Posted inଖେଳ

ଧୋନୀଙ୍କୁ ଇମରାନଙ୍କ ସହ ତୁଳନା କଲେ ପାକିସ୍ତାନର ପୂର୍ବ ଅଧିନାୟକ: କହିଲେ ଏଭଳି କିଛି..

ନୂଆଦିଲ୍ଲୀ,୩୦।୮: ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଜଣାଇବା ପରେ କ୍ରିକେଟ ପ୍ରତି ଯୋଗଦାନ ନିମନ୍ତେ କୋଟି କୋଟି ଲୋକ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ରଶିଦ ଲାତିଫ୍‌ ଧୋନୀଙ୍କୁ କେବଳ ଭାରତର ନୁହେଁ, ବରଂ ପୁରା ଦୁନିଆର ଆଇକନ୍‌ ବୋଲି କହିଛନ୍ତି। ଏପରିକି ଧୋନୀ ଇମରାନ୍‌ ଖାନ୍‌ଙ୍କ ଭଳି ଲିଡର୍‌ ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ଯୋଗଦେବା ସମୟରେ ଲାତିଫ୍‌ ଧୋନୀଙ୍କ ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଧୋନୀଙ୍କୁ ଧୋନୀ କରିବା ପଛରେ ପ୍ରଥମ ଯୋଗଦାନ ମହମ୍ମଦ ଆଜାରୁଦ୍ଦିନଙ୍କ ରହିଛି। ସେ ଭାରତୀୟ କ୍ରିକେଟ ପାଇଁ ସୌରଭ ଗାଙ୍ଗୁଲୀଙ୍କ ଭଳି ହୀରା ଛାଡ଼ି ଯାଇଥିଲେ। ଏହାପରେ ଗାଙ୍ଗୁଲୀ ଧୋନୀଙ୍କୁ ଆଣି ଆସିଥିଲେ। ଏକଦା ଆମ ଟିମ୍‌ର ଜଣେ ଖେଳାଳି ମୋତେ ଫୋନ କରି ଭାରତୀୟ ଟିମ୍‌କୁ ଏପରି ଜଣେ ଖେଳାଳି ଆସିଛନ୍ତି ଯିଏ ସଚିନ ତେନ୍ଦୁଲକରଙ୍କୁ ଭୁଲାଇ ଦେବ ବୋଲି କହିଥିଲେ। ହେଲେ ତାହା ବିଶ୍ୱାସ କରିପାରି ନ ଥିଲି। ସେ ପ୍ରଥମ ଅଧିନାୟକ ଭାବେ ଟି-୨୦ ବିଶ୍ୱକପ୍‌, ଏକଦୀବସୀୟ ୫୦ ଓଭର ବିଶ୍ୱକପ୍‌ ଏବଂ ଚାମ୍ପିୟନ୍ସ ଟ୍ରଫି ଜିତିଥିଲେ। ଏପରି ଅନ୍ୟ କୌଣସି ଅଧିନାୟକ କରିନାହାନ୍ତି। ଆମ ପ୍ରଧାନମନ୍ତ୍ରୀ ଇମରାନ ନିଜର ଲିଡରସିପ୍‌ ପାଇଁ ଜଣାଶୁଣା। ସେ କଷ୍ଟ କରିବାକୁ ପ୍ରସ୍ତୁତ ଥାନ୍ତି। ସେ ନିଜର ଟିମ୍‌ରେ ନୂଆ ଖେଳାଳିଙ୍କୁ ସୁଯୋଗ ଦିଅନ୍ତି। ଧୋନୀଙ୍କୁ ବିଶ୍ୱର ସବୁ ଖେଳାଳି ଏବଂ ଅଧିନାୟକ ପ୍ରଶଂସା କରନ୍ତି। ଏଣୁ ଧୋନୀ କେବଳ ଭାରତର ନୁହେଁ ବରଂ ପୁରା ବିଶ୍ୱର ଆଇକନ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri