ଆଇସୋଲେଶନର ଓ୍ବାର୍ଡରୁ ଫେରାର୍‌ ହେଲା କଏଦୀ

ରାମପୁର, ୩୧।୮: ଉତ୍ତର ପ୍ରଦେଶ ରାମପୁର ଜିଲାର କୋଭିଡ୍‌ ଆଇସୋଲେଶନ ସେଣ୍ଟରରୁ ଜଣେ କଏଦୀ ଫେରାର୍‌ ହୋଇଯାଇଛି। କିଛିଦିନ ତଳେ ଜେଲରେ ଥିବା କିଛି କଏଦୀଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ସେହି କଏଦୀମାନଙ୍କୁ ରାମପୁର ଜୋହର ବିଶ୍ୱବିଦ୍ୟାଳୟ ଆଇସୋଲେଶନ ସେଣ୍ଟରେ ଭର୍ତ୍ତି କରାଯାଇଥିଲା। ସୋମବାର ଏହି କଏଦୀମାନଙ୍କୁ ପୁନର୍ବାର ଜେଲ୍‌କୁ ପଠାଯାଉଥିଲା। କୋଭିଡ୍‌ ସେଣ୍ଟର ବାହାରେ କଏଦୀଙ୍କୁ ନେବା ପାଇଁ ଗାଡ଼ି ଠିଆ ହୋଇଥିଲା। କଏଦୀଙ୍କୁ ଜଣ ଜଣକରି ଗାଡ଼ିକୁ ନିଆଯାଉଥିଲା। ଏହି ସମୟରେ ଜଣେ କଏଦୀ କହିଥିଲା ଯେ, ଓ୍ବାର୍ଡରେ ତା‘ର କିଛି ଜିନିଷ ରହିଯାଇଛି। ଏହାପରେ ସେ ଭିତରକୁ ଯାଉ ଫେରାର୍‌ ହୋଇଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ କରାଯାଇଥିବା ଏହି ଆଇସୋଲେଶନ ଓ୍ବାର୍ଡଟି ଆକାରରେ ବହୁତ ବଡ଼। ଏଠାରେ ପୋଲିସ ବ୍ୟତୀତ ଅନ୍ୟକୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ତେଣୁ କଏଦୀଜଣଙ୍କ ଖସିଯିବାର ସୁଯୋଗ ପାଇଥିଲା ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପୋଲିସ ପକ୍ଷରୁ ଫେରାର୍‌ କଏଦୀକୁ ଧରିବା ପାଇଁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ଖରାପ ଖବର! କମ୍ପାନୀ ମାନିଲା ହୋଇପାରେ ବ୍ଲଡ କ୍ଲଟିଂ ଭଳି ସାଇଡ ଇଫେକ୍ଟ

ନୂଆଦିଲ୍ଲୀ,୩୦।୪: କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି। କୋର୍ଟରେ ଉପସ୍ଥାପିତ...

ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…

ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା...

ଜାନୁଆରୀରେ ପୁଣି ବଢିପାରେ କରୋନା ସଂକ୍ରମଣ, ଚାଇନାରେ ବଢୁଛି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା

ବେଜିଂ,୧୫।୧: ଚାଇନାର ହସ୍ପିଟାଲଗୁଡ଼ିକରେ ଜ୍ୱର କ୍ଲିନିକ ପରିଦର୍ଶନ କରୁଥିବା ରୋଗୀଙ୍କ ସଂଖ୍ୟା ନୂଆ ବର୍ଷ ପରଠାରୁ ହ୍ରାସ ପାଇଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାର...

ଡରାଇଲାଣି କରୋନାର ନୂଆ ଭାରିଏଣ୍ଟ ଜେଏନ.୧, ୧୦୦୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧: ସମଗ୍ର ଦେଶରେ କରୋନାଙ୍କର ବିପଦ ବଢିବାରେ ଲାଗିଛ। ନୂତନ ଭାରିଆଣ୍ଟ JN.1 ର ମାମଲା ବଢିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସମଗ୍ର...

ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ...

ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…

ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ...

ଛତୁ ଖାଇଲେ ହେବନି କରୋନା ସଂକ୍ରମଣ…

ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri