ଗୋଟିଏ ବଲ୍‌ରେ ୨ଥର ଆଉଟ୍‌ ହେଲେ ଏହି ବ୍ୟାଟ୍ସମ୍ୟାନ; ଦେଖନ୍ତୁ ଭିଡିଓ

ଦୁବାଇ, ୧୪।୧୦: ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ସିଜନର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ମାତ୍‌ ଦେଇଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୬ ଉଇକେଟ୍‌ରେ ୧୬୭ ରନ କରିଥିଲା। ଜବାବରେ ହାଇଦ୍ରାବାଦ୍‌ ୮ ଉଇକେଟ୍‌ରେ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସିଏସ୍‌କେ ଏହି ମ୍ୟାଚ୍‌କୁ ୨୦ ରନରେ ଜିତି ନେଇଥିଲା।

https://twitter.com/ryandesa_07/status/1316082816782802945
ମ୍ୟାଚ୍‌ରେ ହାଇଦ୍ରାବାଦ୍‌ର ଷ୍ଟାର୍‌ ସ୍ପିନର ରଶିଦ୍‌ ଖାନ୍‌ ୮ ବଲରେ ୧୪ ରନ କରିଥିଲେ। ତେବେ ସେ ବହୁତ ମଜାଦାର ଭାବରେ ଆଉଟ୍‌ ହୋଇଥିଲେ। ବିଜୟ ପାଇଁ ହାଇଦ୍ରାବାଦ୍‌କୁ ୭ ବଲରୁ ୨୨ ରନ ଆବଶ୍ୟକ ହେଉଥିଲା। ଏହି ସମୟରେ ଷ୍ଟ୍ରାଇକରେ ରଶିଦ୍‌ ବ୍ୟାଟିଂ କରୁଥିବାବେଳେ ଶାର୍ଦ୍ଦୁଳ ଠାକୁର ବୋଲିଂ କରୁଥିଲେ। ଶାର୍ଦ୍ଦୁଳଙ୍କ ବଲ୍‌କୁ ରଶିଦ୍‌ ବ୍ୟାକ୍‌ଫୁଟ୍‌ରେ ଯାଇ ଲଙ୍ଗଅନ୍‌ରେ ମାରିଥିଲେ। ତେବେ ବ୍ୟାକ୍‌ଫୁଟ୍‌ରେ ଶଟ୍‌ ମାରିବାବେଳେ ରଶିଦ୍‌ଙ୍କ ପାଦ ଷ୍ଟମ୍ପ୍‌ରେ ବାଜି ବେଲ୍‌ ଖସିପଡ଼ିଥିଲା। ଫଳରେ ସେ ହିଟ୍‌ ଉଇକେଟ୍‌ ହୋଇ ଆଉଟ୍‌ ହୋଇଥିଲେ। ଅପରପକ୍ଷରେ ଲଙ୍ଗଅନ୍‌ରେ ରଶିଦ୍‌ଙ୍କ ଏହି ଶଟ୍‌କୁ ଦୀପକ ଚହର କ୍ୟାଚ୍‌ କରିନେଇଥିଲେ। ଫଳରେ ସେ ଗୋଟିଏ ବଲ୍‌ରେ ହିଟ୍‌ ଉଇକେଟ୍‌ ଓ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri