Posted inଖେଳ

ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ

ନର୍‌ବର୍ଗ (ଜର୍ମାନୀ),୧୨ା୧୦:ମର୍ସିଡିଜ୍‌ର ଲୁଇସ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଇଫେଲ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲା ଓ୍ବାନ୍‌ରେ ସବୁଠାରୁ ଅଧିକ ରେସ୍‌ ଜିତି ମାଇକେଲ ସୁମାକର କରିଥିବା ରେକର୍ଡର ସେ ସମକକ୍ଷ ହୋଇ ପାରିଛନ୍ତି। ଇଫେଲ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରିରେ ହାମିଲଟନ ତାଙ୍କ କ୍ୟାରିୟରର ୯୧ତମ ବିଜୟ ହାସଲ କରିଛନ୍ତି। ଚାମ୍ପିୟନଶିପ୍‌ ଟେବୁଲ୍‌ର ପ୍ରଥମ ସ୍ଥାନରେ ସେ ତାଙ୍କ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍‌ମେଟ୍‌ ଭାଲଟୋରୀ ବୋଟାସଙ୍କଠାରୁ ପଏଣ୍ଟ ବ୍ୟବଧାନ ୬୯କୁ ବୃଦ୍ଧି କରିପାରିଛନ୍ତି। ରେସ୍‌ ବେଳେ କାର୍‌ରେ ସମସ୍ୟା ଦେଖାଦେବାରୁ ଫିନ୍‌ଲାଣ୍ଡ ଡ୍ରାଇଭର ବୋଟାସ୍‌ ରେସ୍‌ ଅଧାରୁ ଓହରିଯାଇଥିଲେ। ତେବେ ସେ ପର୍ଯ୍ୟନ୍ତ ହାମିଲଟନଙ୍କୁ କଡ଼ା ଟକ୍କର ଦେଇ ଆସୁଥିଲେ। ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ରେନଲ୍ଟର ଡାନିଏଲ ରିକାର୍ଡୋ ତୃତୀୟ ହୋଇଥିଲେ। ୨୦୧୬ରେ ଜଣେ କନଷ୍ଟ୍ରକ୍ଟର ଭାବେ ଫର୍ମୁଲାଓ୍ବାନକୁ ପ୍ରତ୍ୟାବର୍ତ୍ତନ କରିବା ପରେ ରିକାର୍ଡୋ ରେନଲ୍ଟକୁ ପ୍ରଥମ ପୋଡିୟମ ଫିନିସ୍‌ କରାଇଛନ୍ତି। ହାମିଲଟନ ଯଦି ଚଳିତ ବର୍ଷର ଅବଶିଷ୍ଟ ୬ଟି ରେସ୍‌ ମଧ୍ୟରୁ ତିନୋଟିରେ ବିଜୟ ହାସଲ କରନ୍ତି ତେବେ ୭ମ ଥର ବିଶ୍ୱ ଟାଇଟଲ ହାସଲ କରିବେ। ସୁମାକରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଅନ୍ୟ ଏକ ରେକର୍ଡର ସେ ସମକକ୍ଷ ହୋଇ ପାରିବେ। ରବିବାର ରେସ୍‌ରେ ୪ର୍ଥରୁ ୧୦ମ ସ୍ଥାନ ପର୍ଯ୍ୟନ୍ତ ଯଥାକ୍ରମେ ରହିଥିଲେ ସର୍ଗିଓ ପେରେଜ୍‌ (ରେସିଂ ପଏଣ୍ଟ), କାର୍ଲୋସ ସେଞ୍ଜ ଜୁନିୟର(ମ୍ୟାକ୍‌ଲରେନ), ପିଏରେ ଗାସ୍‌ଲି(ଆଲ୍‌ଫା ତାଉରି), ଚାଲର୍‌ସ ଲେକ୍‌ରେକ୍‌ (ଫେରାରି), ନିକୋ ହକେନ୍‌ବର୍ଗ (ରେସିଂ ପଏଣ୍ଟ), ରୋମେନ୍‌ ଗ୍ରୋସ୍‌ଜେଁ (ହାସ୍‌) ଓ ଆଣ୍ଟୋନିଓ ଗ୍ଲୋଭିଆଞ୍ଜି (ଆଲ୍‌ଫା ରୋମିଓ)।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri