Posted inଫୁରସତ

ଆମକୁ ଭୂତ ଦେଖାଉଥିବା ଗୁରୁଦେବ

ଆଜି ଗୁରୁଦିବସ। ମନେ ପଡୁଛନ୍ତି ମୋର ଅନେକ ଅନେକ ନମସ୍ୟ ଗୁରୁଜୀ ଏବଂ ଗୁରୁମା। ସେମାନଙ୍କ ମଧ୍ୟରୁ ଯାହାଙ୍କ ସହିତ ମୁଁ ଅତି ନିବିଡ଼ଭାବେ ଜଡ଼ିତ ସେମାନେ ହେଲେ ନିଜ ଗାଁ ଯମପଡ଼ା (କେନ୍ଦ୍ରାପଡ଼ା) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବଡ଼ ମାଷ୍ଟ୍ରେ କୃଷ୍ଣଚନ୍ଦ୍ର ବେଉରା, ରେଭେନ୍‌ଶା ମହାବିଦ୍ୟାଳୟର ପ୍ରଫେସର ମହେନ୍ଦ୍ର ରାଉତ ଏବଂ ମୋ ଗବେଷଣାର ଦିଗ୍‌ଦର୍ଶକ ପ୍ରଫେସର ଜ୍ଞାନେନ୍ଦ୍ର ନାଥ ମିତ୍ର (କୃଷି ବିଶ୍ୱବିଦ୍ୟାଳୟ)। ଏ ସମସ୍ତେ ଏବେ ସ୍ବର୍ଗବାସୀ। ତେବେ ଯାହାଙ୍କର ଆଶୀର୍ବାଦର ହାତ ଏବେ ବି ମୋ ମୁଣ୍ଡ ଉପରେ ରହିଛି ଏବଂ ମୋର ସବୁଠାରୁ ଆତ୍ମୀୟ ହୋଇପାରିଥିବା ଗୁରୁ ହେଲେ ଆମ ଗ୍ରାମ ପାଖ କରିଲୋପାଟଣାର ଜୟରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଶତପଥୀ (ଶତପଥୀଙ୍କ ଜନ୍ମ ୧୯୩୫ ମସିହା ସେପ୍ଟେମ୍ବର ୧୮ ତାରିଖ କେନ୍ଦ୍ରାପଡ଼ା ଜିଲାର ନରହରିପୁର ଗ୍ରାମରେ, ପିତା-ଗୋପୀନାଥ ଏବଂ ମା-ଇନ୍ଦୁମତୀ)। ତାଙ୍କ ଆତ୍ମଜୀବନୀ ‘କଣ୍ଟାବାଡ଼ର ଜୀବନ’ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷାପ୍ରେମୀ ତଥା ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ମାର୍ଗଦର୍ଶକ ଗ୍ରନ୍ଥ। ଏବେ ମଧ୍ୟ ତାଙ୍କ ପରି ଚିରନମସ୍ୟ ଗୁରୁ ମନେ ପଡୁଛନ୍ତି । କାରଣ ତାଙ୍କୁ ନେଇ ରହିଛି ଏକ ଅଭୁଲା କାହାଣୀ। ସେତେବେଳେ (୧୯୬୦ ମସିହା) ମୁଁ ପଢ଼ୁଥାଏ ନବମ ଶ୍ରେଣୀରେ। ସ୍କୁଲକୁ ଲାଗିଥିବା ହଷ୍ଟେଲରେ ଅଳ୍ପ କିଛି ଛାତ୍ରବନ୍ଧୁଙ୍କ ସହିତ ରହୁଥାଏ । ଆମ ରୋଷେୟା ନନା ଥିଲେ ଜଣେ ମଧ୍ୟବୟସ୍କ ଲୋକ। ଦିନେ ସେ ଆମକୁ କହିଥିଲେ,‘ଆମ ସ୍କୁଲ ଘରେ ଜଣେ ବୟସ୍କ ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ସେ କଠଉ ପିନ୍ଧୁଥିଲେ। ଏବେ ରାତି ହେଲେ ତାଙ୍କ ଭୂତ(ପ୍ରେତାତ୍ମା) ବାରଣ୍ଡାରେ ଯା’ଆସ କରୁଛି। ଏଣୁ କଠଉର ଠକ୍‌ ଠକ୍‌ ଶବ୍ଦ ଶୁଣି ହେଉଛି।’ ସେ ସମୟରେ ସମସ୍ତଙ୍କର ଭୂତପ୍ରେତ ପ୍ରତି ଭାରି ଭୟ ଥିଲା। ଏଣୁ ସେଦିନ ରାତିରେ ଆମେ ନନାଙ୍କ ସହିତ ହଷ୍ଟେଲରେ ବାହାରକୁ ଆସି କାନପାତି ବସିଲୁ ଏବଂ ସେ ଶବ୍ଦ ମଧ୍ୟ ଶୁଣିଲୁ। ତା’ପରଠାରୁ ରାତି ହେଲେ ଆମେ କ୍ୱଚିତ୍‌ ପଦାକୁ ବାହାରୁଥିଲୁ। ଏହାର କିଛି ମାସ ଆଗରୁ ଶତପଥୀ ସାର୍‌ ଆମ ସ୍କୁଲରେ ଯୋଗ ଦେଇଥାନ୍ତି ପ୍ରଧାନ ଶିକ୍ଷକ ରୂପେ। ଛାତ୍ରୀଛାତ୍ରଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କକୁ ସେ ଭଲ ପାଉଥିଲେ। ସେଥିପାଇଁ ଆମେ ତାଙ୍କ ସହିତ ସହଜରେ ମିଶି ପାରୁଥିଲୁ। ଥରେ ସ୍କୁଲରେ ଭୂତ ଥିବାରୁ ଆମେ କିପରି ଡରିମରି ଅଛୁ ସେକଥା ତାଙ୍କ କାନକୁ ଗଲା। ସେ ଦିନ ରାତି ପ୍ରାୟ ୧୧ଟା ହେବ। ଆମ ହଷ୍ଟେଲ କବାଟ ଠକ୍‌ ଠକ୍‌ ହେଲା। ଭାବିଲୁ ଭୂତ ଆସିଛି। ସେଥିପାଇଁ ଚୁପ୍‌ ରହିଲୁ। ହେଲେ କିଛି ସମୟ ପରେ ଶତପଥୀ ସାର୍‌ଙ୍କ ସ୍ବର ଶୁଭିଲା। ଫଳରେ ଆମ ଡର ଭାଙ୍ଗିଲା ଏବଂ ଆମେ କବାଟ ଖୋଲିଲୁ।
ସେ ହାତରେ ଧରିଥିବା ଲଣ୍ଠନଟିକୁ ଉପରକୁ ଟେକି କହିଲେ, ‘ଶୁଣି ପାରୁଛ ତ ଭୂତର କଠଉ ଶବ୍ଦ।’ ଆମେ ସବୁ ହଁ ମାରିଲୁ। ସେ ପୁଣି କହିଲେ-ଚାଲ ଦେଖିବା ଭୂତଟା କେମିତିକା।
ଏକଥା ଶୁଣି ଆମ ପିଳେହି ପାଣି। ତଥାପି ଡରିମରି ତାଙ୍କ ପଛେ ପଛେ ଚାଲିଲୁ। ତା’ପରେ ସେ ସିଧା ଗଲେ ସ୍କୁଲର ଅଫିସ ପାଖକୁ। ଚାବିରେ ଦରଜା ଖୋଲି କହିଲେ- ଏଇ ଦେଖ ସେ ଭୂତଟା କିପରି କାନ୍ଥରେ ଲଟକିଛି।
ଆମେ ଆଶ୍ଚର୍ଯ୍ୟ ହୋଇ ଚାହିଁଲୁ। ଦେଖିଲୁ ପେଣ୍ଡୁଲମ୍‌ ଲଗା ୱାଲ୍‌ କ୍ଲକ୍‌(କାନ୍ଥଘଣ୍ଟା)ଟା ଟିକ୍‌ ଟିକ୍‌ ଶବ୍ଦ କରି ଚାଲିଛି। ତା’ ପରେ ସେ ହସିଲେ ଖୁବ୍‌ ଜୋରରେ ଏବଂ କହିଲେ- ବୁଝିଲ ପିଲାଏ, ‘ଭୂତ ଫୁତ ବୋଲି କିଛି ନାହିଁ।’ ଏହାପରେ ଆମ ଭୂତ ଡର ପୂରା ଛାଡ଼ି ନ ଥିଲେ ବି ତାହା ବେଶ୍‌ କମିଗଲା। ଆଜିର ଏ ଗୁରୁଦିବସରେ ମୁଁ ତାଙ୍କୁ ମୋର ଶତକୋଟି ପ୍ରଣାମ ଜଣାଉଛି।

-ପ୍ର.ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪-୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ- ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri