ବିଫଳ ହେଉଛି ପ୍ରମୁଖ ଆର୍ଥତ୍କ ସଂସ୍କାର;୧୯୯୧ ଭଳି ମ୍ୟାଜିକ ନୀତିର ଆବଶ୍ୟକତା

ନୂଆଦିଲ୍ଲୀ: ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବାରେ ସରକାରଙ୍କ ପ୍ରମୁଖ ଆର୍ଥତ୍କ ସଂସ୍କାର ବିଫଳ ହେଉଥିବା ଅର୍ଥ ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିକୁ ସମ୍ଭାଳିବାକୁ ଆର୍ଥତ୍କ ଯୋଜନା ସକ୍ଷମ ହେଉ ନ ଥିବାରୁ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି। ଖରାପ ସ୍ଥିତି ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥା ଲାଗି କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି କମିଟି ନିଯୁକ୍ତି ଦେବା ଲାଗି ସରକାର ଏବେ ଯାଏ ସକ୍ଷମ ହେଲେ ନାହିଁ। ଏ କ୍ଷେତ୍ରରେ ସରକାରଙ୍କ ଆର୍ଥତ୍କ ଦୃଷ୍ଟିକୋଣ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି), ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍‌ରେ ରହିଥିବା ସମସ୍ୟା ଯୋଗୁ ଅର୍ଥ ବ୍ୟବସ୍ଥାକୁ ବିଶେଷ ଏହାର ଲାଭ ମିଳିପାରୁନାହିଁ। ସେହିଭଳି ମୁଦ୍ରାନୀତି କମିଟି ବୈଠକ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ରହିବା ଯୋଗୁ ଏହାର ପ୍ରଭାବ ବଜାର ଉପରେ ରହିଛି।
ଜିଏସ୍‌ଟି ବ୍ୟବସ୍ଥାରେ ରାଜ୍ୟଗୁଡିକ ବର୍ତ୍ତମାନ ସହୁଥିବା ଟିକସ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ରର ଉତ୍ତରଦାୟିତ୍ୱ ରହିଛି। ହେଲେ କେନ୍ଦ୍ର ନିଜ ଦାୟିତ୍ୱଠାରୁ ହଟିଯିବାରୁ ଏବେ କ୍ଷତିପୂରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଦେବାଳିଆ ଆଇନରେ କାର୍ଯ୍ୟାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଫଳରେ ଏନ୍‌ପିଏ ସମସ୍ୟା ଦେଇ ଗତି କରୁଥିବା ବ୍ୟାଙ୍କଗୁଡିକ ନିକଟକୁ ଅର୍ଥ ଫେରି ଆସିବା କ୍ଷେତ୍ରରେ ବିଳମ୍ବ ଦେଖାଯାଉଛି। ବ୍ୟାଙ୍କଗୁଡିକ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ଦେବାଳିଆ ଆଇନ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯିବା ଫଳରେ ଋଣ ଖିଲାପ କରିଥିବା କମ୍ପାନୀଗୁଡିକ ନିକଟରେ ବ୍ୟାଙ୍କ ଅର୍ଥ ଫସି ରହିଛି। ଏହାକୁ ଆଦାୟ କରିବା ଲାଗି ବ୍ୟାଙ୍କ ଆଗଭର ହୋଇ ପାରିବେ ନାହିଁ। ସେହିଭଳି ଆର୍ଥତ୍କ ସହାୟତା ଆଶାରେ ରହିଥିବା ଅର୍ଥ ବ୍ୟବସ୍ଥା ଲାଗି ମୁଦ୍ରା ନୀତି କମିଟି ବୈଠକରେ ହେଉଥିବା ନିଷ୍ପତ୍ତି ଅନେକ ଗୁରୁତ୍ୱ ବହନ କରେ। ମାତ୍ର ସରକାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କମିଟି ବୈଠକ ଠିକ୍‌ ସମୟରେ ହୋଇ ପାରିଲା ନାହିଁ।
ବର୍ତ୍ତମାନର କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ଲାଗି କାମ ଦେଲା ଭଳି ଆର୍ଥତ୍କ ସଂସ୍କାରର ଆବଶ୍ୟକତା ରହିଥିବା ଅହମଦାବାଦ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଏବଂ ପବ୍ଲିକ ପଲିସି ବିଭାଗର ପ୍ରଫେସର ଅନ୍‌ମୋଲ ଅଗ୍ରଓ୍ବାଲ ମତ ପ୍ରକାଶ କରିଛନ୍ତି। ସଂସ୍କାର ଦ୍ୱାରା ନିବେଶକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇଥିବା ସରକାର ଯୁକ୍ତି ବାଢ଼ନ୍ତି। ହେଲେ ଦେଶର ଜିଡିପି ଅଭିବୃଦ୍ଧି ୮%ରୁ ହ୍ରାସ ପାଇ ଗତ ତ୍ରୈମାସରେ -୨୩.୯%କୁ ଖସିଛି। କରୋନା ଦ୍ୱାରା ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥା ମଧ୍ୟ ଏତେ ମାତ୍ରାରେ ଜିଡିପି ହ୍ରାସର ସମ୍ମୁଖୀନ ହୋଇନାହାନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ପ୍ରାୟ ୧୫% ହ୍ରାସ ହେବା ନେଇ ଗୋଲ୍ଡ ମ୍ୟାନେ ସ୍ୟାଚ୍‌ ଗ୍ରୁପ୍‌ ପୂର୍ବାନୁମାନ କରିଛି। କୃଷିକ୍ଷେତ୍ରରେ ସଂସ୍କାର କଥା ସରକାର କରୁଛନ୍ତି। ଏପଟେ ଶ୍ରମ ଆଇନରେ ହୋଇଥିବା ସଂଶୋଧନ ନିବେଶର ଏକ ବଡ ବାଟ ଖୋଲିବ ବୋଲି ଯୁକ୍ତିରେ ଦର୍ଶାଇଛନ୍ତି। ମାତ୍ର ଶ୍ରମ ଆଇନ ଏବଂ କୃଷି ଆଇନକୁ ବର୍ତ୍ତମାନ ସାରା ଦେଶରେ ବିରୋଧ ଦେଖିବାକୁ ମିଳିଛି। ଯଦି ସରକାର ଲୋକଙ୍କ ଭଲ ପାଇଁ ଏସବୁ କରୁଛନ୍ତି ତେବେ ଲୋକ ଏହାକୁ କାହିଁକି ବିରୋଧ କରୁଛନ୍ତି ବୋଲି ବଜାର ବିଶେଷଜ୍ଞ କହୁଛନ୍ତି। ସେହିଭଳି ସରକାର ଏକଚାଟିଆ ଭାବେ ସବୁକିଛି କରି ନେଉଥିବା ଅଭିଯୋଗ ଆସୁଛି। ଫଳରେ ଏହାର କୁପ୍ରଭାବ ଅର୍ଥ ବ୍ୟବସ୍ଥାକୁ ସହିବାକୁ ପଡୁଥିବା ଅନ୍ୟ କେତେଜଣ ବିଶେଷଜ୍ଞ କୁହନ୍ତି। ବିମୁଦ୍ରୀକରଣ, ଜିଏସ୍‌ଟି ସମେତ ଅନ୍ୟ କିଛି ସଂସ୍କାରକୁ ବିଶେଷଜ୍ଞ ଉଦାହରଣ ଭାବେ ନିଅନ୍ତି।
ବିମୁଦ୍ରୀକରଣ ଦ୍ୱାରା କଳାଟଙ୍କା ଉପରେ ମାଡ଼ କରିବା ସହ ଅର୍ଥ ବ୍ୟବସ୍ଥାକୁ ଲାଭ ମିଳିବ ବୋଲି ସରକାର କହିଥିଲେ। ଏହାଦ୍ୱାରା କ’ଣ ଲାଭ ମିଳିଲା କାହାକୁ ଜଣାନାହିଁ । ମାତ୍ର ଅର୍ଥ ବ୍ୟବସ୍ଥା ଉପରେ ଏକ ବୃହତ୍‌ ଚଡକ ପଡିଲା; ଯାହାକୁ ସରକାର ଆଜି ଯାଏ ମାନୁନାହାନ୍ତି ବୋଲି ବିଶ୍ୱର ଜଣାଶୁଣା ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି। ଏହା ମଧ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ, ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ରହିଛନ୍ତି। ଅପରପକ୍ଷରେ ଜିଏସ୍‌ଟି ଭଳି ଏକ ଦେଶ ଏକ ଟିକସ ଲାଗୁ କରାଇବା ଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ଲାଭବାନ ହେବେ ବୋଲି ଏହାକୁ କାର୍ଯ୍ୟକାରୀ କରାଗଲା। ୩ ବର୍ଷ ବିତିଯାଇଥିଲେ ମଧ୍ୟ ଜିଏସ୍‌ଟି ଠିକ୍‌ ଭାବେ ଲାଗୁ ହୋଇପାରିନାହିଁ। ଏହାକୁ ସରକାର ତରବରିଆ ଭାବେ ଲାଗୁ କରିଥିଲେ ମଧ୍ୟ ଏବେ ଯାଏ ଏହାର ତ୍ରୁଟିବିଚ୍ୟୁତି ହେଉଥିବାରୁ ଟିକସ ସଂଗ୍ରହ ଉନ୍ନତି ଆସିପାରିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, କ୍ଷତିପୂରଣ ରାଶି କେନ୍ଦ୍ର ପ୍ରଦାନ କରିବାରେ ନିୟମ ରହିଥିଲେ ମଧ୍ୟ ଏହାକୁ କେନ୍ଦ୍ର ଆଳ ଦେଖାଇ ରାଜ୍ୟଗୁଡିକୁ ନିରାଶ କରିଛି। କେନ୍ଦ୍ରର ଯୁକ୍ତି ହେଲା ରାଜସ୍ବ କ୍ଷତି ହେଲେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କେନ୍ଦ୍ର ବାଧ୍ୟ ନୁହେଁ। ଏହାକୁ ରାଜ୍ୟଗୁଡିକ ମାନିବାକୁ ପ୍ରସ୍ତୁତ ନୁହନ୍ତି। କାରଣ ଜିଏସ୍‌ଟି ଲାଗୁ ହେବା ପରେ ସ୍ଥାନୀୟ ସ୍ତରରେ ଲାଗୁ ହେଉଥିବା ପ୍ରାୟ ୧୨ ଊର୍ଦ୍ଧ୍ୱ ଟିକସ ଜିଏସ୍‌ଟି ପରିସରକୁ ଚାଲିଗଲା। ରାଜ୍ୟଗୁଡିକ ଏଭଳି ଟିକସ ଲାଗୁକରି କିଛି ଟିକସ ପାଉଥିଲେ। ମାତ୍ର ଜିଏସ୍‌ଟି ପରେ କେନ୍ଦ୍ରର ମନମାନି ଦେଖିବାକୁ ମିଳୁଛି ବୋଲି ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଅଭିଯୋଗ କରୁଛନ୍ତି। କେନ୍ଦ୍ର କିଭଳି ନିଜ ନୈତିକ ଦାୟିତ୍ୱଠାରୁ ହଟିଯାଉଛି, ଯାହା ଆର୍ଥତ୍କ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା କୁହାଯାଏ। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବାକୁ ପୁଣି ଥରେ ୧୯୯୧ ଭଳି ମ୍ୟାଜିକ ଆର୍ଥତ୍କ ନୀତିର ଆବଶ୍ୟକତା ରହିଛି ବୋଲି ଆଉ କେତେଜଣ ଅର୍ଥ ବିଶେଷଜ୍ଞ ମତ ପ୍ରକାଶ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri