Posted inଖେଳ

ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌

ନୂଆଦିଲ୍ଲୀ, ୧୨।୭- ଭାରତୀୟ କ୍ରିକେଟ୍‌ ଦଳର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦେଶକ ଗ୍ରାଏମ୍‌ ସ୍ମିଥ। ଦକ୍ଷିଣ ଆଫ୍ରିକା ଦଳର ଏହି ପୂର୍ବତନ ଅଧିନାୟକ କହିଛନ୍ତି, ଏମିତି କେହି ବ୍ୟକ୍ତି ଥିବେ ଯିଏ ଧୋନୀଙ୍କୁ ନାପସନ୍ଦ କରୁଥିବେ। ‘ମୋର କୌଣସି ସନ୍ଦେହ ନାହିଁ ଯେ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜି ପାଇବେ ଯିଏକି ଧୋନୀଙ୍କୁ ନାପସନ୍ଦ କରୁଥିବେ। ଧୋନୀ ସର୍ବଦା ତାଙ୍କ କାମ ଉପରେ ଧ୍ୟାନ ଦେଇଥାନ୍ତି। ସେ ସବୁବେଳେ ଶାନ୍ତ ଓ ଗମ୍ଭୀର ରହିଥାନ୍ତି’ ବୋଲି ଷ୍ଟାର୍‌ ସ୍ପୋଟର୍‌ସର ଏକ କାର୍ଯ୍ୟକ୍ରମ ଅବସରରେ ସ୍ମିଥ୍‌ ଏହା କହିଛନ୍ତି। ସେହିଭଳି ଗାଙ୍ଗୁଲିଙ୍କୁ ମଧ୍ୟ ସ୍ମିଥ୍‌ ବେଶ୍‌ ପ୍ରଶଂସା କରିଛନ୍ତି। ‘ଯେଉଁଭଳି ପ୍ରଶାସକ ଭାବେ କୁମାର ସାଙ୍ଗାକରାଙ୍କୁ ଦାଦାଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିଥିଲା ମୁଁ ମଧ୍ୟ ଏକାଧିକଥର ଫୋନରେ ତାଙ୍କ ସହ କଥାବର୍ତ୍ତା ହୋଇଛି। ଗାଙ୍ଗୁଲି ସର୍ବଦା ଶାନ୍ତ ରୁହନ୍ତି। ବାର୍ତ୍ତାଳପ ପାଇଁ ଆଗ୍ରହ ଦେଖାଇଥାନ୍ତି। ତେଣୁ ଉଭୟଙ୍କ ପ୍ରତି ମୋର ସମ୍ମାନ ରହିଛି’ ବୋଲି ୩୯ ବର୍ଷୀୟ ଏହି ପୂର୍ବତନ କ୍ରିକେଟର୍‌ କହିଛନ୍ତି। ନିକଟରେ ପୂର୍ବତନ ଏମ୍‌ସିସି ଅଧ୍ୟକ୍ଷ ତଥା ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗକରା ମଧ୍ୟ ଧୋନୀଙ୍କୁ ପ୍ରଶଂସା କରିଥିଲେ। ସାଙ୍ଗାକରା କହିଥିଲେ, ‘ସେ (ଧୋନୀ) ଥରେ ଯୁବରାଜ ସିଂଙ୍କ ସହିତ କଲମ୍ବୋରେ ମୋ ଘରକୁ ଡିନର୍‌ ପାଇଁ ଆସିଥିଲେ। ଆମ ଭିତରେ ବହୁତ କଥାବାର୍ତ୍ତା ହୋଇଥିଲା।’ ସେହିଭଳି ଦାଦା (ସୌରଭ)ଙ୍କୁ ଗତ କିଛି ବର୍ଷ ହେବ ବହୁତ ଭଲ ଭାବରେ ଜାଣିଛି। ତାଙ୍କ ସହ ଟେଷ୍ଟ କ୍ରିକେଟ୍‌ ଖେଳିଛି ଏବଂ ଅଧିନାୟକତ୍ୱ ଭଳି ବିଷୟରେ କଥା ହୋଇ ମଜା ନେଇଛି। ଦାଦାଙ୍କ ସହିତ ଅତି ନିକଟରୁ ମିଶିବାର ଆହୁରି ସୁଯୋଗ ମିଳିଲା ବୋଲି ସ୍ମିଥ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri