ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଲା ସମୁଦ୍ର

ପୁରୀ ଅଫିସ, ୭।୭: ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଛି ସମୁଦ୍ର। ଦେଖାଇଛି ଭୟଙ୍କର ରୂପ। ସୋମବାର ସମୁଦ୍ର ଉଗ୍ର ରୂପ ଧାରଣ କରି ପ୍ରାୟ ୪ ଫୁଟ ଗଭୀରରେ ତାଡ଼ି ନେଇଛି ବାଲି। ସ୍ବର୍ଗଦ୍ୱାର ସମ୍ମୁଖ ଭାଗରେ ପ୍ରାୟ ୧୫୦ରୁ ୨୦୦ ମିଟର ଲମ୍ବ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ତେବେ ଏହା ସମୁଦ୍ରର ସ୍ବାଭାବିକ ପ୍ରକ୍ରିୟା। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଅବକ୍ଷୟ ସ୍ଥାନ ପୁଣି ବାନ୍ଧି ହୋଇଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ବ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଦେବାନନ୍ଦ ବେଉରା କହିଛନ୍ତି।
ସମୁଦ୍ରର ଏଭଳି ସ୍ଥିତି ସମ୍ପର୍କରେ ଡ. ବେଉରା କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶାର ତଟ କ୍ଷୟ ହେଉଛି। ବିଶେଷକରି ପୁରୀ, ଗୋପାଳପୁର, ପାରାଦୀପ, ଏରସମାର ଶିଆଳି, କେନ୍ଦ୍ରାପଡ଼ାର ସାତଭାୟା ଏହିସବୁ ସ୍ଥାନରେ ସମୁଦ୍ର କୂଳ ଖାଉଛି। ପୁରୀ ପାଇଁ ଏହା ନୂଆ କଥା ନୁହେଁ। ପୂର୍ବରୁ ୨୦୦୭ରେ ବଳିଆପଣ୍ଡା ଏବଂ ୨୦୧୬ରେ ସ୍ବର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଖାଇ ରାସ୍ତା ପାଖକୁ ମାଡ଼ି ଆସିଥିଲା। ଗତବର୍ଷ ସ୍ବର୍ଗଦ୍ୱାର ଏବଂ ପାନ୍ଥନିବାସ ନିକଟରେ ଉଚ୍ଚ ଢେଉ ଆସି ବେଳାଭୂମିକୁ ଅବକ୍ଷୟ କରିଥିଲା। ତେବେ ଏହାର ବିଭିନ୍ନ କାରଣ ଅଛି। ସାଧାରଣତଃ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରରେ ମୌସୁମୀ ଅଧିକ ସକ୍ରିୟ ରହିଥିବାବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥାଏ। ବଡ଼ ବଡ଼ ଢେଉ ଆସି କୂଳରେ ମାଡ଼ ହୁଏ। ତେବେ ପୁରୀ କ୍ଷେତ୍ରରେ ମଙ୍ଗଳା ନଦୀ ମୁହାଣ ସଂକୁଚିତ ହୋଇଯିବା ପ୍ରମୁଖ କାରଣ କୁହାଯାଇପାରେ। କିନ୍ତୁ ଏଥିପାଇଁ ଏତେଟା ଭୟଭୀତ ହେବାର ନାହିଁ। ସମୁଦ୍ରର ଏହା ସ୍ବାଭାବିକ ପ୍ରକ୍ରିୟା ଏବଂ ସମ୍ପୂର୍ଣ୍ଣ ଅସ୍ଥାୟୀ।
ସୂଚନାଥାଉ କି, ୨୦୧୬ ଅଗଷ୍ଟରେ ସ୍ବର୍ଗଦ୍ୱାର ସମ୍ମୁଖରେ ବେଳାଭୂମି କ୍ଷୟ ହୋଇଥିଲା। ପ୍ରାୟ ୨୦୦ ଫୁଟରୁ ଊର୍ଦ୍ଧ୍ୱ କୂଳ ଖାଇଥିଲା। ବେଳାଭୂମି ମାର୍ଗ ପର୍ଯ୍ୟନ୍ତ ସମୁଦ୍ର ଛୁଇଁଥିଲା। ଏହାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିଶେଷଜ୍ଞମାନେ ଆସି ସମୁଦ୍ରର ଏଭଳି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର ଉଚ୍ଚ ପଦାଧିକାରୀ ମଧ୍ୟ ଆସି ଦେଖିଥିଲେ। ତେବେ ପରବର୍ତ୍ତୀ ସମୟରେ ସମୁଦ୍ର ପୁଣି ତା’ ପୂର୍ବ ସ୍ଥିତିକୁ ଫେରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri