସାମିଲ ହୋଇପାରି ନ ଥିଲେ। ଆଗାମୀ ମ୍ୟାଚରେ ଗେଲ୍‌ଙ୍କ ପ୍ରଦର୍ଶନ ବଳରେ ଦଳ କ୍ରମାଗତ ୫ ମ୍ୟାଚ ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି। ଚଳିତ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ଆରସିବିକୁ ହରାଇଥିଲା ପଞ୍ଜାବ। ଏହା ଦଳକୁ ମନସ୍ତାତ୍ତ୍ୱିକ ଫାଇଦାରେ ରଖିବ। ଶାରଜା ଗ୍ରାଉଣ୍ଡ ଅପେକ୍ଷାକୃତ ଛୋଟ ଥିବାରୁ ଗେଲ୍‌ ବଡ଼ ଶଟ୍‌ ଖେଳିବା ନେଇ ପଞ୍ଜାବ ପ୍ରଶଂସକ ଆଶା ରଖିଛନ୍ତି। ତେବେ ଚଳିତ ଆଇପିଏଲରେ ପ୍ରଥମଥରପାଇଁ ପଡ଼ିଆକୁ ଓହ୍ଲାଇବାକୁ ଯାଉଥିବାରୁ ୪୧ ବର୍ଷୀୟ ଗେଲ୍‌ଙ୍କ ପାଇଁ ହଠାତ୍‌ ବଡ଼ ଶଟ୍‌ ଖେଳିବା ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତ ୨ଟି ମ୍ୟାଚରେ ସେ ଖେଳିବାନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଫୁଡ୍‌ ପଏଜନିଂ ଯୋଗୁ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇପାରି ନ ଥିଲେ। ତେବେ ସେ କେଉଁ ଖେଳାଳିଙ୍କ ସ୍ଥାନନେବେ ତାହା ଦେଖିବାକୁ ଉତ୍ସୁକତା ରହିଛି। ଗ୍ଲେନ ମ୍ୟାକ୍ସଓ୍ବେଲ ଏପର୍ଯ୍ୟନ୍ତ ଧୂଆଁଧାର ବ୍ୟାଟିଂ କରିପାରି ନାହାନ୍ତି। ତେଣୁ ତାଙ୍କ ସ୍ଥାନରେ ଗେଲ୍‌ଙ୍କୁ ନିଆ ଯାଇପାରେ। ଏହା ହେଲେ ଜଣେ ଭାରତୀୟ ବୋଲରଙ୍କୁ ନେବାକୁ ପଡ଼ିବ। ଟୁର୍ନାମେଣ୍ଟର ଦୁଇ ସର୍ବାଧିକ ରନ ସଂଗ୍ରହକାରୀ ଅଧିନାୟକ ଲୋକେଶ ରାହୁଲ(୩୮୭ ରନ) ଓ ମୟଙ୍କ ଅଗ୍ରଓ୍ବାଲ(୩୩୭ ରନ) ପଞ୍ଜାବ ଦଳର। ମାତ୍ର ଏହି ଦଳ ପଏଣ୍ଟ ଟେବୁଲର ନିମ୍ନରେ ରହି ଉପରକୁ ଉଠିବାକୁ ସଂଘର୍ଷ କରୁଛି। ମହମ୍ମଦ ସାମି ଓ ରବି ବିଷ୍ଣୋଇଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ପ୍ରଭାବୀ ହୋଇପାରି ନାହାନ୍ତି। ଅନେକ ପରୀକ୍ଷା ନିରୀକ୍ଷା ହୋଇ ସାରିଥିଲେ ହେଁ ଦଳର ସନ୍ତୁଳନ ଏପର୍ଯ୍ୟନ୍ତ ସଜଡ଼ା ଯାଇପାରିନାହିଁ।
ଆର୍‌ସିବି ଏବେ ମଜଭୁତ ସ୍ଥିତିରେ ରହିଛି। ଗତ କିଛିବର୍ଷର ପ୍ରଦର୍ଶନକୁ ଦେଖିଲେ ଏଥର ବୋଲିଂ ବିଭାଗକୁ ନେଇ ଥିବା ଚିନ୍ତା ଦୂର ହୋଇଥିବା ପରିଲକ୍ଷିତ ହୋଇଛି। ଦୁଇ ସ୍ପିନର ଓ୍ବାଶିଂଟନ ସୁନ୍ଦର ଓ ୟୁଜବେନ୍ଦ୍ର ଚହଲ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଆହତ ସମସ୍ୟାରୁ ମୁକୁଳି କ୍ରିସ୍‌ ମୋରିସ ଦଳରେ ଯୋଗଦେବାପରେ ପେସ୍‌ ବିଭାଗ ମଧ୍ୟ ଶାଣିତ ହୋଇଛି। ଆରସିବି ଗତ ମ୍ୟାଚରେ ଏହି ଗ୍ରାଉଣ୍ଡରେ କୋଲକାତାକୁ ଭେଟିଥିଲା। ତେଣୁ ମ୍ୟାଚ ଆଗେଇବା ସହିତ ଗ୍ରାଉଣ୍ଡ କଣ୍ଡିଶନରେ କିପରି ପରିବର୍ତ୍ତନ ହେଉଛି ତାହା ଦଳକୁ ଭଲଭାବେ ଜଣାଅଛି। କୋଲକାତା ବିପକ୍ଷରେ ଆରୋନ ଫିଞ୍ଚ୍‌ ଭଲ ବ୍ୟାଟିଂ କରିଥିବାରୁ ତାଙ୍କ ସହ ଦେବଦତ୍ତ ପଡିକାଲ, ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲର୍ସଙ୍କୁ ନେଇ ଗଠିତ ଆରସିବିର ଟପ୍‌ ଅର୍ଡର ଯେ କୌଣସି ଦଳପାଇଁ ଚିନ୍ତାର କାରଣ ହୋଇପାରନ୍ତି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(ଅଧିନାୟକ), ଏବି ଡି’ଭିଲର୍ସ, ଗୁରକୀରଟ ମାନ, ଦେବଦତ୍ତ ପଡିକଲ, ଆରୋନ ଫିଞ୍ଚ୍‌, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଉମେଶ ଯାଦବ, ନବଦୀପ ସଇନୀ, ଡେଲ ଷ୍ଟେଇନ୍‌, ଇସୁରୁ ଉଡାନ, ମୋଇନ ଅଲୀ, ପଓ୍ବନ ନେଗୀ, ଶିବମ୍‌ ଦୁବେ, ଓ୍ବାଶିଂଟନ ସୁନ୍ଦର, କ୍ରିସ୍‌ ମୋରିସ, ପବନ ଦେଶପାଣ୍ଡେ, ପାର୍ଥିବ ପଟେଲ, ଜୋଶୁଆ ଫିଲିପ୍‌, ଶାହାବାଜ ଅହମଦ, ଆଡାମ ଜାମ୍ପା।
କିଙ୍ଗ୍ସ ଇଲେଭେନ ପଞ୍ଜାବ: ଲୋକେଶ ରାହୁଲ(ଅଧିନାୟକ), କ୍ରିସ୍‌ ଗେଲ୍‌, ମୟଙ୍କ ଅଗ୍ରଓ୍ବାଲ, କରୁଣ ନାୟାର, ସର୍ଫରାଜ ଖାଁ, ମନଦୀପ ସିଂ, ଶେଲଡନ କୋଟ୍ରେଲ, ଇଶାନ ପୋରେଲ, ରବି ବିଷ୍ଣୋଇ, ମହମ୍ମଦ ସାମି, ମୁଜିବୁର ରହମନ, ଅର୍ଶଦୀପ ସିଂ, ହର୍ଡୁସ ଭିଲଜନ, ମୁରୁଗାନ ଅଶ୍ୱିନ, ଜଗଦୀଶ ସୁଚିଥ, ହରପ୍ରୀତ ବ୍ରାର, ଦର୍ଶନ ନଲକନ୍ଦେ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜେମ୍ସ ନୀଶାମ, କ୍ରିସ୍‌ ଜୋର୍ଡାନ, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଦା, ତାଜିନ୍ଦର ସିଂ ଧିଲୋନ, କିକୋଲାସ ପୁରନ, ପ୍ରଭସିମରନ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri