ଭୁବନେଶ୍ୱର,୨ା୯(ବ୍ୟୁରୋ) : ଋଣ କରାଇ ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଘରୋଇ ବ୍ୟାଙ୍କ୍ କର୍ମଚାରୀ। ସେମାନେ ଜଣେ ବୈଜ୍ଞାନିକଙ୍କଠାରୁ ମଧ୍ୟ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଏୟାରପୋର୍ଟରେ ଥିବା ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଅଶୋକ କୁମାର ମଲ୍ଲିକ। ସେ ଏନେଇ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ଖୋଳତାଡ଼ ଆରମ୍ଭ କରିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବା ସହ ସମସ୍ତ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଅଶୋକ ଏୟାରଫିଲ୍ଡ ଥାନା ଭିମଟାଙ୍ଗୀ ଅଞ୍ଚଳରେ ପରିବାର ସହ ରୁହନ୍ତି। ୨୦୧୬ରେ ତାଙ୍କ ସ୍ତ୍ରୀ ପଡୋଶୀ ମହିଳାଙ୍କ ସହିତ ମିଶିି ଏସ୍ଏଚ୍ଜି ଗ୍ରୁପ୍ କରିଥିଲେ। ଏହି ଗ୍ରୁପ୍ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ୨୪ ପ୍ରତିଶତ ସୁଧରେ ୪ ଲକ୍ଷ ୧୯ ହଜାର ୫୭୩ ଟଙ୍କା ଲୋନ୍ ନେଇଥିଲେ। ଏହି ଲୋନ୍ ଟଙ୍କା ଅଶୋକଙ୍କ ଦରମା ଆକାଉଣ୍ଟରୁ କଟୁଥିଲା। ୨୦୧୮ରେ ଶହୀଦନଗର ଥିବା ଏକ ଘରୋଇ ବ୍ୟାଙ୍କ୍ର ଜଣେ କର୍ମଚାରୀ ଅଶୋକଙ୍କୁ ଭେଟି କମ୍ ସୁଧରେ ଲୋନ୍ କରାଇ ଦେବାକୁ କହିଥିଲେ। ଏପରି କି ତାଙ୍କ ବ୍ୟାଙ୍କ୍ରୁ ଅଢେଇ ଲକ୍ଷ ଟଙ୍କା ଲୋନ୍ ଉଠାଇ ପୂର୍ବ ଫାଇନାନ୍ସ ସଂସ୍ଥାକୁ ଶୁଝି ଦେବାକୁ କହିଥିଲେ। ଅଶୋକ ତାଙ୍କୁ ବିଶ୍ୱାସ କରି ନିଜର ଇଲେକ୍ଟ୍ରି ବିଲ, ଆଧାରକାର୍ଡ ସହ ସମସ୍ତ ଦସ୍ତଖତ ଦେଇଥିଲେ। ସମସ୍ତ କାଗଜପତ୍ର ନେବାପରେ ଉକ୍ତ ବ୍ୟକ୍ତିଜଣକ ଅଢେଇ ଲକ୍ଷ ଟଙ୍କାର ଏକ ଚେକ୍ ସଙ୍ଗେ ସଙ୍ଗେ ଧରାଇଥିଲେ। ଅଶୋକ ଲୋନ୍ ନେଇଥିବା ଅଢେଇ ଲକ୍ଷ ପାଇଁ ମାସକୁ ଇଏମ୍ଆଇ ୬ହଜାର ୬ଶହ ଟଙ୍କା ଦେବାକୁ ପଡୁଥିଲା। ୨୦୧୯ରେ ଉକ୍ତ ଘରୋଇ ବ୍ୟାଙ୍କ୍ର କୋଲକାତା ମୁଖ୍ୟ ଶାଖାରୁ ଅଶୋକଙ୍କୁ ଫୋନ୍ କଲ୍ ଆସିଥିଲା। ତାଙ୍କର ମାସିକ ଇଏମ୍ଆଇ ୧୭ ହଜାର ୫୫୦ ଟଙ୍କା ହୋଇଥିବାବେଳେ ୬ହଜାର ୬ଶହ ଟଙ୍କା ଜମା କରୁଥିବାରୁ ଲୋନ୍ ଡିଫଲ୍ଟ ହୋଇଥିବା କହିଥିଲେ। ଏହାଶୁଣି ଅଶୋକ ଶହୀଦନଗରସ୍ଥିତ ଉକ୍ତ ଘରୋଇ ବ୍ୟାଙ୍କ୍କୁ ଯାଇ ଯାଞ୍ଚ କରିବା ପରେ ତାଙ୍କ ନାମରେ ୮ଲକ୍ଷ ଟଙ୍କା ଲୋନ୍ ହୋଇଥିବା ଜାଣିବାକୁ ପାଇଲେ। ଉକ୍ତ ବ୍ୟାଙ୍କ୍ କର୍ମଚାରୀଜଣକ ଅଶୋକଙ୍କ ଅଜାଣତରେ ତାଙ୍କ ନାମରେ ୮ଲକ୍ଷ ଟଙ୍କା ଲୋନ୍ କରି ତାଙ୍କୁ ଅଢେଇ ଲକ୍ଷ ଟଙ୍କା ଦେଇ ବାକି ୫ ଲକ୍ଷରୁ ଅଧିକ ଟଙ୍କା ନିଜେ ହଡ଼ପ କରିନେଇଥିବା ଜଣାପଡିଛି।
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…
ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...
Archives


