ପୋଲିସର ବଡ଼ ଖୁଲାସା: ଥରେ ନୁହେଁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁଶାନ୍ତ

ବମ୍ବେ: ପ୍ରଥମେ ଧାରାବାହିକରୁ ସଫଳ ନାୟକର ପରିଚୟ ପାଇବା ପରେ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ‘କାଇ ପୋ ଚେ’ ଜରିଆରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ। ପରେ ସେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍‌ କରି ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। କ୍ୟାରିୟର ଠିକ୍‌ ଠାକ୍‌ ଚାଲିଥିବା ବେଳେ ହଠାତ୍‌ ତାଙ୍କର ଆତ୍ମହତ୍ୟା ସମସ୍ତଙ୍କୁ ଚକିତ କରିଦେଇଥିଲା। ଏବେ ପୋଲିସ ଏହା ପଛରେ ଥିବା କାରଣକୁ ନେଇ ଖୋଳତାଡ଼ କରୁଛି।

ଯାଞ୍ଚରେ ଅନେକ କଥା ସାମ୍ନାକୁ ଆସୁଛି। ଉକ୍ତ ଦିନ ସୁଶାନ୍ତ ଗୋଟିଏ ଥର ନୁହେଁ ବରଂ ଦୁଇଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ପୋଲିସ ସନ୍ଦେହ କରୁଛି। ପ୍ରଥମଟିରେ ସେ ସଫଳ ହୋଇ ନ ଥିଲେ ହେଁ ଦ୍ୱିତୀୟଥରରେ ତାଙ୍କର ଜୀବନ ଚାଲିଯାଇଥିଲା। ଏପରି କହିବା ପଛରେ କାରଣ ମଧ୍ୟ ରହିଛି।

ସୁଶାନ୍ତ ଆତ୍ମହତ୍ୟା କରିଥିବା କୋଠରୀରେ ବାଥରୋବ୍‌(ଗାଧୋଇବା ପୋଷାକ)ର କିଛି ଖଣ୍ଡ ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା। ଏଣୁ ସେ ପ୍ରଥମେ ବାଥରୋବ୍‌ ଜରିଆରେ ଆତ୍ମହତ୍ୟା କରିଥିଲେ। ହେଲେ ତାହା ଛିଣ୍ଡିଯିବାରୁ ସେ ଦ୍ୱିତୀୟ ଥର ପାଇଁ କୁର୍ତ୍ତା ବ୍ୟବହାର କରି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି।

ଏହାଛଡ଼ା ସୁଶାନ୍ତଙ୍କ କୋଠରୀରେ ଲୁଗାପଟା ଖେଳାଇ ହୋଇ ପଡ଼ିଥିଲା। ତେଣୁ ସେ ପ୍ରଥମ ବାଇରୋବ୍‌ ଛିଡ଼ିଯିବା ପରେ ଆଲମାରୀରେ ଥିବା କପଡ଼ା ଖୋଜିଥିଲେ। ପରେ ସବୁଜ ରଙ୍ଗର କୁର୍ତ୍ତା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ। ପୋଲିସ ଘରେ ପହଞ୍ଚିବା ସମୟରେ ତାଙ୍କ ଭଉଣୀ ଏବଂ ଅନ୍ୟ ଲୋକମାନେ ତାଙ୍କ ପୋଷାକକୁ କାଟି ଉଦ୍ଧାର କରିଥିଲେ। ଅପରପକ୍ଷେ ପୋଲିସ ଉକ୍ତ କୁର୍ତ୍ତାକୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଇଛି। ଏହାଦ୍ୱାରା ପୋଷାକ ଜଣଙ୍କର ଓଜନ ସମ୍ଭାଳିବାକୁ ସକ୍ଷମ ଥିଲା ନା ନାହିଁ ତାହା ଯାଞ୍ଚ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri