ମନିଲଣ୍ଡରିଂ ମାମଲା ରୁଜୁକଲା ଇଡି

ନୂଆଦିଲ୍ଲୀ,୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିହାର ପୋଲିସ ନିକଟରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି। ଆର୍ଥିକ ଅନିୟମିତତା ଯୋଗୁ ଚିନ୍ତିତ ସୁଶାନ୍ତ ଆତ୍ମହତ୍ୟା ରାସ୍ତା ବାଛିନେଇଥିବା ସନ୍ଦେହ କରାଯାଉଛି। ବିହାର ପୋଲିସଠାରୁ ଏଫ୍‌ଆଇଆର୍‌ କପି ମଗାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତର୍ଜମା ଆରମ୍ଭ କରିଛି। ରିଆ ଓ ତାଙ୍କ ପରିବାରଙ୍କ ବିରୋଧରେ ସୁଶାନ୍ତଙ୍କ ବାପା କେ. କେ. ସିଂ ସଙ୍ଗିନ ଅଭିଯୋଗ ଆଣିଥିଲେ। ରିଆ ନିଜ କ୍ୟାରିୟର ଲାଗି ସୁଶାନ୍ତଙ୍କୁ ବନ୍ଧୁକରି ଅର୍ଥ ହଡ଼ପ କରୁଥିବା ଅଭିଯୋଗ ହୋଇଥିଲା। ସୁଶାନ୍ତଙ୍କୁ ଆତ୍ମହତ୍ୟା ଲାଗି ଏମାନେ ବାଧ୍ୟ କରିଥିଲେ ବୋଲି ଏଫ୍‌ଆଇଆର୍‌ରେ ଦର୍ଶାଯାଇଥିଲା। ଏବେ ଇଡି ସୁଶାନ୍ତଙ୍କ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟର ତର୍ଜମା କରିବ। ତାଙ୍କ ଆୟ ଟଙ୍କା ମନିଲଣ୍ଡରିଂ କରାଯାଉଥିଲା କି ନାହିଁ ସେ ସମ୍ପର୍କରେ ବିଶେଷ ତଦନ୍ତ କରାଯିବ ବୋଲି ଇଡିର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ମୁମ୍ବାଇ ପୋଲିସ ସୁଶାନ୍ତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ଗୋଟିଏ ବି ଏତଲା ରୁଜୁ କରିନାହିଁ। ସୁଶାନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ ଆଣିଛନ୍ତି। ସୁଶାନ୍ତଙ୍କ ବେକରେ କୌଣସି ଚିହ୍ନ ନ ଥିବା କହିଛନ୍ତି। ଏହାର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ସୁଶାନ୍ତଙ୍କ ପୂର୍ବତନ ବାନ୍ଧବୀ ଅଙ୍କିତା ଲୋଖଣ୍ଡେଙ୍କୁ ବିହାର ପୋଲିସ ଶୁକ୍ରବାର ଜେରା କରିଛି। ମୁମ୍ବାଇରେ ଥିବା ବିହାର ପୋଲିସ ଟିମ୍‌ ଅଙ୍କିତାଙ୍କ ଘରକୁ ଯାଇ ତାଙ୍କ ବୟାନ ରେକର୍ଡ କରିଛନ୍ତି। ରିଆ ଓ ତାଙ୍କ ସହଯୋଗୀମାନେ ମାନସିକ ନିର୍ଯାତନା ଦେଉଥିବା ସୁଶାନ୍ତ କହିଥିବା ଅଙ୍କିତା ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ଦାବିରେ ବିହାରର ସମସ୍ତ ରାଜନୈତିକ ଦଳ ଏକ ହୋଇଛନ୍ତି। ରିଆଙ୍କ ଆବେଦନ ପରେ ବିହାର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ କୋଭିଏଟ୍‌ ମଧ୍ୟ ଦାଖଲ କରାଯାଇଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ସିବିଆଇ ତଦନ୍ତକୁ ଖାରଜ କରିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଲଲାନ କୁମାର ସୁଶାନ୍ତ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବା ଲାଗି ଦାବି କରିଛନ୍ତି। ପ୍ରଦେଶ ଯୁବ ଆର୍‌ଜେଡି ଉପାଧ୍ୟକ୍ଷ ଅଜିତ ଯାଦବ ସୁଶାନ୍ତ ଆତ୍ମହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ମିଳିବା ଉଚିତ ବୋଲି କହିଛନ୍ତି। ଘଟଣାକ୍ରମରେ ପରିବର୍ତ୍ତନ ଆସିବା ପରେ ରିଆ ମୁହଁ ଖୋଲି ସତ୍ୟର ବିଜୟ ହେବ ବୋଲି କହିଛନ୍ତି। ପ୍ରକାଶଥାଉ କି, ମାମଲା ମୁମ୍ବାଇକୁ ସ୍ଥାନାନ୍ତର କରିବା ଲାଗି ରିଆ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଅଗଷ୍ଟ ୫ରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri