Posted inଭଦ୍ରକ

୪ବର୍ଷ ହେଲା ଚାଲିଛି ଜାଗା ଖୋଜା

ଭଦ୍ରକ ଅଫିସ, ୨ା୮-ଭଦ୍ରକ ଜିଲାରେ କ୍ରୀଡ଼ା କ୍ଷେତ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି। ଜିଲା ପ୍ରଶାସନ ଏନେଇ ଆବଶ୍ୟକ ତପତ୍ରତା ଦେଖାଉନାହିଁ। ସ୍ଥାନ ଅଭାବ ଆଳରେ ବାଟବଣା ହେଉଛି ଯୋଜନା। ଫଳରେ କ୍ରୀଡାବିତ୍‌ମାନେ ଉପେକ୍ଷିତ ହେଉଛନ୍ତି। ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ ଦୀର୍ଘ ୪ବର୍ଷ ଧରି ଚାଲିଛି ଜାଗା ଖୋଜା। କ୍ରୀଡାବିତ୍‌ମାନେ ନିଜ ଉଦ୍ୟମରେ ଯାହା ଅଭ୍ୟାସ କରି ରାଜ୍ୟସ୍ତରୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ଯାଉଛନ୍ତି। ହେଲେ ଜିଲା ତରଫରୁ କ୍ରୀଡ଼ାପ୍ରେମୀମାନଙ୍କୁ ଉପଯୁକ୍ତ ପଡ଼ିଆ କିମ୍ବା ଦୈନିକ ଅଭ୍ୟାସ ପାଇଁ କୌଣସି ଭିତ୍ତିଭୂମି ଯୋଗାଇବାରେ ଜିଲା ପ୍ରଶାସନ ବିଫଳ ହୋଇଛି।
ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ତରଫରୁ ଖେଲୋ ଇଣ୍ଡିଆ ସ୍କିମ୍‌ ଅଧୀନରେ ଜିଲା ମୁଖ୍ୟାଳୟରେ ଇଣ୍ଟିଗ୍ରେଟେଡ ସ୍ପୋଟର୍‌ସ କମ୍ପ୍ଲେକ୍ସ ସ୍ଥାନ ଚୟନ ପାଇଁ ପ୍ରଶାସନକୁ ୨୦୧୭ ଅକ୍ଟୋବରରୁ ଚିଠି ହେଲାଣି ହେଲେ ବର୍ତ୍ତମାନ ସୁଦ୍ଧା ସ୍ଥାନ ଚିହ୍ନଟ ହୋଇପାରିନାହିଁ। ପ୍ରାୟ ୧୫ଏକର ସରକାରୀ ଜାଗା ଥିବା ସ୍ଥାନରେ ଏହି କମ୍ପ୍ଲେକ୍ସ ନିର୍ମାଣ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ଭଦ୍ରକ ସହର କିମ୍ବା ୫ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଏହି କମ୍ପ୍ଲେକ୍ସ ପାଇଁ ସେବେଠୁ ଜାଗା ଖୋଜାଚାଲିଛି। ଜିଲା କ୍ରୀଡ଼ା ଅଧିକାରୀଙ୍କ ତରଫରୁ ଜିଲାପାଳଙ୍କ ଦସ୍ତଖତ କରାଯାଇ ଭଦ୍ରକ ତହସିଲଦାରଙ୍କୁ ତୁରନ୍ତ ଜାଗା ଚିହ୍ନଟ କରିବା ପାଇଁ ୨୦୧୭ ଅକ୍ଟୋବରରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ପୋଟ୍ସର୍ର୍ କମ୍ପ୍ଲେକ୍ସ ମଧ୍ୟରେ ସିନ୍ଥେଟିକ ଆଥ୍‌ଲେଟିକ ଟ୍ରାକ୍‌, ସିନ୍ଥେଟିକ ହକି କୋର୍ଟ, ଫୁଟବଲ କୋର୍ଟ, ସୁଇମିଂପୁଲ୍‌, ମଲ୍‌ଟିପରପୋଜ ଇନ୍‌ଡୋର ହଲ୍‌, ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଆବଶ୍ୟକ ଭିତ୍ତିଭୂମି ଥିଲା ଭଳି ଏହି କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଯଦି ୧୫ଏକର ଜାଗା ନ ମିଳେ ଅନ୍ତତଃପକ୍ଷେ ୨ଟି ସ୍ଥାନରେ ୭ଏକର ଲେଖାଏ ଜାଗା ଚିହ୍ନଟ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ା ହେଲେ କୌଣସି ସ୍ଥାନ ଚିହ୍ନଟ ହୋଇପାରିନାହିଁ ା ଭଦ୍ରକ ଜିଲାରେ କ୍ରୀଡ଼ା ଓ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଜିଲା ମୁଖ୍ୟାଳୟରେ କ୍ରୀଡ଼ାପ୍ରେମୀଙ୍କ ପାଇଁ ଜିଲା ପ୍ରଶାସନ ତରଫରୁ ଷ୍ଟାଡିୟମ ନାହିଁ। ଯଦିଓ ନେହେରୁ ଷ୍ଟାଡିୟମ ରହିଛି କିନ୍ତୁ ଜିଲା ସ୍କୁଲ ମାଲିକାନାରେ ଥିବାରୁ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇ ଭିତ୍ତିଭୂମିର ଉନ୍ନତି କରାଯାଇପାରୁନାହିଁ। ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି। ୩ରୁ ୪ମାସ ନେହେରୁ ଷ୍ଟାଡିୟମରେ ପାଣି ଜମି ରୁହେ। ଷ୍ଟାଡିୟମ୍‌କୁ ଲାଗି ନିର୍ମାଣାଧୀନ ଡ୍ରେନେଜ କାମ ଦୀର୍ଘ ୫ବର୍ଷ ହେଲା ସରୁନାହିଁ। ଫଳରେ ଦୀର୍ଘ ୫ବର୍ଷ ଧରି ଷ୍ଟାଡିୟମ୍‌ରେ ସ୍ବାଧୀନତା ଦିବସ ପାଳନ ହୋଇପାରୁନାହିଁ। କ୍ରୀଡ଼ା ଅଭ୍ୟାସରେ ସମସ୍ୟା ସହିତ ବର୍ଷରେ ଥରେ ସ୍ବାଧୀନତା ଦିବସ ମଧ୍ୟ ପାଳନ ହୋଇପାରେ ନାହିଁ। ଏଣୁ ଜିଲା ପ୍ରଶାସନ ବିଗତବର୍ଷ ଭଦ୍ରକ କଲେଜ ପଡିଆରେ ଜିଲାସ୍ତରୀୟ ପରେଡ ଆୟୋଜନ କରିଥିଲା। ମୁଖ୍ୟ କଥା ହେଲା ନେହେରୁ ଷ୍ଟାଡିୟମକୁ ପୁନରୁଦ୍ଧାର କରାଯାଉନାହିଁ କାହିଁକି ବୋଲି କ୍ରୀଡାବିତ୍‌ମାନେ ପ୍ରଶ୍ନ କରିଛନ୍ତି।  ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ କହିଛନ୍ତି ଯେ, ଏହି ଷ୍ଟାଡିୟମ ଜିଲା ସ୍କୁଲ ମାଲିକାନାରେ ଥିବାରୁ ଏହାର ପୁନରୁଦ୍ଧାର କରାଯାଇପାରୁନାହିଁ। ପ୍ରଶାସନିକ ସ୍ତରରେ ଆନ୍ତରିକତା ଓ ସମନ୍ବୟର ଅଭାବ କାରଣରୁ ଏହାର ପୁନରୁଦ୍ଧାର ହୋଇପାରୁ ନ ଥିବା କ୍ରୀଡ଼ାବିତ୍‌ ବିଜୟ ପାଣି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri