ବୁଗୁଡ଼ାରେ ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ସିଲ୍‌ କଲା ପ୍ରଶାସନ

ବୁଗୁଡା, ୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡା ସହରରେ ଥିବା ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ମଙ୍ଗଳବାର ବିଳମ୍ବିତ ରାତିରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ରକ୍ତ ପରୀକ୍ଷା କରାଇଥିବାରୁ ପାଥୋଲୋଜିର ମାଲିକଙ୍କୁ ହୋମ୍‌ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁଯାୟୀ, ବୁଗୁଡା ସହର ଅରବିନ୍ଦ ନଗର ତୃତୀୟ ଲାଇନ୍‌ରେ ଥିବା ଜଣଙ୍କ ଘରକୁ ମଙ୍ଗଳବାର ଦିନ ତାଙ୍କ ସଂପର୍କୀୟ ଜଣେ ଆସିଥିଲେ। ତାଙ୍କ ଘର ଓଡଗାଁ ଥାନା ଅଞ୍ଚଳରେ। ସେ ଉକ୍ତ ଦିନ ସଂପର୍କୀୟଙ୍କ ଘରକୁ ଆସି ପହଞ୍ଚି ତାଙ୍କ ଘରେ ରହି ଖିଆପିଆ କରିଥିଲେ। ଏଥି ସହ ସେ ସ୍ଥାନୀୟ ଜ୍ୟୋତି ଏକ୍ସ ରେ ପାଥୋଲୋଜିରେ ତାଙ୍କ ରକ୍ତ ପରୀକ୍ଷା କରିଥିଲେ। ଏଥିପୂର୍ବରୁ ତାଙ୍କର କରୋନା ସଂକ୍ରମଣ ରିପୋର୍ଟ ସ୍ଥାନୀୟ ପ୍ରଶାସନ ପାଖରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ଖୋଜି ଶେଷରେ ଅରବିନ୍ଦ ନଗର ତୃତୀୟ ଲାଇନରେ ତାଙ୍କ ସଂପର୍କୀୟଙ୍କ ଘରକୁ ଆସିଥିବା ଜାଣିବାକୁ ପାଇଥିଲେ। ସେହି ଦିନ ବାଇକରେ ତାଙ୍କ ପୁତୁରା ବାଇକରେ ତାଙ୍କ ଓଡଗାଁ ଅଞ୍ଚଳରେ ଥିବା ଘରକୁ ନେଇଥିଲେ। ଏ ସବୁ ଘଟଣା ଘଟିଲା ପରେ ବୁଗୁଡା ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା,ଏନ୍‌ଏସି ନିର୍ବାହୀ ରଶ୍ମୀ ରଞ୍ଜନ ଦାସ ଅରବିନ୍ଦ ନଗର ତୃତୀୟ ଲାଇନ୍‌ରେ ପହଞ୍ଚି ଘଟଣାର ଛାନ୍‌ ଭିନ୍‌ କରି ଉକ୍ତ ପରିବାରର କଣ୍ଟାକ୍ଟ ଟ୍ରେସିଂ କରିବା ସହ ସମ୍ପୃକ୍ତ ପରିବାରଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିଲା। ଏହାପରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଜ୍ୟୋତି ଏକ୍ସରେ ପାଥୋଲୋଜିଠାରେ ରକ୍ତ ପରୀକ୍ଷା କରିଥିବା ଯୋଗୁ ଏନ୍‌ଏସି ପକ୍ଷରୁ ମଙ୍ଗଳବାର ରାତିରେ ଉକ୍ତ ପାଥୋଲୋଜିକୂ ସିଲ୍‌ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ବୃଦ୍ଧି ପାଉଛି ଶୀତ ପ୍ରକୋପ, ଏହି ଜିଲାରେ ଶନିବାର ସକାଳୁଆ ସ୍କୁଲ ହେବନି

ବ୍ରହ୍ମପୁର,୧୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫୮୩୦ ଅନୁଯାୟୀ ଚଳିତ ସପ୍ତାହରୁ ଜିଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ...

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ: ଦିନ ରାତି ଜଗି ବସିଛନ୍ତି ଚାଷୀ

ଅତାବିରା, ୧୯ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଗତ ମାସ ୨୮ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ ଧାନ କିଣା ବିକା ସ୍ବାଭାବିକ ହୋଇପାରି ନାହିଁ...

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri