ଶୋକାକୂଳ ପରିବେଶରେ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ରତ୍ନଗିରି,୯।୬(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ନାଥପୁର ଗ୍ରାମର ଯବାନ ବିକାଶ ଚନ୍ଦ୍ର ପଣ୍ଡା(୩୬)ଙ୍କ ଶେଷକୃତ୍ୟ ଶୋକାକୂଳ ପରିବେଶ ମଧ୍ୟରେ ମଙ୍ଗଳବାର ସମ୍ପର୍ଣ୍ଣ ହୋଇଛି। ବରୀ ବିଧାୟିକା ସୁନନ୍ଦା ଦାସ, ଭାଜପା ନେତା ବିଶ୍ୱ ରଞ୍ଜନ ମଲ୍ଲିକ ସେଠାରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି l
ବିକାଶଙ୍କ ଜଣେ ଯବାନ ଭାବେ ନୁହେଁ ବରଂ ଜଣେ ଦରଦୀ ମଣିଷ ଭାବେ ଅଞ୍ଚଳରେ ଲୋକପ୍ରିୟ ଥିଲେ। ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ଥିଲା l ସେ ସୋମବାର ନଦୀରେ ବୁଡି ଯାଇଥିଲେ। ତାଙ୍କର ମୃତଦେହ ମିଳିବା ପରେ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣଥିଲା। ପରେ ଦାୟିତ୍ୱ ରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବ୍ୟବଚ୍ଛେଦ ହୋଇ ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଅନ୍ତିମ ସତ୍କାର ବେଳେ ବରୀ ବ୍ଲକ ଅଧକ୍ଷା ଶୁଭାସିନୀ ଶର୍ମା,ଜିଲ୍ଲା ପରିଷଦ ଅଶୋକ ସାମଲ, ଚନ୍ଦନପୁର ସରପଞ୍ଚ କେଦାର ସାମଲ, ଧାରପୁର ପଞ୍ଚାୟତ ସରପଞ୍ଚ ରୋଜାଲୀନ ଶ୍ୟାନ୍ତିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଲୋକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ଭୟଙ୍କର ଦୁର୍ଘଟଣା ବାଇକ୍‌କୁ ଘୋଷାଡି ନେଲା ବସ୍‌: ଚକା ତଳେ ଗଲା ୩ ଜୀବନ

ବାରିପଦା,୨।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ରାଣାବନ୍ଧ ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ...

ପ୍ରସ୍ତୁତି ଚୂଡ଼ାନ୍ତ: ୪ରୁ ସମ୍ବଲପୁର ଲୋକ ମହୋତ୍ସବ

ସମ୍ବଲପୁର,୨ା୧(ବି.ଶଙ୍କର): ଓଡ଼ିଶା ସରକାରଙ୍କ ଭଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଲୋକ ମହୋତ୍ସବ-୨୦୨୬ ଚଳିତ ମାସ ୪ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri