Posted inଖେଳ

ଫୁଟ୍‌ବଲ କ୍ଲବର ୧୬ ଖେଳାଳି ଓ ଅଫିସିଆଲ କରୋନା ପଜିଟିଭ୍‌

ସୋଫିଆ (ବୁଲଗେରିଆ), ୮ା୭ (ଏପି)-ବୁଲ୍‌ଗେରିଆର ଚେର୍ନୋ ମୋର୍‌ ଫୁଟ୍‌ବଲ କ୍ଲବର ୧୨ଖେଳାଳି ଓ ୪ ଜଣ ଅଫିସିଆଲ କରୋନା ପଜିଟିଭ୍‌ ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ପ୍ରକାଶ କରିଛନ୍ତି। ସମସ୍ତ ପଜିଟିଭ୍‌ ଖେଳାଳିଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି। ୧୬ଜଣଙ୍କ ସାମ୍ପଲ ପଜିଟିଭ୍‌ ଆସିବା ଦୁର୍ଭାଗ୍ୟଜନକ ବୋଲି କ୍ଲବ ତରଫରୁ କୁହାଯାଇଛି। ଚେର୍ନୋ ମୋରେ ଗୁରୁବାର ସୋଫିଆଠାରେ ଜାର୍କୋ ସେଲୋ ବିପକ୍ଷରେ ଏକ ଲିଗ୍‌ ମ୍ୟାଚ ଖେଳିଥିଲା। ଏହାର ପରଦିନ ପ୍ରି-ମ୍ୟାଚ୍‌ ଟେଷ୍ଟ କରିଥିବା ଲାବୋରେଟୋରି ପୂର୍ବରୁ ସୋଫିଆ ଟିମ୍‌ର ଜଣେ ଖେଳାଳି ପଜିଟିଭ ଥିଲେ, ମାତ୍ର ଏହା ଘୋଷଣା କରାଯାଇ ନ ଥିଲା। ପଜିଟିଭ ଟେଷ୍ଟ ସତ୍ତ୍ୱେ ଚେର୍ନୋ ମୋର୍‌ ମଙ୍ଗଳବାର ଆର୍ଡା କାର୍ଡଝାଲି ବିପକ୍ଷ ମ୍ୟାଚ ଖେଳିଛି। କ୍ୱାରାଣ୍ଟାଇନ୍‌ରେ ଥିବା ଖେଳାଳିଙ୍କ ବଦଳରେ ଟିମ୍‌ର ଜୁନିୟର ଦଳର ସଦସ୍ୟମାନେ ଏହି ମ୍ୟାଚ ଖେଳିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ କିରିଲ ଆନାନିଭ୍‌ କହିଛନ୍ତି ଜାର୍‌ସ୍କୋ ସେଲୋ ଦଳର ଆହୁରି ୩ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି। ଫୁଟ୍‌ବଲ ମ୍ୟାଚଗୁଡ଼ିକ ବିନା ଦର୍ଶକରେ ଖେଳାଯିବା ସହ ଷ୍ଟାଡିୟମରେ କରୋନାଭାଇରସ୍‌ ବ୍ୟାପିବାକୁ ରୋକିବା ଲାଗି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ...

ଫ୍ୟାନ୍ସଙ୍କ ଭିଡ଼ ଯୋଗୁ ବିମାନବନ୍ଦରରେ ପଡ଼ିଗଲେ ସୁପରଷ୍ଟାର ବିଜୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧୨: ସୁପରଷ୍ଟାର ବିଜୟ ଯେଉଁଠାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କୁ ଘେରି ଯାଆନ୍ତି । ଏହି ଅଭିନେତା ହଜାର ହଜାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ପାଇଁ...

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri